Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ

ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି।ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୧୦, ଭୁବନେଶ୍ୱର ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୩୫ ଏବଂ ଭୁବନେଶ୍ୱର -ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୫୨ରେ ଘରକୁ ଘର ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି।

ତେବେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଘରକୁ ଘର ସର୍ଭେ କରାଯାଇ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ର ଗୁଡିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia