Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁବ ଘାସ ମିଳିଗଲେ ଚୁପଚାପ ଛିଣ୍ଡାଇ ରଖି ଦିଅନ୍ତୁ, ଏହି ସବୁ ରୋଗକୁ ଅତି ସହଜରେ ଭଲ କରି ଦେଇଥାଏ

ଦୁବ ଘାସ ମିଳିଗଲେ ଚୁପଚାପ ଛିଣ୍ଡାଇ ରଖି ଦିଅନ୍ତୁ, ଏହି ସବୁ ରୋଗକୁ ଅତି ସହଜରେ ଭଲ କରି ଦେଇଥାଏ

ପ୍ରକୃତିରୁ ମିଳୁଥିବା ସମସ୍ତ ବୃକ୍ଷଲତା ଠାରୁ ଆରମ୍ଭ କରି ଘାସ ପର୍ଯ୍ୟନ୍ତ ସମସ୍ତଙ୍କର କିଛି ନା କିଛି ଉପକାରିତା ଥାଏ । ଯାହାକୁ କି ଠିକ ଭାବେ ଚିହ୍ନିବା ଏବଂ ତାର ବିଶେଷତ୍ଵକୁ କାର୍ଯ୍ୟକାରୀ କରିବା ଆମେ ଜାଣି ପାରି ନଥାଉ । ଆଜି ଆମେ ଦୁବ ଘାସର କିଛି ବିଶେଷ ମହତ୍ଵ ବିଷୟରେ ଜାଣିବା । ଦୁବ ଘାସ ବର୍ଷ ସାରା ଆମକୁ ମିଳିଥାଏ ।

ହିନ୍ଦୁ ଧର୍ମରେ ଏହି ଘାସକୁ ବିଶେଷ ମହତ୍ଵ ଦିଆଯାଇଛି । ଏହି ଘାସକୁ ସମସ୍ତ ପୂଜାରେ ବ୍ୟବହାର କରାଯାଇ ଥାଏ କିନ୍ତୁ ଏହାର ବାସ୍ତବରେ ଅନେକ ଗୁଡିଏ କାର୍ଯ୍ୟ ରହିଥାଏ ।

୧- ସାନ୍ତାଳ ଜାତିର ଲୋକ ଦୁବକୁ ବାଟି ଫାଟି ଥିବା ଚମଡାରେ ଲେପ ଭାବେ ଲଗାଇ ଥାନ୍ତି ଏବଂ ଏଥିରୁ ତାଙ୍କୁ ଲାଭ ବି ମିଳିଥାଏ ।

୨- ଦୁବ ଘାସ ଉପରେ ସକାଳେ ଖାଲି ପାଦରେ ଚାଲିବା ଦ୍ଵାରା ଦୃଷ୍ଟିଶକ୍ତି ବଢିଥାଏ ।

୩- ଦୁବ ଘାସର ରସକୁ ସବୁଜ ରକ୍ତ କୁହାଯାଇ ଥାଏ, ଏହାକୁ ପିଇବା ଦ୍ଵାରା ଏନିମିୟା ଠିକ ହୋଇଯାଇ ଥାଏ ।

୪- ଏହାର ରସ ନାକରେ ପକାଇବା ଦ୍ଵାରା ନାକରୁ ବାହାରୁ ଥିବା ରକ୍ତ ବନ୍ଦ ହୋଇ ଯାଇଥାଏ ।

୫- ଏହି ଘାସର କାଢାରେ କୁଳି କରିବା ଦ୍ଵାରା ପାଟିର ଛାଲ ଭଲ ହୋଇ ଯାଇଥାଏ ।

୭- ଦୁବ ଘାସ ରସ ପିଇବା ଦ୍ଵାରା ପିତ ଜନିତ ରୋଗ ଭଲ ହୋଇଯାଇ ଥାଏ ।

୮- ଏହି ଘାସର ରସକୁ ପିଇବା ଦ୍ଵାରା ପତଳା ଝାଡା ଭଲ ହୋଇଥାଏ ।

୯- ଦୁବ ଘାସ ରକ୍ତସ୍ରାବ, ଗର୍ଭପାତ କୁ ରୋକି ଥାଏ ଏବଂ ଗର୍ଭାଶୟ ଓ ଗର୍ଭକୁ ଶକ୍ତି ପ୍ରଦାନ କରିଥାଏ ।

୧୦- ଦୁବ ଘାସକୁ ବାଟି ଦହିରେ ମିଶାଇ ଖାଇବା ଦ୍ଵାରା ଅର୍ଶ ଭଲ ହୋଇ ଯାଇଥାଏ ।

୧୧- ଦୁବ ଘାସ ରସକୁ ତେଲରେ ପକାଇ ଲଗାଇବା ଦ୍ଵାରା କାଛୁ କୁଣ୍ଡିଆ ଭଲ ହୋଇ ଯାଇଥାଏ ।

୧୨- ଦୁବ ରସରେ ଅତିସି ଗୁଣ୍ଡକୁ ମିଶାଇ ଦିନକୁ ଦୁଇ ତିନି ଥର ଚାଟିବା ଦ୍ଵାରା ମ୍ୟାଲେରିଆ ଭଲ ହୋଇ ଯାଇଥାଏ ।

୧୩- ଦୁବ ଉପରେ ପଡିଥିବା କାକର କୁ ନେଇ ପୋଡି ଯାଇଥିବା ଜାଗାରେ ଲଗାଇବା ଦ୍ଵାରା ଲାଭ ମିଳିଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha