Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବରର ଏହି ଭଳି କାମ ଦେଖି କନ୍ୟା ଜଣକ ମନା କରିଦେଲା ବାହା ହେବାପାଇଁ, କହିଲା କି ସେ ନର୍କ କରିଦେବ ମୋ ଜୀବନକୁ! ଜାଣନ୍ତୁ ପୁରା ଘଟଣା

ବରର ଏହି ଭଳି କାମ ଦେଖି କନ୍ୟା ଜଣକ ମନା କରିଦେଲା ବାହା ହେବାପାଇଁ, କହିଲା କି ସେ ନର୍କ କରିଦେବ ମୋ ଜୀବନକୁ! ଜାଣନ୍ତୁ ପୁରା ଘଟଣା

ମାଜର ଭଲ ପାଇଁ ଯେତେବେଳେ କୌଣସି କାମ ହୋଇଥାଏ ତବେ ସଙ୍ଗେ ସଙ୍ଗେ ତାହାର ପ୍ରଭାବ ଦେଖାଯାଏ ନାହିଁ, ପ୍ରଭାବ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ । ଆମ ସମାଜରେ ନିଶ୍ଚିତ ରୂପରେ ମହିଳା ଏବଂ ଝିଅମାନେ ଶଶକ୍ତ ହୋଇଛନ୍ତି, ତେବେ ଗ୍ରାମରେ ଶୌଚାଳୟ ନ ହେଲେ କୌଣସି ଝିଅ ସେଠି ବାହା ହେବ ପାଇଁ ମନା କରିଦିଏ । କହିବାକୁ ଗଲେ କନ୍ୟା ଜଣକ ବରକୁ ଅସ୍ଵୀକାର କରିଥାଏ ।

ଏମିତି ହିଁ ଏକ ମାମଲା ସାମ୍ନାରେ ଆସିଛି, ଯେଉଁଠି କନ୍ୟା ଜଣକ ମଣ୍ଡପରେ ବରର ଗୋଟିଏ କାମ ଦେଖି ବାହା ହେବା ପାଇଁ ମନା କରିଦେଲେ । କହିବାକୁ ଗଲେ ବର ଗୁଟକା ଖାଉଥିଲା, ତାହାର ଗୁଟକା ଖାଇବା କାରଣରୁ କନ୍ୟା ବାହା ହେବା ପାଇଁ ମନା କରିଦେଲା । ଏହି କଥା କନ୍ୟାକୁ ସେତେବେଳେ ଜଣା ପଡିଲା ଯେତେବେଳେ କନ୍ୟାର ବନ୍ଧୁ ମାନେ ବରକୁ ଗୁଟକା ଖାଉଥିବାର ଦେଖିନେଲେ ।

ଏହା ପରେ କନ୍ୟାର ବନ୍ଧୁ ମାନେ ବରକୁ କହିଲେ କି, "ଆଜି ତ ଗୁଟକା ଖାଇବା ଛାଡି ଦେଇଥାନ୍ତେ" ଏହି କଥା ଶୁଣି ବର ରାଗିଯାଇ କନ୍ୟାର ବନ୍ଧୁ ମାନଙ୍କୁ ଗାଳି ଦେବାକୁ ଲାଗିଲା । ଏହି କଥା ଯେତେବେଳେ କନ୍ୟାର ବନ୍ଧୁମାନେ କନ୍ୟାକୁ କହିଲେ ସେତେବେଳେ କନ୍ୟା ଜଣକ ଏହି ବାହାଘର କରିବା ପାଇଁ ମନା କରିଲେ ଏବଂ ବରଯାତ୍ରୀ ସେମିତି ହିଁ ଫେରି ଗଲେ ।

ପ୍ରଥମେ କନ୍ୟାର ପରିବାର ଲୋକେ କନ୍ୟାକୁ ବୁଝାଇବାକୁ ଚେଷ୍ଟା କଲେ । କନ୍ୟା ଜଣକ କହିଲେ କି ବର ମୋ ଜୀବନକୁ ନର୍କ କରିଦେବ, ଯିଏ ସମସ୍ତଙ୍କ ସାମ୍ନାରେ ଏମିତି ବ୍ୟବହାର କରୁଛି, ତେବେ ସେ କାଲି ମଦ ପିଇ ମୋ ସହିତ ମଧ୍ୟ ଏହିଭଳି ଖରାପ ବ୍ୟବହାର କରିବ । ମୁଁ ଏହିଭଳି ମଣିଷ ସହିତ କେବେବି ବାହା ହେବି ନାହିଁ । ଏବଂ କନ୍ୟା ଜଣକ ଆଗକୁ କହିଲେ କି ସବୁକିଛି ମୋ ଆଖିରେ ଦେଖି କରି ବି ମୁଁ ମୋର ଜୀବନକୁ ବର୍ବାଦ କରିବି ନାହିଁ ।

ଏହି ମାମଲା ବାଲିୟା ଜିଲ୍ଲାର ଲାଲଗଞ୍ଜ ଥାନା କ୍ଷେତ୍ରର ଅଟେ, ବାହାଘର ଭାଙ୍ଗିବା ପରେ କନ୍ୟା ଘରର ଲୋକମାନେ ବରକୁ ବାନ୍ଧି ରଖିଲେ ଏବଂ ବାହାଘରର ଖର୍ଚ ଏବଂ ଦିଆ ଯାଇଥିବା ସବୁ ଜିନିଷକୁ ଫେରାଇବା ପାଇଁ କହିଲେ, ଏହି କଥା ଶୁଣି ଧୀରେ ଧୀରେ ବରଯାତ୍ରୀରେ ଆସିଥିବା ଲୋକମାନେ ସେହି ସ୍ଥାନରୁ ଯିବାକୁ ଲାଗିଲେ ଏବଂ ରାତିରେ ବର ମଧ୍ୟ ଖସି ପଳାଇଲା । ତାହା ପର ଦିନ ଦୁଇ ପକ୍ଷର ଲୋକମାନେ ଥାନାରେ ପହଞ୍ଚି ଯେଉଁଠି ସେମାନେ ନିଜ ମଧ୍ୟରେ ସମଧାନ କରି ପରସ୍ପରର ଜିନିଷ ସବୁ ଫେରାଇ ଦେବେ ବୋଲି କହିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha