Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ୟକ୍ତିକୁ ଏହି ୩ଟି କାର୍ଯ୍ୟକୁ କରିବା ପରେ ଗାଧୋଇବା ନିହାତି ଦରକାର, ନିଶ୍ଚୟ ଜାଣି ନିଅନ୍ତୁ

ବ୍ୟକ୍ତିକୁ ଏହି ୩ଟି କାର୍ଯ୍ୟକୁ କରିବା ପରେ ଗାଧୋଇବା ନିହାତି ଦରକାର, ନିଶ୍ଚୟ ଜାଣି ନିଅନ୍ତୁ

ମସ୍କାର ବନ୍ଧୁମାନେ, ଆପଣ ସମସ୍ତଙ୍କୁ ଆମର ଏହି ଆର୍ଟକୀଲରେ ପୁଣି ଥରେ ସ୍ଵଗାତ । ବନ୍ଧୁମାନେ ଆଜି ଆମେ ଆପଣଙ୍କୁ ଏମିତି ତିନୋଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ପରେ ଆପଣଙ୍କୁ ନିଶ୍ଚିତ ରୂପରେ ଗାଧୋଇବା ଉଚିତ ଓ ଏମିତି ହିଁ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ସବୁ ବାଣୀ ବହୁତ ହିଁ ମହତ୍ଵ ରଖିଥାଏ ।

କାରଣ ତାଙ୍କର ସମସ୍ତ ବାଣୀରେ ମନୁଷ୍ୟ ଜାତି ପାଇଁ ଶିକ୍ଷା ଅଛି ଓ ସେ ନିଜ ବାଣୀ ଦ୍ଵାରା ମନୁଷ୍ୟ ଜାତିକୁ ଉଚିତ ଶିକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ତିନୋଟି କାର୍ଯ୍ୟ ବିଷୟରେ ।

୧. ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଶବଯାତ୍ରାରେ ନିଶ୍ଚିତ ଯାଇଥିବେ କାରଣ ଏହା ଏକ ସେବା କାର୍ଯ୍ୟରେ ଯାଇଥାଏ । କହିବାକୁ ଗଲେ ଶବଯାତ୍ରା କରିବା ପରେ ନିଶ୍ଚିତ ରୂପରେ ଗାଧୋଇବା ଉଚିତ । କାରଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶବ ଯାତ୍ରା କରିବା ପରେ ବ୍ୟକ୍ତିର ଶରୀର ଅପବିତ୍ର ହୋଇଯାଏ । ସେଥିପାଇଁ ଗାଧୋଇବା ବହୁତ ହିଁ ଜରୁରୀ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଶରୀର ପବିତ୍ର ହୋଇଯିବ ।

୨. ଏହି ସଂସାରରେ ସବୁ ପୁରୁଷ ଓ ମହିଳାମାନେ ନିଜର କେଶ ନିଶ୍ଚିତ କାଟି ଥାନ୍ତି । ବିଶେଷ କରି ପୁରୁଷମାନେ ନିଜର କେଶ ଅଧିକ କାଟନ୍ତି । କିନ୍ତୁ ଏହା ଜାଣିବା ଆପଣଙ୍କ ପାଇଁ ସବୁଠୁ ଜରୁରୀ ଅଟେ କି କେଶ କାଟିବା ପରେ ଗାଧୋଇବା ଉଚିତ । କାରଣ କେଶ କାଟିବା ପରେ କିଛି କେଶ ଆପଣଙ୍କ ଶରୀରରେ ଲାଗି ରହିଥାଏ, ଯେଉଁଥିରୁ ଆପଣଙ୍କୁ କୁଣ୍ଡିଆ ରୋଗ ହୋଇପାରେ । ସେଥିପାଇଁ କେଶ କାଟିବା ପରେ ଗାଧୋଇବା ଉଚିତ । କହିବାକୁ ଗଲେ କେତେକ ଲୋକମାନେ କେଶ କାଟିବା ପରେ ଗାଧୋଇ ନଥାନ୍ତି । ଏହି ସୂଚନା ବିଶେଷ କରି ସେମାନଙ୍କ ପାଇଁ ଅଟେ ।

୩. ଅନ୍ୟ ଏକ ବିଶେଷ କଥା ଏହା ଅଟେ କି ଶୋଇ କି ଉଠିବା ପରେ ବି ନିଶ୍ଚିତ ଗାଧୋଇବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ କି ଶୋଇବା ପରେ ଶରୀର ଅପବିତ୍ର ହୋଇଯାଏ । ସେଥିପାଇଁ ସକାଳୁ ଉଠିବା ପରେ ନିଶ୍ଚିତ ରୂପରେ ଗାଧୋଇବା ଜରୁରୀ ଅଟେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha