Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶୁଖିଲା ପାଉଁରୁଟି ଖାଇ ବିରକ୍ତ ହେଇ ଗଲେଣି କି, ତେବେ ଥରେ "ବ୍ରେଡ ବରା" କରି ଚାଖନ୍ତୁ

ଶୁଖିଲା ପାଉଁରୁଟି ଖାଇ ବିରକ୍ତ ହେଇ ଗଲେଣି କି, ତେବେ ଥରେ "ବ୍ରେଡ ବରା" କରି ଚାଖନ୍ତୁ

ବ୍ରେଡକୁ ସାଧାରଣତଃ ଆମେ ଜାମ କିମ୍ବା ବଟର ସହିତ ଅଥବା ସାଂଡବିଚ ଆଦି ପ୍ରସ୍ତୁତ କରି ଖାଇଥାଉ । ନଚେତ କେବେ କେବେ ବ୍ରେଡ ପକୋଡା କିମ୍ବା ବ୍ରେଡରେ ରୋଲ ପ୍ରସ୍ତୁତ କରି ବି ଖାଇଥାଉ । କେବେ ଭାବିଛନ୍ତିକି ବ୍ରେଡରେ ଟେଷ୍ଟି ବରା ବି ପ୍ରସ୍ତୁତ କରାଯାଇପାରିବ | ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରେଡରେ ତିଆରି ହୋଇଥିବା ବରା ସାଧାରଣ ବିରି ବରା ଠାରୁ ଟେଷ୍ଟରେ କୌଣସି ଗୁଣରେ କମ ନୁହେଁ ।

ତେବେ ସନ୍ଧ୍ୟା ଜଳଖିଆରେ କିଛିଟା ଭିନ୍ନତା ଆଣିବା ପାଇଁ ଆଉ ଏକ ନୂଆ ସ୍ୱାଦ ଚାଖିବା ପାଇଁ ଆଜି "ବ୍ରେଡ ବରା"ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖନ୍ତୁ ଓ ଘରେ ପ୍ରସ୍ତୁତ କରି ଟେଷ୍ଟ ବି କରନ୍ତୁ ।

- 6 ଟି ବ୍ରେଡ ସ୍ଲାଇସ

- ଅଧା କପ ଦହି

- ଅଧା କପ ଚାଉଳ ଗୁଣ୍ଡ

- କିଛି ସୁଜି

- ଗୋଟେ ଚାମଚ ଜିରା

- ଗୋଟେ ପିଆଜ

- ଅଦା ଖଣ୍ଡେ

- ଧନିଆ ପତ୍ର

- ଲୁଣ ସ୍ୱାଦ ଅନୁସାରେ

- ଭୃସଙ୍ଗ ପତ୍ର

- ତେଲ

- କିଛି କଟା ଯାଇଥିବା ଲଙ୍କା

ପ୍ରଥମେ ଏକ ବାଉଲରେ ବ୍ରେଡ ଖଣ୍ଡ, ଦହି, ଚାଉଳ ଗୁଣ୍ଡ, ସୁଜି ଆଦିକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ୨୦ ରୁ ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ସେଥିରେ ବାକି ଜିନିଷ ଗୁଡିକ ମିଶାଇ ଦିଅନ୍ତୁ | ଏବେ ଏକ କଡେଇରେ ତେଲ ଗରମ କରନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ହାତରେ ଛୋଟ ଛୋଟ ବରା ପ୍ରସ୍ତୁତ କରି ଛାଣି ଦିଅନ୍ତୁ । ଗାଢ଼ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଏବେ ଗରମ ଗରମ ମୁସମୁସ ବରା କୁ ନିଜ ପସନ୍ଦର ଚଟଣି ସହିତ ଚାଖନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha