Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୧ ବର୍ଷର ସେହି ଭାରତୀୟ ଫୌଜି ଯାହାର ବାହାଦୁରିକୁ ପାକିସ୍ତାନୀ ଫୌଜ ବି ସଲାମ କରିଥାନ୍ତି...

୨୧ ବର୍ଷର ସେହି ଭାରତୀୟ ଫୌଜି ଯାହାର ବାହାଦୁରିକୁ ପାକିସ୍ତାନୀ ଫୌଜ ବି ସଲାମ କରିଥାନ୍ତି...

ଯେତେବେଳେ ଆମର ଚୁପ ରହିବାକୁ ଆମର କମଜୋରି ବୁଝି ନିଆଯାଏ ତେବେ ସମୟ ଆସି ଯାଇଛି କି ତାଙ୍କୁ ଜବାବ ଦିଆଯିବା ଦରକାର । ଏହି କଥା ଆଜି ସମସ୍ତଙ୍କ ହୃଦୟରେ ଅଛି । ସେହି ଯବାନମାନଙ୍କୁ ଲଢିବାକୁ ସୁଯୋଗ ଦେଲେ ନାହିଁ ହେଲେ କାୟର ଭଳି ତାଙ୍କ ଉପରେ ଆକ୍ରମଣ କରି ଚାଲି ଯାଉଛନ୍ତି । ଏହା ସେହି ଯୁଧ୍ୟ ଯାହା ବିଭାଜନ ସମୟର ଆଜାଦୀର ଏତେ ବର୍ଷ ପର୍ଯ୍ୟନ୍ତ ବି ଲଢା ଯାଉଛି ଏବଂ ଆଜି ବି ଜାରି ଅଛି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେତେବେଳେ ୧୯୭୧ ମସିହାର ଯୁଧ୍ୟ ପରେ ଯେତେବେଳେ ଜଣେ ବ୍ରିଗେଡିୟରଙ୍କୁ ପାକିସ୍ତାନ ସୈନିକମାନଙ୍କ ନିମନ୍ତ୍ରଣ ମିଳିଥିଲା ଏବଂ ତାଙ୍କ ସାମନାରେ ଏକ ବଡ ଭୟାନକ ରାଜ ଖୋଲି ଥିଲେ ।

୨୦୦୧ର ସମୟ ଥିଲା ଯେତେବେଳେ ହିନ୍ଦୁସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତ ପରିବେଶ ଥିଲା । ୮୧ ବର୍ଷର ରିଟାୟର୍ଡ ବ୍ରିଗେଡିୟର ଖେତ୍ରପାଲ ଯାହାଙ୍କ ପାଖକୁ ପ୍ରାୟତଃ ପାକିସ୍ତାନର କୌଣସି ବ୍ରିଗେଡିୟରଙ୍କ ତରଫରୁ ତାଙ୍କୁ କୁହାଯାଉ ଥିଲା କି ସେ ଥରେ ପାକିସ୍ତାନ ଆସନ୍ତୁ । ଏହିଭଳି ବାରମ୍ବାର ସନ୍ଦେଶ ଆସିବାରୁ ଖେତ୍ରପାଲ ଥରେ ନିଷ୍ପତି ନେଲେ କି ସେ ଥରେ ପାକିସ୍ତାନ ଯିବେ ।

ତାଙ୍କର ଇଛା ଥିଲା କି ସେ ମରିବା ପୂର୍ବରୁ ଥରେ ପାକିସ୍ତାନର ସରଗୋଧାରେ ନିଜର ପୁଶ୍ତୈନୀ ଘରକୁ ଦେଖିବେ । ତାଙ୍କର ଅତିଥି ସେବା କରିବା ପାଇଁ ନିମନ୍ତ୍ରଣ କରିଥବା ସୈନିକ ହେଉଛନ୍ତି ଲାହୋରରେ ରହୁଥିବା ବ୍ରିଗେଡିୟର ଖ୍ୱାଜା ମୋହମ୍ମଦ ନସୀର । ଏହା ପରେ ଖେତ୍ରପାଲ ପାକିସ୍ତାନରେ ପହଞ୍ଚିଲେ ।

୩ ଦିନ ପର୍ଯ୍ୟନ୍ତ ନସୀର ଖେତ୍ରପାଲଙ୍କର ସେବା କରୁଥିଲେ । ଏହି ସମୟରେ ଦିନେ ନସୀର ଏବଂ ଖେତ୍ରପାଲ କଥାବାର୍ତ୍ତା କରୁଥିଲେ । ଏବଂ ଖେତ୍ରପାଲଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁ ଥିଲା କି ଗୋଟିଏ ପାକିସ୍ତାନ ସୈନିକ କାହିଁକି ମୋର ଏତେ ସେବା କରୁଛି । ନସୀର ସଙ୍ଗେ ସଙ୍ଗେ ଖେତ୍ରପାଲଙ୍କର ମନ କଥା ଜାଣି ପାରିଲେ । ଏହା ପଛର କାରଣ ହେଉଛି କି ମୋ ହାତରେ ହିଁ ଅରୁଣର ମୁର୍ତ୍ୟୁ ହୋଇଥିଲା ।

ଅରୁଣ ସେକେଂଡ ଲେଫ୍ଟିନେଂଟ ଅରୁଣ ଖେତ୍ରପାଲ ଥିଲେ । ସେ ଭାରତର ସବୁଠୁ କମ ବୟସର ପରମବୀର ଚକ୍ର ବିଜେତା ଅଫିସର ଥିଲେ । ୧୯୭୧ର ଯୁଧ୍ୟରେ ବାସଂତାର ଯୁଧ୍ୟରେ ପାକିସ୍ତାନ ପାଖରେ ୫ ବଟାଲିୟନ ଏବଂ ହିନ୍ଦୁସ୍ତାନ ପାଖରେ କେବଳ ୩ । ସେତେବେଳେ ପାକିସ୍ତାନର ଅଧିକ ଶକ୍ତିଶାଳୀ ଦେଖା ଯାଉଥିଲା । ତଥାପି ଅରୁଣ ସାହସର ସହିତ ପାକିସ୍ତାନ ସୈନିକ ମାନଙ୍କର ସାମନା କରିଲେ ଏବଂ ପାକିସ୍ତାନର ୧୦ ଟି ଟ୍ୟାଙ୍କକୁ ମାଟିରେ ମିଶାଇ ଦେଲେ ।

ଅରୁଣ ଶେଷ ଟ୍ୟାଙ୍କକୁ ନଷ୍ଟ କରିଲେ ଏବଂ ସେ ୧୦୦ ମିଟରରୁ କମ ଦୂରରେ ଥିଲେ । ଏହି ସମୟରେ ଅରୁଣଙ୍କ ଟ୍ୟାଙ୍କରେ ନିଆଁ ଲାଗିଗଲା । ସେନା ତାଙ୍କୁ ଟ୍ୟାଙ୍କ ଛାଡିବା ପାଇଁ କହିଲେ କିନ୍ତୁ ଅରୁଣଙ୍କର ଶେଷ ଶବ୍ଦ ଥିଲା - ସାର ମୋର ବନ୍ଧୁକ ବର୍ତ୍ତମାନ ପର୍ଯ୍ୟନ୍ତ ବି ଫାୟାର କରୁଛି, ଯେତେବେଳେ ପର୍ଯ୍ୟନ୍ତ ଏହା କାମ କରୁଥିବ, ମୁଁ ଫାୟାର କରୁଥିବି…. ଏହା ପରେ ଟ୍ୟାଙ୍କରେ ନିଆଁ ଲାଗିଗଲା ଏବଂ ଅରୁଣ ସହିଦ ହୋଇଗଲେ ।

ଅରୁଣ ବ୍ରିଗେଡିୟର ଖେତ୍ରପାଲଙ୍କର ପୁଅ ଥିଲେ । ନସୀର କହିଲେ କି ଦୁଇଜଣ ପରସ୍ପରକୁ ଫାୟାର କରୁଥିଲେ । ନସୀରଙ୍କର ଭାଗ୍ୟ ଭଲଥିଲା କି ସେ ବଞ୍ଚିଗଲେ । କିନ୍ତୁ ଅରୁଣ ଖେତ୍ରପାଲଙ୍କ ଏନକାଉଂଟର ସମୟରେ ନସୀର ୨୧ ବର୍ଷ ଯୁବକର ବାହାଦୁରି ଆଗରେ ନତମସ୍ତକ ହେଲେ ଏବଂ ତାଙ୍କର ବୀରତାକୁ ହୃଦୟ ଭିତରେ ହିଁ ସଲାମ କରୁଥିଲେ ।

ଏହି ବାକ୍ୟକୁ ବ୍ରିଗେଡିୟର ଖେତ୍ରପାଲ ଚୁପଚାପ ଶୁଣୁ ଥିଲେ । ଏହ ପରେ ଖେତ୍ରପାଲ କହିଲେ କି - ତୁମେ ନିଜର କର୍ତ୍ତ୍ୟବ୍ୟ କରୁଥିଲ ଏବଂ ସେ ନିଜର…… ।

୧୬ ଡିସେମ୍ବରକୁ ସହିଦ ହୋଇଥିବା ସେକେଂଡ ଲେଫ୍ଟିନେଂଟ ଅରୁଣ ଖେତ୍ରପାଲଙ୍କୁ ମରଣୋପରାଂତ ପରମବୀର ଚକ୍ର ଦ୍ଵାରା ସମ୍ମାନିତ କରାଗଲା । ତାଙ୍କର ବୀରତାର ପ୍ରଶଂସା କରି ପାକିସ୍ତାନ ବି ନିଜର ଡିଫେଂସ ୱେବସାଇଟ ଉପରେ ଏକ ଭାରତୀୟ ସୈନିକର ବାହାଦୁରି କାହାଣୀକୁ ସଜାଇ ରଖିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha