Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇମ୍ୟୁନ ସିଷ୍ଟମକୁ ଖରାପ କରିଦିଏ ମାତ୍ରାଧିକ ଲୁଣ ସେବନ, ଜାଣନ୍ତୁ ଏଥିରୁ କେମିତି ବଞ୍ଚିବେ

ଇମ୍ୟୁନ ସିଷ୍ଟମକୁ ଖରାପ କରିଦିଏ ମାତ୍ରାଧିକ ଲୁଣ ସେବନ, ଜାଣନ୍ତୁ ଏଥିରୁ କେମିତି ବଞ୍ଚିବେ

ଲୁଣର ମାତ୍ରାଧିକ ସେବନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। ଏହା କାରଣରୁ ହାଇ ବ୍ଲଡ୍ ପ୍ରେସର ହୋଇଥାଏ। ଏଥିପାଇଁ ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କୁ ସତର୍କତାର ସହ ଏହାର ବ୍ୟବହାର କରିବା ଉଚିତ୍। ଖାଲି ଏତିକି ନୁହେଁ, ଲୁଣ କିଡନୀ ସହ ଜଡ଼ିତ ଅନେକ ରୋଗର ମଧ୍ୟ କାରଣ ହୋଇପାରେ। କିଛି ଅଧ୍ୟୟନ ମୁତାବିକ୍ ଲୁଣରୁ ଇମ୍ୟୁନି ସିଷ୍ଟମ ମଧ୍ୟ ଖରାପ ହୋଇଥାଏ ।

ଯଦି ଆପଣ ଖାଦ୍ୟରେ ଲୁଣ ଅଧିକ ବ୍ୟବହାର କରିବାକୁ ପସନ୍ଦ କରନ୍ତି ବା ଅଧିକ ଲୁଣ ଖାଆନ୍ତି ତ ସାବଧାନ ହୋଇ ଯାଆନ୍ତୁ । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ ( FSSAI) ଖାଦ୍ୟରେ ଲୁଣର ମାତ୍ରାକୁ କଣ୍ଟ୍ରୋଲ କରିବା ପାଇଁ କିଛି ଉତ୍ତମ ଉପାୟ କହିଛନ୍ତି। ହାଇ ବ୍ଲଡ୍ ପ୍ରେସର ବା କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଏହା ବହୁତ ଫଳପ୍ରଦ ହୋଇପାରେ।

ଖାଇବାରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିବା ପରିବର୍ତ୍ତେ ସିଜନରେ ମିଳୁଥିବା ଦ୍ୱିତୀୟ ବିକଳ୍ପକୁ ଖୋଜନ୍ତୁ। ଆପଣ ଲୁଣ ସ୍ଥାନରେ ଲେମନ ପାଉଡ଼ର ମ୍ୟାଙ୍ଗୋ ପାଉଡ଼ର ( ଆମ୍ୱର ପେଶା ଯାଇଥିବା ଚୂର୍ଣ୍ଣ ), ଜୁଆଣି ଓ ଗୋଲମରିଚ ଆଦି ବ୍ୟବହାର କରିପାରିବେ।
ଏଫ୍ଏସ୍ଏସ୍ଏଆଇ ନିଜର ଟ୍ୱିଟରେ ଲେଖିଛି ,ଖାଦ୍ୟ ପ୍ରସ୍ତୁତ ବେଳେ ମଝିରେ ଲୁଣ ପକାଇବା ବଦଳରେ, ଶେଷରେ ଲୁଣ ପକାନ୍ତୁ । ଏହି ପ୍ରକାରରେ ଆପଣ ଖାଦ୍ୟ ପ୍ରସ୍ତୁତ ପ୍ରକ୍ରିୟାରେ କମ୍ ଲୁଣର ଉପଯୋଗ କରିପାରିବେ ।

ଅନେକ ସମୟରେ ଦେଖିବାକୁ ମିଳେ ଲୋକେ ଲଞ୍ଚ-ଡିନରରେ ଖାଇବା ସହ ପାମ୍ପଡ, ଚଟନୀ ବା ନମକିନ୍ ସହ ଖାଇଥାନ୍ତି । ଏହି ସବୁ ଜିନିଷରେ ଲୁଣର ମାତ୍ରା ଅଧିକ ଥାଏ । ଏହା ସତ ଯେ ଜିଭକୁ ସ୍ୱାଦଯୁକ୍ତ ଲାଗିଥାଏ, ହେଲେ ବ୍ଲଡ୍ ପ୍ରେସର ପାଇଁ କ୍ଷତିକାରକ। ଏଥିପାଇଁ ଏହାର କମ ବ୍ୟବହାର କରନ୍ତୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha