Dailyhunt
ରାଜ୍ୟ ସରକାର ଜାରି କଲେ ଜରୁରୀ ନିର୍ଦ୍ଦେଶ! ସ୍କୁଲ୍‌ରେ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନ୍ୟାପକିନ୍ ବଣ୍ଟନ

ରାଜ୍ୟ ସରକାର ଜାରି କଲେ ଜରୁରୀ ନିର୍ଦ୍ଦେଶ! ସ୍କୁଲ୍‌ରେ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନ୍ୟାପକିନ୍ ବଣ୍ଟନ

ଡ଼ିଶା ସରକାରଙ୍କ ତରଫରୁ ସ୍କୁଲ୍ ସାନିଟେସନ୍ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍‌ ଉପରେ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସମାନତାମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସ୍କୁଲ୍‌ରେ ଆଲ୍ ହାଇଜିନ୍ ବ୍ୟବସ୍ଥା କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସ୍କୁଲ୍‌ରେ ପୃଥକ ପୁରୁଷ ଓ ମହିଳା ଶୌଚାଳୟ, ନିର୍ବିଘ୍ନ ଜଳ ସୁବିଧା, ହାତଧୋଇବା ବ୍ୟବସ୍ଥା ଓ ସ୍ୱଚ୍ଛତା ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହା ସହିତ, ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା ଓ ଗୋପନୀୟତା ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia