Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୨୫ କୋଟି ଭାରତୀୟଙ୍କୁ ମୋଦୀ ସରକାର ଦେଲେ ବଡ ଉପହାର, ବହୁତ ବର୍ଷରୁ ଯାହାର ଅପେକ୍ଷା କରିଥିଲେ ଆପଣମାନେ

୧୨୫ କୋଟି ଭାରତୀୟଙ୍କୁ ମୋଦୀ ସରକାର ଦେଲେ ବଡ ଉପହାର, ବହୁତ ବର୍ଷରୁ ଯାହାର ଅପେକ୍ଷା କରିଥିଲେ ଆପଣମାନେ

କେନ୍ଦ୍ରର ମୋଦୀ ସରକାର ୧ ଫେବ୍ରୁୟାରୀରେ ସଂସଦରେ ନିଜର ବଜେଟ ବିଷୟରେ କହିଛନ୍ତି । ଏହି ବଜେଟରେ ସରକାର ଦେଶର ଜନତାଙ୍କୁ ବିଭିନ୍ନ ପ୍ରତିଜ୍ଞା କରିଛନ୍ତି ଏବଂ ବିଭିନ୍ନ ଯୋଜନାକୁ ବି ଲଞ୍ଚ କରିଛନ୍ତି । ନିଜର ପ୍ରଥମ କାର୍ଯ୍ୟକାଳର ଶେଷ ବଜେଟରେ ସରକାର ସବୁ ବର୍ଗର ଲୋକମାନଙ୍କୁ ଧ୍ୟାନରେ ରଖି ଦେଇଛନ୍ତି । ଏମିତିରେ ୧୨୫ କୋଟି ଭାରତୀୟଙ୍କୁ ଯେଉଁ ନିଷ୍ପତିର ଅପେକ୍ଷା ଥିଲା, ତାହକୁ ମୋଦୀ ସରକାର ପୁରା କରିଛନ୍ତି ।

ଦେଶର ଜନତାଙ୍କୁ ମୋଦୀ ସରକାର ବଡ ଉପହାର ଦେଇଛନ୍ତି । ମୋଦୀ ସରକାର ଟ୍ୟାକ୍ସରେ ବଡ ଚେଞ୍ଜେସ କରିଛନ୍ତି । ସଂସଦରେ ଯେତେବେଳେ ବଜେଟକୁ ଖୋଲା ଗଲା, ତେବେ ମୋଦୀ ସରକାର ଏକ ବଡ ନିଷ୍ପତି ନେଇଛନ୍ତି, ଯାହା ଦ୍ଵାରା ୧୨୫ କୋଟି ଭାରତୀୟଙ୍କ ଚେହେରାରେ ଖୁସି ଦେଖିବାକୁ ମିଳିଛି ।

ମୋଦୀ ସରକାର ନିଜର ପ୍ରଥମ କାର୍ଯ୍ୟକାଳର ଶେଷ ବଜେଟରେ ଟ୍ୟାକ୍ସରେ ବଡ ଚେଞ୍ଜେସ କରିଛନ୍ତି । ଏମିତିରେ ବର୍ତ୍ତମାନ ଯେଉଁ ବ୍ୟକ୍ତିମାନେ ୫ ଲକ୍ଷ ଟଙ୍କା ବର୍ଷକୁ ଆୟ କରୁଥିବେ ସେହି ଲୋକମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ପ୍ରଥମେ ଏହି ରାଶି ୨.୫ ଲକ୍ଷ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୫ ଲକ୍ଷ ଟଙ୍କା କରାଦିଆ ଯାଇଛି । ଏହା ସହିତ ଅନ୍ୟ ଜିନିଷକୁ ମଧ୍ୟ ଜଡିତ କରାଯାଇଛି ।

କହିଦେଉଛୁ ଯେ ଯଦି ଆପଣ ୧.୫ ଲକ୍ଷ ଟଙ୍କା ନିବେଶ କରୁଛନ୍ତି, ତେବେ ଆପଣଙ୍କୁ ୬.୫୦ ଲକ୍ଷ ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏମିତିରେ ଆପଣ ଯଦି ମାସକୁ ୫୪ ହଜାର ଟଙ୍କା ଆୟ କରୁଛନ୍ତି, ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହା ଛଡା ଏଫଡିରେ ସୁଧ ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଟୀଡୀଏସ ଦେବାକୁ ପଡିବ ନାହିଁ ଏବଂ ଯଦି ୧.୫୦ ଲକ୍ଷ ଟଙ୍କା ଜମା କରିବା ଦ୍ଵାରା କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଇତିହାସରେ ପ୍ରଥମ ଥର ଏତେ ବଡ ରିହାତି ମିଳିଛି ।

ସଂଖ୍ୟା ଅନୁସାରେ ମୋଦୀଙ୍କର ଏହି ନିଷ୍ପତିରେ ପାଖାପାଖି ୩ କୋଟି ଲୋକମାନଙ୍କୁ ଲାଭ ମିଳିବ । ବଜେଟରେ ଏହି ନିଷ୍ପତି ନେବା ପରେ ଦେଶରେ ପୁଣି ଥରେ ଲୋକମାନେ ମୋଦୀ ମୋଦୀ କହୁଛନ୍ତି । ଏହା ଚାକିରି କରୁଥିବା ଲୋକମାନଙ୍କ ପାଇଁ ବରଦାନ ସଦୃଶ ଅଟେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha