Dailyhunt
ଷଷ୍ଠ ବାଟାଲିୟନ୍‌ରେ ସଂଘବଦ୍ଧ ଆକ୍ରମଣ: ୫ ପୁଲିସ ଆହତ, ୩ ଗୁରୁତର

ଷଷ୍ଠ ବାଟାଲିୟନ୍‌ରେ ସଂଘବଦ୍ଧ ଆକ୍ରମଣ: ୫ ପୁଲିସ ଆହତ, ୩ ଗୁରୁତର

ଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ। ପୋଲିସ ପେଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା।

ପରେ ସେମାନେ ପୋଲିସ୍ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତିନିଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ବେକ, ହାତ ଓ ପିଠିରେ ଆଘାତ ଲାଗିଛି। ଏହି ଘଟଣାରେ ଚାଉଳିଆଗଞ୍ଜ ଥାନାରେ ଜଣେ ମହିଳା ସମେତ ୬ଜଣଙ୍କୁ ଅଟକ ରଖିଛି ପୋଲିସ୍। ପୂରା ଘଟଣାର ତଦନ୍ତ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia