Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ ଘଟିପାରେ ବିଘ୍ନ

ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ ଘଟିପାରେ ବିଘ୍ନ

ଦିନ ଆରମ୍ଭରୁ ରାତି ଶୋଇବା ପର୍ଯ୍ୟନ୍ତ ଏମିତି ବହୁତ କିଛି କାମ ରହିଛି, ଯାହାକୁ ସନ୍ଧ୍ୟା ସମୟ ବ୍ୟତୀତ ଅନ୍ୟ ଯେ କୌଣସି ସମୟରେ କରାଯାଇପାରିବ। ଶାସ୍ତ୍ର ଅନୁସାରେ, କିଛି କାମକୁ ସନ୍ଧ୍ୟା ସମୟରେ କରିବା ବାରଣ ରହିଛି। କାରଣ, ସନ୍ଧ୍ୟା ସମୟରେ ଯଦି କେହି ଏଭଳି କାମ କରନ୍ତି, ତେବେ ତାଙ୍କଠାରୁ ମା' ଲକ୍ଷ୍ମୀଙ୍କ ସମେତ ଦେବୀ, ଦେବତାମାନେ ମୁଁହ ଫେରାଇ ନିଅନ୍ତି।

ଆସନ୍ତୁ ଜାଣିବା ସେ ବିଷୟରେ।

୧. ସନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ କି ଗଛରେ ଜଳ ଲାଗି କରିବା ଉଚିତ ନୁହେଁ।

୨. ସନ୍ଧ୍ୟା ବେଳେ ଘର ଝାଡ଼ୁ କରିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ବଢ଼ିଥାଏ।

୩. ଏମିତିରେ କେବେ କାହାର ନିନ୍ଦା କିମ୍ବା କାହାର ଖରାପ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ବିଶେଷ କରି ସନ୍ଧ୍ୟା ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ।

୪. ସନ୍ଧ୍ୟା ସମୟରେ ଘରର ବାତାବରଣକୁ ଧାର୍ମିକ ଏବଂ ପବିତ୍ର ରଖିବା ଉଚିତ। ଏହି ସମୟରେ କଦାପି ସ୍ୱାମୀ, ସ୍ତ୍ରୀ ସମ୍ବନ୍ଧ ରଖିବା ଉଚିତ ନୁହେଁ।

୫. କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। କ୍ରୋଧ କରୁଥିବା ଲୋକ ନିଜେ ହିଁ ଦୁଃଖି ହୋଇଥାଏ। ଏହା ଆଖପାଖର ମାହୋଲକୁ ମଧ୍ୟ ବିଗାଡ଼ି ଦେଇଥାଏ। ସନ୍ଧ୍ୟା ସମୟରେ ମା' ଲକ୍ଷ୍ମୀ ପୃଥିବୀପୃଷ୍ଠକୁ ଭ୍ରମଣ କରିବାକୁ ଆସିଥାନ୍ତି। ଏହି ସମୟରେ ଯଦି ଆପଣ ଅଶାନ୍ତ ରହିବେ, ତେବେ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବେନି।

୬. ସନ୍ଧ୍ୟା ସମୟରେ ପାଠ ପଢ଼ନ୍ତୁ ନାହିଁ। ବେଳ ଗଡ଼ିଗଲେ ଆପଣ ପଢା ଆରମ୍ଭ କରିପାରିବେ। ସକାଳ ସମୟ ପାଠପଢ଼ା ପାଇଁ ବହୁତ ଉପଯୁକ୍ତ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha