Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅର୍ଶ (Piles), ମଳକଣ୍ଟକ, ଭଗନ୍ଦର ମୂଳରୁ ହେବ ଶେଷ, କରନ୍ତୁ ଏହି ଦେଶୀ ଉପାୟ (Health Tips)

ଅର୍ଶ (Piles), ମଳକଣ୍ଟକ, ଭଗନ୍ଦର ମୂଳରୁ ହେବ ଶେଷ, କରନ୍ତୁ ଏହି ଦେଶୀ ଉପାୟ (Health Tips)

ନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟ ର ଅନିୟମିତତା କାରଣରୁ ଲୋକଙ୍କର ଅର୍ଶ, ମଳକଣ୍ଟକ ବା ଭଗନ୍ଦର ଭଳି ସମସ୍ଯା ଭୋଗ କରୁଛନ୍ତି । ଏହାକୁ ଇଂରାଜୀରେ ପାଇଲ୍ସ ବୋଲି କୁହାଯାଏ । ଅର୍ଶ ହେଲେ ରକ୍ତ ମଧ୍ୟ ପଡିଥାଏ । ଏଥିପାଇଁ କିଛି ଲୋକ ମାନେ ଅନେକ ପ୍ରକାରର ମେଡିସନ ସେବନ କରିଥାନ୍ତି । କବଚ ବା ଏସିଡିଟି ଭଳି ସମସ୍ଯା ଥିଲେ ଅର୍ଶ ସୃଷ୍ଟି ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ୨ଟି ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଅର୍ଶ ଭଳି ସମସ୍ଯା ଦୂର ହୋଇପାରିବ ।

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଲାଜକୁଳୀ ଗଛ ଯାହା ଆପଣଙ୍କ ଆଖପାଖରୁ ସହଜରେ ମିଳିଯିବ । ଏହାର ଆୟୁର୍ବେଦିକରେ ବିଶେଷ ମହତ୍ଵ ରହିଛି । ଏହା ଆମ ଶରୀରର ଅନେକ ପ୍ରକାରର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଲାଜକୁଳୀ ଗଛ ଚିହ୍ନିବା ବହୁତ ସହଜ ହୋଇଥାଏ କାରଣ ଏହାକୁ ଛୁଇଁ ଦେଲେ ଏହା ଝାଉଁଳିଯାଏ । ଭଲ ଭାବେ ଲାଜକୁଳୀ ପତ୍ରକୁ ଧୋଇ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି କଞ୍ଚା କ୍ଷୀର ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଏକ କପ କ୍ଷୀରର ଆବଶ୍ୟକ ରହିଛି । କ୍ଷୀରରେ ଲାଜକୁଳୀ ପତ୍ର ଅଳ୍ପ ମାତ୍ରାରେ ପକାନ୍ତୁ । ଏହି ରେମେଡିର ସେବନ ଆପଣ ଖାଲି ପେଟରେ କରନ୍ତୁ । ଯଦି ଆପଣଙ୍କର ଅର୍ଶ ଆରମ୍ଭ ହୋଇଛି ତେବେ ଏହାର ସେବନ ୩ ଦିନ କରନ୍ତୁ । ଯଦି ଆପଣଙ୍କର ଅର୍ଶ ବହୁ ଦିନରେ ଅଟେ ତେବେ ଏହାକୁ ୧୫ ଦିନ ସେବନ କରନ୍ତୁ ।

ଯଦି ଆପଣଙ୍କର ଅର୍ଶରୁ ଅଧିକ ରକ୍ତ ପଡୁଛି ତେବେ ଏଥିପାଇଁ ଆଉ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ଆବଶ୍ୟକ ରହିଛି ଗେଣ୍ଡୁ ପତ୍ର । ଏହା ପରେ ୧୦ଟି ଗୋଲମରିଚର ଆବଶ୍ୟକ ରହିଛି । ଏହି ୨ଟି ସାମଗ୍ରୀକୁ ଭଲ ଭାବେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅଧ ଚାମଚ ପେଷ୍ଟ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ପଡିବ । ଏକ ଗ୍ଳାସ ପାଣିରେ ଏହି ପେଷ୍ଟ ମିଶ୍ରଣ କରନ୍ତୁ । ଏହାକୁ କିଛି ଦିନ ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହେବା ସହ ରକ୍ତ ପଡିବା ବନ୍ଦ ହୋଇଯିବ ।

ଏହାକୁ ଖାଲି ପେଟରେ ଦିନକୁ ଦୁଇ ଥର ସେବନ କରି ପାରିବେ । ଆଜି ଆମେ ଆପଣ ମାନଙ୍କୁ ଦୁଇ ପ୍ରକାରର ହୋମ ରେମେଡି ତିଆରି କରିବା ବିଷୟରେ କହିଲୁ ଯାହାର ବ୍ୟବହାର କରି ଅର୍ଶ ଭଳି ସମସ୍ଯା ଦୂର କରିବା ସହ ଅର୍ଶ ରେ ରକ୍ତ ପଡୁଥିଲେ ମଧ୍ୟ ତାହା ବନ୍ଦ ହୋଇଯିବ । ତେବେ ଆପଣ ମାନେ ଏହାକୁ ମାତ୍ର ଥରେ ବ୍ୟବହାର କରି ଦେଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha