Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ

ର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି ।ଆଗନ୍ତୁକ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ଗୁପ୍ତି, ଖୋଳା ଘାଟ ସହିତ ଜାତୀୟ ଉଦ୍ୟାନ ମୁଖ୍ୟଦ୍ୱାର ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିଷେଧ ହୋଇଥିଲା । ଏହି ସମୟରେ ମାଈ ଓ ଅଣ୍ଡିରା କୁମ୍ଭୀର ହିଂସ୍ର ହୋଇଥାନ୍ତି। ଏହାଛଡା ସେମାନଙ୍କ ପ୍ରଜଜନ କ୍ରିୟା, ପ୍ରକ୍ରିୟାରେ ବାହ୍ୟ ଶତ୍ରୁଙ୍କୁ ସେମାନେ ସହ୍ୟ କରି ନ ପାରି ହଠାତ୍‌ ଆକ୍ରମଣ କରିଥାନ୍ତି। ଏସବୁ ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ଧରି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥାଏ ବୋଲି ରାଜନଗର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ଡିଏଫଓ ଭରଦରାଜ ଗାଓଁକର କହିଛନ୍ତି।ତେବେ କୁମ୍ଭୀର ଅଣ୍ଡାଦାନ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ୧୧୭ଟି ବଉଳା କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଏହା ଗତବର୍ଷ ତୁଳନାରେ ମାତ୍ର ଗୋଟିଏ ବଢ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia