Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଷ୍ଟ୍ରୋକର ବିପଦକୁ କମ୍‌ କରିଥାଏ ଏହିସବୁ ଜିନିଷ, ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ

ଷ୍ଟ୍ରୋକର ବିପଦକୁ କମ୍‌ କରିଥାଏ ଏହିସବୁ ଜିନିଷ, ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ

ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ ହୁଏତ ଏକଥା ଆପଣ କମ୍‌ ଜାଣିଥିବେ । ଆମେରିକାରେ ଷ୍ଟ୍ରୋକ ମୃତ୍ୟୁର ପଞ୍ଚମ ସବୁଠୁ ବଡ଼ କାରଣ। ଷ୍ଟ୍ରୋକ୍ ଯେକୌଣସି ମଣିଷଙ୍କୁ ହୋଇପାରେ। ଡାକ୍ତରଙ୍କ ମତରେ ମସ୍ତିଷ୍କର କୋଶିକା ମଧ୍ୟରେ ଠିକ ଭାବେ ରକ୍ତ ସଞ୍ଚାରଣ ନ ହେବା ଫଳରେ ଏହା ହୋଇଥାଏ। ଯେତେବେଳେ ଏହି କୋଶିକାଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଏବଂ ପୋଷଣ ମିଳିବା ବନ୍ଦ ହୋଇଯାଇଥାଏ ସେତେବେଳେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ।

ଆମେରିକାରେ ୪୯ପ୍ରତିଶତ ଲୋକଙ୍କଠାରେ ହାଇ ବ୍ଳଡ ପ୍ରେସର, ହାଇ କୋଲେଷ୍ଟୋଲ୍ ଏବଂ ସ୍ମୋକିଂ ଫଳରେ ଷ୍ଟ୍ରୋକ ସମସ୍ୟା ହୋଇଥାଏ। ଯଦି ମଣିଷ ଯେକୌଣସି ମତେ ନିଜ ରକ୍ତ ସଞ୍ଚାରଣକୁ ନିୟନ୍ତ୍ରିତ କରି ଦେଇଥାଏ ତେବେ ଏହି ଭୟଙ୍କର ରୋଗରୁ ମୁକ୍ତି ମିଳିପାରିବ। ଏଥିପାଇଁ ତାଙ୍କୁ ନିଜ ଡେଲି ଡାଇଟରେ କିଛି ଜିନିଷ ସାମିଲ କରିବାକୁ ପଡ଼ିବ।

ଦହି : ହାଇ ଫ୍ୟାଟ୍ ଯୁକ୍ତ କ୍ଷୀର ଜାତୀୟ ଖାଦ୍ୟ ଆମ ହୃଦୟର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। କିନ୍ତୁ ଆପଣ ବିନା ଫ୍ୟାଟ୍ ଯୁକ୍ତ ପ୍ଲେନ୍ ଦହି ଖାଇ ପାରିବେ। ଏଥିରେ ଫାଇବରର ଭରପୂର ମାତ୍ରା କେବଳ ଆପଣଙ୍କ ହୃଦୟ ପାଇଁ ଭଲ ହୋଇନଥାଏ ବରଂ ଏହା ଆପଣଙ୍କ ରକ୍ତ ସଞ୍ଚାଳନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

କନ୍ଦମୂଳ : ହାଇ ବ୍ଲଡ ପ୍ରେସର କାରଣରୁ ହେଉଥିବା ଷ୍ଟ୍ରୋକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କନ୍ଦମୂଳ ମଧ୍ୟ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର ଏବଂ ପୋଟାସିୟମ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

ମାଛ : ମାଛରେ ଓମେଗା-୩ ଫ୍ୟାଟି ଏସିଡ ଥାଏ। ଯାହା ଶରୀରରେ ଭଲ HDL କୋଲେଷ୍ଟୋଲର ମାତ୍ରା ବଢ଼ାଇଥାଏ ଏବଂ ଖରାପ LDLର ମାତ୍ରା କମାଇ ଥାଏ। ସାଲମନ,ସରଡାଇନ୍ସ ଏବଂ ମ୍ୟାକେରଲ୍ ୩ ପ୍ରକାରର ମାଛରେ ଓମେଗା ୩ର ମାତ୍ରା ସବୁଠୁ ଅଧିକ ଥାଏ।

କଦଳୀ : ଯେଉଁ ମହିଳାମାନେ ଅଧିକ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଠାରେ ଷ୍ଟ୍ରୋକର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ କମ୍ ହୋଇଥାଏ। ପୋଟାସିୟମ୍ ପାଇଁ କେବଳ କଦଳୀ ହିଁ ଏକମାତ୍ର ଉପଯୁକ୍ତ ଖାଦ୍ୟ। ତୁରନ୍ତ ଏନର୍ଜି ପାଇଁ ମଧ୍ୟ କଦଳୀ ଅଧିକ ଲାଭଦାୟକ ହୋଇଥାଏ।

ଡାଲିୟା : ଫାଇବରରେ ଭରପୂର ଡାଲିୟା ମଧ୍ୟ ଶରୀରରେ LDL କୋଲେଷ୍ଟୋଲକୁ କମାଇବାରେ ସାହାଯ୍ୟ କରିଥାଏ। ଶରୀର ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଜିନିଷ। କିଛି ଲୋକ ତ ନିଜ ସକାଳ ଜଳଖିଆରେ ଡାଲିୟାକୁ ସାମିଲ କରିବାକୁ ଭୁଲନ୍ତି ନାହିଁ। ଆପଣ ଏହାକୁ ସୁପ୍ କିମ୍ବା ପଲାଉ ଭଳି ରୋଷେଇ କରି ଖାଇ ପାରିବେ।

ଆଭୋକାଡୋ : ମୋନୋ ଅନସ୍ୟାଚୁରେଟେଡ ଫ୍ୟାଟରେ ଭରପୂର ଆଭୋକାଡୋ ଧମନୀ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କୋଲେଷ୍ଟୋଲର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଏହା ଷ୍ଟ୍ରୋକ୍ ବ୍ୟତୀତ କ୍ୟାନସର,ଆର୍ଥରାଇଟିସ୍ ଏବଂ ଆଖିର ଦୁର୍ବଳତା ପାଇଁ ମଧ୍ୟ ଲାଭଦାୟକ ଅଟେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha