Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଶ୍ଚିମବଙ୍ଗ ବଡ଼ ଧମାକା।୧୦୦ ଅଙ୍କ ପାର୍ କଲା TVK

ପଶ୍ଚିମବଙ୍ଗ ବଡ଼ ଧମାକା।୧୦୦ ଅଙ୍କ ପାର୍ କଲା TVK

ଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୪୯ ଆସନରେ ଆଗୁଆ ଥିବାବେଳେ ଟିଏମସି ୯୨ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୪ ଆସନରେ ଆଗୁଆ ରହିଛନ୍ତି।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ହାସଲ କରିଛି । ଅନ୍ୟପଟେ ତାମିଲନାଡୁରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜୟଙ୍କ ଦଳ TVK। ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେର ହୋଇଛି ବ୍ଲକବଷ୍ଟର୍ ଏଣ୍ଟ୍ରି । ୧୦୦ ଅଙ୍କ ଅତିକ୍ରମ କରିଛି ଟିଭିକେ। ୧୦୭ ଆସନରେ ଆଗୁଆ ରହିଛି। ବର୍ତ୍ତମାନର ସଂଖ୍ୟା ଦର୍ଶାଉଛି ଯେ ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia