Dailyhunt
SIR କାମରେ ଅବହେଳା, ସହକାରୀ ଶିକ୍ଷକ ସସପେଣ୍ଡ

SIR କାମରେ ଅବହେଳା, ସହକାରୀ ଶିକ୍ଷକ ସସପେଣ୍ଡ

ଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା କରିଥିବା ଅଭିଯୋଗରେ ନିଲମ୍ବିତ କରିଥିବାର ଜଣାପଡ଼ିଛି।ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ।

ଯାହା କର୍ତ୍ତବ୍ୟ ପାଳନ କରିବାରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟଚ୍ୟୁତି ଭାବେ ଗଣାଯାଇଛି।ନିଲମ୍ବନ ସମୟ ମଧ୍ୟରେ ସେ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡିବେ ନାହିଁ ଏବଂ ନିୟମ ଅନୁଯାୟୀ ଗ୍ରହଣୀୟ ଭାବରେ ଜୀବନଯାପନ ଭତ୍ତା ପାଇବାର ହକଦାର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia