Dailyhunt
କେବେବି ଆପଣଙ୍କ ସ୍ଵପ୍ନକୁ ପୁରା କରିବାକୁ ଦେଇ ନଥାଏ ମୋବାଇଲଫୋନର ନିଶା, ଏମିତି ନିଜକୁ ଦୂରେଇ ପାରିବେ ଏଥିରୁ

କେବେବି ଆପଣଙ୍କ ସ୍ଵପ୍ନକୁ ପୁରା କରିବାକୁ ଦେଇ ନଥାଏ ମୋବାଇଲଫୋନର ନିଶା, ଏମିତି ନିଜକୁ ଦୂରେଇ ପାରିବେ ଏଥିରୁ

ପଣ ଯଦି ଭାବୁଛନ୍ତି କି ମୋବାଇଲ ଫୋନକୁ ଆପଣ ଚଲାଉଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହା ଜାଣି ନିଅନ୍ତୁ କି ମୋବାଇଲ ଆପଣଙ୍କୁ ବ୍ୟବହାର କରୁଛି । ଅର୍ଥାତ ଆପଣ ମୋବାଇଲର ଇଙ୍ଗିତରେ ନାଚୁଛନ୍ତି । କହିବାକୁ ଗଲେ ମୋବାଇଲ ବ୍ୟବହାର ଅଭ୍ୟାସ ସେତେବେଳେ ଖରାପ ହୋଇଥାଏ ଯେତେବେଳେ ଆପଣଙ୍କୁ ଜଣାପଡେ ନାହିଁ କି ଆପଣ କେତେ ସମୟ ମୋବାଇଲ ବ୍ୟବହାର କରିବାରେ ବର୍ବାଦ କରିଦେଲେ ।

ଏକ ସର୍ଭେ ଅନୁସାରେ ଜଣା ପଡିଛି କି ସବୁ ମଣିଷ ସକାଳୁ ଉଠିବା ମାତ୍ରେ ହିଁ ନିଜର ସବୁକାମ ଭୁଲି ଯାଇ ପ୍ରଥମେ ମୋବାଇଲ ଫୋନକୁ ଖୋଜିଥାଏ । ବେଳେ ବେଳେ ନିଜ ଫୋନକୁ ନିଜ ପାଖରେ ନ ଦେଖିବା ଅର୍ଥାତ ଆପଣ ଏଠି ସେଠି ମୋବାଇଲକୁ ରଖି ଦେଇ ଛନ୍ତି ଓ ପାଉ ନାହାନ୍ତି ତେବେ ଆପଣ ବହୁତ ଚିନ୍ତିତ ହୋଇଯାନ୍ତି ।

ଆପଣ ଭାବନ୍ତି ଆପଣଙ୍କ ପାଖରୁ କୌଣସି ଦାମିକିଆ ଜିନିଷ କିଏ ନେଇଗଲା । ଫୋନକୁ ନିଜ ହାତରେ ରଖିବା ଓ ନିଜେ ଚଳେଇବା ମଧ୍ୟରେ ବହୁତ ଫରକ ଥାଏ । କିଛି ଲୋକ ସମସ୍ୟାରେ ପଡିଯାନ୍ତି କି ତାଙ୍କ ସମୟକୁ କିପରି ମେନେଜ କରିବେ । ତାଙ୍କ ପାଖରେ ଅନ୍ୟ କୌଣସି ଜିନିଷ ପାଇଁ ସମୟ ନ ଥାଏ । ପ୍ରାୟତଃ ଦେଖା ଯାଇଛି କି ପିଲାମାନଙ୍କୁ ପଢିଲା ବେଳେ ବି ଫୋନ ବ୍ୟବହାର କରିବାକୁ ଇଚ୍ଛା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଯଦି ଆପଣ ତାକୁ ମାନି ଚଳିବେ ତେବେ ଆପଣ ମୋବାଇଲ ନିଶାରୁ ମୁକ୍ତି ପାଇ ପାରିବେ ।

ସର୍ବ ପ୍ରଥମେ ନିଜକୁ ଭିତରୁ ମଜବୁତ କରିବାକୁ ହେବ ଏଥିପାଇଁ ଆପଣ ଏହି କଥାକୁ ଅନୁସରଣ କରନ୍ତୁ କି ଆପଣଙ୍କୁ ମୋବାଇଲ ଫୋନ ବ୍ୟବହାର କରିବା ଅଭ୍ୟାସକୁ ଦୂରେଇବାକୁ ହେବ । ଆପଣଙ୍କୁ ସମୟ ନିର୍ଧାରିତ କରିବାକୁ ପଡିବ । ଆପଣଙ୍କୁ ଆପଣଙ୍କ ମନରେ ସେଟ କରିବାକୁ ହେବ କି ଆପଣ ଏହି ଫୋନକୁ ବହୁତ କମ ବ୍ୟବହାର କରିବେ କିମ୍ବା ଅତି ଆବାସିକ ପଡିଲେ ହିଁ ବ୍ୟବାହାର କରିବେ । ଆପଣ ଏପରି କରିବା ଦ୍ଵାରା ଆପଣ ଯେତେବେଳେ ଫୋନକୁ ଅଧିକ ବ୍ୟବହାର କରିବେ ଆପଣଙ୍କ ମନ ଏହାକୁ ବ୍ୟବହାର କରିବାରେ ଅଟକାଇବ ।

ଆପଣଙ୍କୁ ଯେତେ ବେଳେ ଲାଗିବ ଆପଣ ମୋବାଇଲକୁ ବହୁତ ବ୍ୟବହାର କରି ସାରିଛନ୍ତି କିମ୍ବା ଆପଣଙ୍କ ବହୁତ ସମୟ ଖରାପ ହୋଇଯାଇଛି ତେବେ ମୋବାଇଲକୁ ଆଉ ବ୍ୟବହାର ନ କରି ତାକୁ ସ୍ଵିଚ ଅଫ କରି ଦିଅନ୍ତୁ । ଯଦି କୋଣସି ଅନାବଶ୍ୟକ କଲ ଆସୁଛି ତେବେ ତାକୁ ଅନଦେଖା କରିବା ଉଚିତ । ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ସମୟକୁ ସଠିକ ଜାଗାରେ ଲଗାଇବା ଉଚିତ । ଆପଣଙ୍କ ମୋବାଇଲକୁ ଆସୁଥିବା ଫାଲତୁ ମ୍ୟାସେଜ କିମ୍ବା ଫେସବୁକକୁ ଅଣଦେଖା କରିବା ପାଇଁ ମୋବାଇଲର ନୋଟିଫିକେସନକୁ ଅଫ କରିଦିଅନ୍ତୁ ।

ଯେତେବେଳେ ଆପଣ ପାଠ ପଢୁଛନ୍ତି ନିଜ ଠାରୁ ମୋବାଇଲକୁ ଦୂରେଇ ଦିଅନ୍ତୁ ଯାହା ଫଳରେ ଆପଣଙ୍କୁ ସମସ୍ୟା ହେବ ନାହିଁ । କାରଣ ମୋବାଇଲ ସାମ୍ନାରେ ଥିଲେ ଆପଣ ପଢାରେ ଏକାଗ୍ରତା ରହିବ ନାହିଁ । ଆପଣ ନିଜର ସାଙ୍ଗମାନଙ୍କୁ କଳ କରିବାର ଏକ ନିର୍ଧାରିତ ସମୟ ରଖନ୍ତୁ ଯାହା ଫଳରେ କି ଆପଣ ଆପଣଙ୍କ ସମୟକୁ ସଠିକ ଭାବେ ଉପଯୋଗ କରିପାରିବେ । ମୋବାଇଲ ଫୋନ ବ୍ୟବହାର କରିବା ବେଳେ ଏକ ନିୟମକୁ ପାଳନ କରନ୍ତୁ ଯାହା ଫଳରେ କି ଆପଣ ଆପଣଙ୍କ ମୋବାଇଲ ଫୋନ ର ବ୍ୟବହାର କମ ହୋଇଯିବ । ଏହା ଦ୍ଵାରା ଅପଣଙ୍କର ମୋବାଇଲ ଫୋନ ବ୍ୟବହାର କରିବାର ଅଭ୍ୟାସ ଦୂର ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha