Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ, ପ୍ରାପ୍ତି ହେବ ଶୁଭଫଳ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ, ପ୍ରାପ୍ତି ହେବ ଶୁଭଫଳ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ଵ ରହିଛି। ଉଲ୍ଲେଖଯୋଗ୍ୟ ଏହି ମାସରେ ଯେଉଁ ବ୍ୟକ୍ତି ବ୍ରତ କିମ୍ବା ତପ କରିଥାନ୍ତି ସେ ମୋକ୍ଷ ପ୍ରାପ୍ତି ଲାଭ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ। ଏହି ଧର୍ମମାସ କାର୍ତ୍ତିକ ମାସ କୁମାର ପୂର୍ଣ୍ଣିମା ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଥାଏ ।

ମାନ୍ୟତା ରହିଛି କାର୍ତ୍ତିକ ମାସରେ ଏହି ୭ଟି ନିୟମ ପାଳନ କରିବା ଉଚିତ, ଯାହାଫଳରେ ଏହି ନିୟମ ପାଳନ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ନିୟମ ।

-ଏହି ମାସରେ ତୁଳସୀ ପୂଜା ଏବଂ ସେବନର ବିଶେଷ ମହତ୍ତ୍ୱ ରହିଛି ।

-କାର୍ତ୍ତିକ ମାସରେ ଭୂମି ଉପରେ ଶୋଇବା ଉଚିତ । ମାନ୍ୟତା ରହିଛି ଭୂମି ଉପରେ ଶୋଇବା ଦ୍ୱାରା ମନରେ ପବିତ୍ର ଚିନ୍ତାଧାରା ଆସିଥାଏ।

-କାର୍ତ୍ତିକ ମାସରେ ଦେହରେ ତେଲ ଲଗାଇବା ଅନୁଚିତ। ଏହି ମାସରେ କେବଳ ଗୋଟିଏ ଦିନ ନରକ ଚତ୍ରୁଦର୍ଶୀ ଦିନ ତେଲ ଲଗାଯାଇପାରିବ।

-କାର୍ତ୍ତିକ ମାସରେ ନିଶ୍ଚିତ ରୂପେ ଦୀପଦାନ କରିବା ଉଚିତ। ଏପରି କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଏହି ମାସରେ ପୋଖରୀ ଏବଂ ନଦୀରେ ଦୀପଦାନ କରାଯାଇଥାଏ।

-ସେହିଭଳି ଏହିମାସରେ ହରଡ଼ ଡାଲି, ଚଣା, ମଟର ଏବଂ ମସୁର ଡାଲି ଖାଇବାରେ ବାରଣ କରାଯାଇଥାଏ।

-କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ।

-ଏସବୁ ବ୍ୟତୀତ କାର୍ତ୍ତିକ ମାସରେ କଳହ ଠାରୁ ଦୂରେଇ ରହିବା ଉଚିତ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha