Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରମ୍ପଙ୍କ ମାରାଥନ୍ ବୈଠକ; ସଫଳ ହେବ କି ଆମେରିକା-ଇରାନ ମେଗା ଡିଲ୍ ?

ଟ୍ରମ୍ପଙ୍କ ମାରାଥନ୍ ବୈଠକ; ସଫଳ ହେବ କି ଆମେରିକା-ଇରାନ ମେଗା ଡିଲ୍ ?

ମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ।ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ହାଇ-ସିକ୍ୟୁରିଟି 'ସିଚୁଏସନ୍ ରୁମ୍‌' ରେ ପ୍ରାୟ ଦୁଇ ଘଣ୍ଟା ଧରି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ।

ସିଚୁଏସନ୍ ରୁମରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଆଞ୍ଚଳିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତୁତ ଚୁକ୍ତିନାମାର ରୂପରେଖ ସମୀକ୍ଷା କରିଥିଲେ । ବୈଠକ ପରେ ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଇରାନକୁ କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବ ନାହିଁ । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ‘ହୋର୍ମୁଜ ପ୍ରଣାଳୀ’ କୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯିବ ଏବଂ କୌଣସି ଟ୍ୟାକ୍ସ ବା ଶୁଳ୍କ ବିନା ଜାହାଜ ଚଳାଚଳ ସ୍ୱାଭାବିକ ହେବ । ଆମେରିକା ଦ୍ୱାରା ଲଗାଯାଇଥିବା ନାଭାଲ ବ୍ରକେଡକୁ ହଟାଇ ଦିଆଯିବ । ଇରାନ ନିଜର ସମୃଦ୍ଧ ୟୁରେନିୟମ୍ ଭଣ୍ଡାରକୁ ନଷ୍ଟ କରିବା ପାଇଁ ସହମତି ପ୍ରକାଶ କରିବ ।ଇରାନ କହିଛି, ଆଲୋଚନା ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ। ଆମେ ବାହ୍ୟ ଚାପରେ କୌଣସି ପଦକ୍ଷେପ ନେବୁ ନାହିଁ। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକେଇ ସରକାରୀ ଟିଭିକୁ କହିଛନ୍ତି, ତେହେରାନ ଜରୁରୀ କୁହାଯାଉଥିବା ବୋଲି ସ୍ଥିତିକୁ କେବେ ଗ୍ରହଣ କରିବ ନାହିଁ। ୪୭ ବର୍ଷ ପୂର୍ବରୁ ଦେଶ ଏଭଳି ସ୍ଥିତିକୁ ଗ୍ରହଣ ନକରିବା ଧାରା ଜାରି ରଖିଛି। ଆମେ ଇରାନର ସ୍ୱାର୍ଥ ଏବଂ ଅଧିକାର ଉପରେ ଆଧାର କରି ଆମର ନିଷ୍ପତ୍ତି ନେଇଥାଉ।

ପରମାଣୁ ପ୍ରସଙ୍ଗରେ ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ଆଲୋଚନା ହୋଇଥିବା ଦାବିକୁ ବାକେଇ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଆମର ପରମାଣୁ ପ୍ରସଙ୍ଗରେ କୌଣସି ଆଲୋଚନା ହେଉନାହିଁ। ତାଙ୍କ ମନ୍ତବ୍ୟ ଟ୍ରମ୍ପଙ୍କ ବାରମ୍ବାର ଦାବିର ବିପରୀତ ରହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଏହି ଅନିଶ୍ଚିତତା କାରଣରୁ ଆନ୍ତର୍ଜାତୀୟ ଶକ୍ତି ବଜାର ଓ ନିବେଶକମାନେ ଉଦବେଗ ପ୍ରକାଶ କରିଛନ୍ତି । ହୋର୍ମୁଜ ପଥ ଦେଇ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ ଅଶୋଧିତ ତୈଳ ପରିବହନ ହୋଇଥାଏ । ତେଣୁ ଏହି ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଦେଲେ ଗ୍ଲୋବାଲ ମାର୍କେଟରେ କ୍ରୁଡ୍ ଅଏଲ୍ ମୂଲ୍ୟ ଆକାଶଛୁଆଁ ହେବାର ଆଶଙ୍କା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia