Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ

ହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି।ରଘୁନାଥପାଲି ପୋଲିସ ଏହି ଅଞ୍ଚଳରୁ ଦେହ ବ୍ୟବସାୟ ରାକେଟ୍‌କୁ ଠାବ କରିଛି । ପୋଲିସ ଚଢ଼ାଉ କରି ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ।ଜଣେ ମହିଳା ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ସିଭିଲ ଟାଉନସିପ୍‌ ଅଞ୍ଚଳରେ ଘର ଭଡ଼ା ନେଇ ଏହି କାରବାର ଚଳାଇଥିଲେ ।

ଖବର ପାଇ ରବିବାର ରାତି ପ୍ରାୟ ୯ଟା ବେଳେ ରଘୁନାଥପାଲି ପୋଲିସ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।ଏହି ସେକ୍ସ ରାକେଟ୍‌ର ଚେର କେଉଁଆଡ଼େ ଲମ୍ବିଛି ଏବଂ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତନାଘନା ଚଳାଇଛି । ଅଟକ ଥିବା ସମସ୍ତ ସନ୍ଦିଗ୍ଧଙ୍କୁ କଡ଼ା ପଚରାଉଚରା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia