Dailyhunt
ତିଗିରିଆ ବ୍ଳକରେ ଶିକ୍ଷାରଥକୁ ପତକା ଦେଖାଇଶୁଭାରମ୍ଭ ,ପ୍ରବେଶ ଉତ୍ସବ ଓ ଖଡିଛୁଆଁ ମହାସମାହାରରେ ପାଳିତ

ତିଗିରିଆ ବ୍ଳକରେ ଶିକ୍ଷାରଥକୁ ପତକା ଦେଖାଇଶୁଭାରମ୍ଭ ,ପ୍ରବେଶ ଉତ୍ସବ ଓ ଖଡିଛୁଆଁ ମହାସମାହାରରେ ପାଳିତ

ତିଗିରିଆ,୪ /୪ ( ମାନସ ରଞ୍ଜନ ସାହୁ) ପିଲାମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଏବଂ ଶିକ୍ଷା ପ୍ରତି ସୋନଙ୍କ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷିରେ ଆଜି ତିଗିରିଆ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଅମର କୁମାର ମହାରଣାଙ୍କ ପୌରହିତରେ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ମହାସମାହାରରେ ପାଳିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସଂଧ୍ୟାରାଣୀ ନାୟକ ଯୋଗଦେଇ ସରକାରଙ୍କ ଏଭଳି ଏକ ଲୋକାଭିମୁଖି କାର୍ଯ୍ୟକ୍ରମକୁ ପ୍ରଶଂସା କରବା ସହିତ କାର୍ଯ୍ୟାଳୟ ପରିସରଟି ସରସ୍ୱତୀ ପୁଜାର ଭ୍ରମ ସୃଷ୍ଟି କରିଥିବାର ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଭାବେ ପ୍ରାକ୍ତନ ଆଠଗଡ ବ୍ଳକଶିକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ସାମଲ ଯୋଗଦେଇ ପିଲାମାନଙ୍କୁ କିଭଳି ବିଦ୍ୟାଳୟ ମୁହାଁ କରାଯିବା ସେଥି ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଆସୁଛନ୍ତ ଯାହାକି ରାଜ୍ୟରେ ଡ୍ରପ ଆଉଟ ହାର କ୍ରମାଗତ ଭାବେ କମିବାରେ ଲାଗିଛି ବୋଲି ପ୍ରକାଶ କରିଥିଲେ । ସେହିଭଲି ଅନ୍ୟତମ ଅତିଥିଭାବେ ସହଶିକ୍ଷା ଅଧିକାରୀ ସୌଦାମିନୀ ମିଶ୍ର, ବ୍ଲକ ସାଧାମ ସଂଯୋଜକ ମାଧବ ଚନ୍ଦ୍ର ଦେଉରୀ ବିଶିଷ୍ଟ ସମାଜସେବୀ ସରୋଜ କୁମାର ଦାଶ,ସଂଗୀତକାର ଧୂଷାସନ ସ୍ୱାଇଁ, ବ୍ଳକ ନୋଡାଲ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ବିଶ୍ୱାଳ, ପ୍ରଧାନଶିକ୍ଷକ ବଟକୃଷ୍ଣ ସାହୁ, ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଚନ୍ଦ୍ରକାନ୍ତ ମିଶ୍ର, କାର୍ତ୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ପରିପ୍ରେକ୍ଷିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ଆସିଥିବା ସଚେତନ ରଥକୁ ବ୍ଳକ ଅଧ୍ୟକ୍ଷା ଶ୍ରମତୀ ନାୟକଙ୍କ ସମେତ ସମସ୍ତ ଅତିଥି ବୃନ୍ଦ ପତାକା ଦେଖାଇ ଶୂଭାରମ୍ଭ କରିଥିଲେ ।

ଏହାସହିତ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ସହିତ ସମସ୍ତ ଅତିଥିଗଣ ଖଡିଛୁଆଁଇ ଥିଲେ । ପରେ ପରେ ଶିକ୍ଷା ଅଧିକାରୀଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟରେ କିଭଳି ଶିକ୍ଷାଦାନ ସହଜ ହେଉଛି ଏବଂ ଅଭିଭାବକ ମାନଙ୍କର ଏଥିରେ କଣ ଭାଗିଦାରୀ ରହିଛି ଏହାକୁ ଉପସ୍ଥତି ସମସ୍ତ ଅତୀଥି ଓ ଅଭିଭାବକ ମାନ ପ୍ରସ୍ତୁତ ଥିବା ଶିକ୍ଷକ ରାଜେଶ ପଣ୍ଡା ପ୍ରସ୍ତୁତ ଖେଳଘର, ବରିଷ୍ଠ ଶିକ୍ଷକ ବିଦ୍ୟାଧର ସାମଲଙ୍କ ପ୍ରୟୋଜିତ ଗପରାଇଜ ଏବଂ ସନ୍ତୋଷ କୁମାର ଦାସଙ୍କ ରଙ୍ଗ ପସରାକୁ ବୁଲି ଦେଖବା ସହିତ ସନ୍ତୁଷ୍ଟି ଲାଭ କରିଥିଲେ । ସମ୍ବଳ ଶିକ୍ଷକ ଜ୍ଞାନୋଦୟ ମିଶ୍ରଙ୍କର ସଂଯୋଜନାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ମୋ ହସ୍ତକ୍ଷର ମୋ ପଡରିଚୟ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଧନକେନ୍ଦ୍ର ସଂଯୋଜକ ଉମାଶଙ୍କର ରାଉତ, ବିଶ୍ୱରଞ୍ଜନ ଜେନା, ଅଶୋକ କୁମାର ଦାସ, ମହେଶ୍ୱର ସେଠି, ପ୍ରଶାନ୍ତ କୁମାର ଘଡାଇ, ଚନ୍ଦ୍ରମଣି ସ୍ୱାଇଁ ଏବଂ ନିଶାକର ଖୁଟୁଆ ଙ୍କ ସମେତ କାର୍ଯ୍ୟାଳୟ ସମସ୍ତ କର୍ମଚାୟୀ ଫକିର ଚନ୍ଦ୍ର ଖଟୁଆ, ରଶ୍ମୀତା ପ୍ରଧାନ, ସିତାଂଶୁ କୁମାର ସାମଲ, ରଞ୍ଜନ କୁମାର ନାୟକ, ସଞ୍ଜୟ କୁମାର ଭୂୟାଁ, ଲାଲ ମୋହନ ପ୍ରଧାନ, ଗୁରୁ ଚରଣ ଓଝା, ଭୀମସେନ ସାମଲ, ଗଗନ କୁମାର ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia