Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଥମ ଶ୍ରେଣୀ ବହିରେ 'ବନ୍ଦେ ଉତ୍କଳ ଜନନୀ'ରେ ଭୁଲ୍‌

ପ୍ରଥମ ଶ୍ରେଣୀ ବହିରେ 'ବନ୍ଦେ ଉତ୍କଳ ଜନନୀ'ରେ ଭୁଲ୍‌

ପ୍ରଥମ ଶ୍ରେଣୀରେ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ ବହିରେ ବର୍ଣ୍ଣମାଳା 'ଅ' ବଦଳରେ'ଟ'ରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ସେହିପରି 'ବନ୍ଦେ ଉତ୍କଳ ଜନନୀ'ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର 'ଚ' । 'ଚ'ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି ।

ଏହା ପରକୁ ରହିଛି ଟ, ମ, ଗ ଓ ର । ଏହା ପରେ ଯାଇ ଆସୁଛି 'ଆ’ ଏବଂ ତା ପରେ ‘ଝ’ ଓ ‘କ’ ।ଅଭିଭାବକ ଓ ଶିକ୍ଷକ ତ୍ରୁଟିଯୁକ୍ତ ପିଡିଏଫ୍‌ ଫାଇଲ୍‌ ଧରି ବାରଦୁଆର ହେଉଛନ୍ତି। ବହିରେ ବିଚିତ୍ର ପାଠକୁ ନେଇ ଅଭିଭାବକଙ୍କ ସହ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଝୁଲଣା-୧ ନାମରେ ଏହି ପାଠ୍ୟପୁସ୍ତକକୁ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ପଢ଼ାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ଏହାକୁ ନଛପାଇ ସମସ୍ତ ଅଭିଭାବକଙ୍କୁ ପିଡିଏଫ୍‌ ଫାଇଲ୍‌ ପଠାଇଛନ୍ତି। ଏବେ ଅଭିଭାବକମାନେ ୧୬୮ ପୃ‌ଷ୍ଠାର ପିଡିଏଫ୍‌ ଫାଇଲ୍‌ ଧରି ପ୍ରିଣ୍ଟ କରିବା ପାଇଁ ବାରଦୁଆର ହେଉଛନ୍ତି। ଅଧିକାଂଶ ଅଭିଭାବକ ଏହି ପିଡିଏଫ୍‌ ଫାଇଲ୍‌କୁ ପ୍ରିଣ୍ଟ କରି, ବହି ତିଆରି କରିବାକୁ ନାପସନ୍ଦ କରିଛନ୍ତି। 'ମାଗଣା ଯୋଗାଇବାକୁ କହି ଏଭଳି ଭାଲୁ ଧରେଇ ଦେଇଥିବା' କେତେକ ଅଭିଭାବକ କହି ବିରକ୍ତି ଭାବ ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia