Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘରକୁ ଆସୁଥିବା ବିପଦର ସଂକେତ ଦେଇଥାଏ ବୁଢିଆଣି ଜାଲ, ପୂର୍ବରୁ ଏମିତି ଜାଣିନିଅନ୍ତୁ

ଘରକୁ ଆସୁଥିବା ବିପଦର ସଂକେତ ଦେଇଥାଏ ବୁଢିଆଣି ଜାଲ, ପୂର୍ବରୁ ଏମିତି ଜାଣିନିଅନ୍ତୁ

ସାଧାରଣତଃ ଘରେ ଆପଣମାନେ ବୁଢିଆଣି ଜାଲ ବା ବସା ନିଶ୍ଚିତ ଦେଖିଥିବେ। ଏହା ଘରକୁ ଅସନା କରିବା ସହିତ ବାସ୍ତୁଦୋଷ ମଧ୍ୟ ଡାକିଆଣେ। ଏହା ବାଣିଜ୍ଯ ଏବଂ ବେପାରରେ ମଧ୍ୟ ବାଧା ଆଣିଥାଏ। ଏହାସହିତ ଘରର ସଦସ୍ଯଙ୍କ ଭିତରେ ଅଳସ୍ଯ ଭାବେ ଆଣିଥାଏ। ତେଣୁ ଏହାକୁ ଘୁ ସଫା କରିଦେବା ନିତାନ୍ତ ଆବଶ୍ଯକ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ବୁଢିଆଣି ଜାଲ ଘରକୁ ଆସୁଥିବା ବିପଦର ସଂକେତ ଦେଇଥାଏ।

ତେବେ କ'ଣ ଏହିସବୁ ବିପଦ ଆସନ୍ତୁ ଜାଣିନେବା…

- ଘରର ଛାତ କିମ୍ବା କାନ୍ଥରେ ବୁଢିଆଣି ଜାଲ ଥିଲେ ନାକରାତ୍ମକ ବାତାବରଣ ବଢିଥାଏ। ଏହାସହିତ ଘରେ ବାସ୍ତୁଦୋଷ ଉତ୍ପନ୍ନ ହେବା ସହିତ ସଦସ୍ଯଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

- ଅନେକ ଲୋକ ବହୁ ପରିଶ୍ରମ କରିବା ସତ୍ତ୍ବେ ମଧ୍ୟ ସଫଳତା ମିଳିନଥାଏ। ଏହାର କାରଣ ବୁଢିଆଣି ଜାଲ ହୋଇଥାଏ। ଘରେ ଥିବା ବୁଢିଆଣି ଜାଲ ଯୋଗୁଁ ଉନ୍ନତିରେ ବାଧା ଆସିଥାଏ। ଖାସ୍ କରି ବାଥରୁମରେ ବୁଢିଆଣି ଜାଲ ହେବା ଦ୍ବାରା ଚାକିରି, ବେପାର ଜନିତ ସମସ୍ଯାର ସାମ୍ନା କରିବାକୁ ପଡିଥାଏ।

- ଯେଉଁ ଘରର ଷ୍ଟୋର ରୁମରେ ବୁଢିଆଣି ଜାଲ ଥାଏ, ସେହି ଘରର ସଦସ୍ଯଙ୍କୁ ଧନ ଜମା କରିବାରେ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡିଥାଏ।

- ଘରେ ବୁଢିଆଣି ଜାଲ ରହିଲେ ବହୁ ସହଜ କାମ କରିବା ପାଇଁ ମଧ୍ୟ କଷ୍ଟ ଆଉ ବିଳମ୍ବ ହୋଇଥାଏ।

- ଏହାସହିତ ଘରେ ଛୋଟ ଛୋଟ ଝଗଡା, ମନମାଳିନ ଏବଂ ଟେନସନ ଲାଗି ରହିଥାଏ। ବ୍ଯକ୍ତି ସ୍ବଭାବରେ ଚିଡଚିଡାପଣ ଆସିବା ସହିତ ବୈବାହିକ ଜୀବନରେ ଟେନସନ ବଢିଥାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha