Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ ନେଇ ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ମାସରେ ଚାଉଳ ବଣ୍ଟନ କରାଯାଇସାରିଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ।।ବନ୍ୟା ପାଇଁ ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି ।

ଅନ୍ନପୂର୍ଣ୍ଣ ଯୋଜନା ଲାଗୁ ହେବା ପରେ ଘରେ ଘରେ ଚାଉଳ ମହଜୁଦ ଅଛି । ଶୁଖିଲା ଖାଦ୍ୟ ମଧ୍ୟ ବନ୍ୟା ପ୍ରବାବିତ ଅଞ୍ଚଳରେ ପହଞ୍ଚିଛି ।ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ବେଳେ, ଆବଶ୍ୟକତା ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଣ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟର କୌଣସି ସ୍ଥାନରେ ଚାଉଳ ବଣ୍ଟନରେ ବାଧା ସୃଷ୍ଟି ହୋଇନଥିବା ବେଳେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ସୁନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia