Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମାଜପ୍ରତିନିଧିଙ୍କ ମାତୃ ବିୟୋଗ

ସମାଜପ୍ରତିନିଧିଙ୍କ ମାତୃ ବିୟୋଗ

ଣିଆ - (ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକର 'ସମାଜ' ସାମ୍ବାଦିକ ବ୍ରଜବନ୍ଧୁ ଦେହୁରୀଙ୍କ ମା' ରାଧା ଦେହୁରୀ(76) ଗତକାଲି ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଦେହ ତ୍ୟାଗ କରିଛନ୍ତି .। ସୂଚନା ଥାଉକି ଗଣିଆ ବ୍ଲକ ସମାଜ ସାମ୍ବାଦିକ ବ୍ରଜବନ୍ଧୁ ଦେହୁରୀ ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ରାଧା ଦେହୁରୀଙ୍କର କନିଷ୍ଠ ପୁତ୍ର । ମାଙ୍କ ଦେହ ଖରାପ ଥିବାରୁ ସେ ମାଙ୍କୁ ବେଲପଡାପାଟଣା ଗ୍ରାମରେ ଭଡା ଘରେ ନିଜ ପାଖରେ ରଖିଥିଲେ ।

ମା ଗତ କିଛି ଦିନ ଧରି ଶଯ୍ୟାଶାଇ ଭାବେ ଘରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ରବିବାର ରାତି ଆଠ ଘଂଟିକା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରୁଥିବା ସମୟରେ ମାଙ୍କର ମୃତ୍ୟୁ ହୋଇଥିଲା .। ​ମା’ଙ୍କ ବିୟୋଗରେ ତାଙ୍କ ପରିବାର ପ୍ରତି ଆମ ଗଣିଆ ସାମ୍ବାଦିକ ସଂଘ ଓ ଆଞ୍ଚଳିକ ସାମ୍ବାଦିକ ସଙ୍ଘ ତରଫରୁ ସମବେଦନା ଜଣାଇବା ସହିତ ଈଶ୍ୱର ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ । ଈଶ୍ୱର ଏହି କଠିନ ସମୟରେ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia