Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏମିତି ହିଁ ମିଳି ନାହିଁ ସାରାଙ୍କୁ "ସିମ୍ବା", କହିଲେ କି ଫିଲ୍ମରେ କାମ କରିବା ପାଇଁ ମୋତେ ରୋହିତଙ୍କ ସାମନାରେ କରିବାକୁ ପଡିଥିଲା..

ଏମିତି ହିଁ ମିଳି ନାହିଁ ସାରାଙ୍କୁ "ସିମ୍ବା", କହିଲେ କି ଫିଲ୍ମରେ କାମ କରିବା ପାଇଁ ମୋତେ ରୋହିତଙ୍କ ସାମନାରେ କରିବାକୁ ପଡିଥିଲା..

ସାରା ଅଲୀ ଖାନ ବଲୀଉଡର ନୂଆ ଅଭିନେତ୍ରୀ ହେବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଫିଲ୍ମ 'କେଦାରନାଥ' ବକ୍ସ ଅଫିସରେ ସୁପରହିଟ ହୋଇଛି । ଦର୍ଶକମାନେ ଏହି ଫିଲ୍ମକୁ ଏବଂ ସାରାଙ୍କୁ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଥିଲେ । ଏହା ପରେ ୨୮ ଡିସେମ୍ବରରେ ସାରାଙ୍କର ଦୁତ୍ଵିୟ ଫିଲ୍ମ 'ସିମ୍ବା' ମଧ୍ୟ ରିଲିଜ ହୋଇଛି ଏବଂ ଏହା କିଛି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ମଧ୍ୟ ସାମିଲ ହୋଇ ଯାଇଛି ।

ସିମ୍ବା ଫିଲ୍ମକୁ ରୋହିତ ସେଟ୍ଟୀ ଡାୟରେକ୍ଟ ଏବଂ କରଣ ଜୋହର ପ୍ରୋଡ୍ଯୂସ କରିଛନ୍ତି । ଫିଲ୍ମରେ ରଣବୀର ସିଂହ ସାରା ଅଲୀ ଖାନଙ୍କର ହିରୋ ଅଟନ୍ତି । ସାରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ହୃଦୟ ମଧ୍ୟ ବହୁତ ଭଲ ଅଟେ ।

ଲୋକମାନଙ୍କ ପ୍ରତି ତାଙ୍କର ବହୁତ ଭଲ ପାଇବା ଅଛି ଏବଂ ସମସ୍ତେ କହୁଛନ୍ତି କି ସାରା ପ୍ରଥମ ଏମିତି ଏକ ଷ୍ଟାର କିଡ୍ସ ଅଟନ୍ତି ଯାହାଙ୍କର ଟିକେବି ଗର୍ବକି ଅହଂକାର ନାହିଁ । କିନ୍ତୁ ବର୍ତ୍ତମାନ ସାରା ଏମିତି ଏକ କଥା ବିଷୟରେ କହିଛନ୍ତି ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ । ସେ କହିଲେ କି ଲୋକମାନ ଭାବନ୍ତି କି ଷ୍ଟାର କିଡ୍ସ ଅଟନ୍ତି ତେବେ କାମ ସହଜରେ ମିଳିଯିବ କିନ୍ତୁ ଏହା ସତ ନୁହେଁ ।

ସାରା ଅଲୀ ଖାନ କହିଲେ କି ତାଙ୍କୁ ରୋହିତଙ୍କର ଫିଲ୍ମ ସିମ୍ବାରେ କାମ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବାକୁ ପଡିଥିଲା । ଏତେ ସହଜରେ ଫିଲ୍ମ ତାଙ୍କୁ ମିଳି ନଥିଲା । ସାରା କହିଲେ କି କେତେ ଦିନ ପର୍ଯ୍ୟନ୍ତ ଲଗାତାର ରୋହିତଙ୍କୁ ମୈସେଜ କରି କାମ ମାଗୁଥିଲେ କିନ୍ତୁ ରୋହିତଙ୍କ ତରଫରୁ କିଛି ରିପ୍ଲାଈ ଆସୁ ନଥିଲା । କିନ୍ତୁ ଦିନେ ରୋହିତ ଦେଖିଲେ କି ସାରାଙ୍କର ବହୁତ ମୈସେଜ ଆସିଛି ତେବ ଯାଇ ସେ ତାଙ୍କୁ ଡାକିଥିଲେ ।

ସାରା କହିଲେ କି ସେ ରୋହିତଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ଏବଂ ତାଙ୍କର ଇଛା ଥିଲା କି ସେ ତାଙ୍କ ସହିତ କାମ କରିବେ ବୋଲି । ସେ କହିଲେ କି ରୋହିତ ଏବଂ ରଣବୀରଙ୍କ ସହିତ କାମ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ଅଟେ ।

ସାରା କହିଲେ କି କେଦାରନାଥ ଶୁଟିଙ୍ଗ ସମୟରେ ହିଁ ସେ ବହୁତ ଅସୁବିଧା ଦେଖିଥିଲେ ଏବଂ ଏହା ମଧ୍ୟରେ ସେ ରୋହିତଙ୍କ ସହିତ ଦେଖା କରିବା ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କୁ ଜଣାନଥିଲା କି ଫିଲ୍ମ କେଦାରନାଥ ହିଟ ହେବ କି ଫ୍ଲପ । ସେ ରୋହିତଙ୍କୁ ମେସେଜ କରୁଥିଲେ କି ମୋତେ କାମ ଦିଅନ୍ତୁ । ସେ କହିଲେ କି ଥରେ ସେ ରୋହିତଙ୍କ ଅଫିସକୁ ନିଜର ମୈନେଜମେଂଟ ଟିମ ବିନା ହିଁ ତାଙ୍କୁ ଦେଖା କରିବାକୁ ଯାଇଥିଲେ ।

ଏହା ଦେଖି ରୋହିତ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ରୋହିତ କେବେ ଭାବି ନଥିଲେ କି ସାରା ନିଜର ମୈନେଜମେଂଟ ଟିମ ବିନା ହିଁ ତାଙ୍କ ପାଖକୁ ଆସିବେ ବୋଲି । ସାରା ହାତ ଯୋଡି ରୋହିତଙ୍କୁ କାମ ପାଇଁ କହିଥିଲେ । ଫିଲ୍ମ ସିମ୍ବାରେ କାମ ଦେବା ପାଇଁ ରୋହିତଙ୍କୁ ସାରା ଧନ୍ୟବାଦ ଜଣାଇ ଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha