Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ତନ କ୍ୟାନସରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ସ୍ତନ କ୍ୟାନସରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଜିକାଲି ମହିଳାମାନଙ୍କୁ ସ୍ତନ କ୍ୟାନସର ସହିତ ଜଡିତ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଏପରି ସ୍ଥଳେ ମହିଳାଙ୍କ ସ୍ତନରେ ଏକ ଗେଟା ହୋଇ ରହିଲା ପରି ଅନୁଭୂତ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ କ୍ୟାନସର ରୂପ ନେଇଥାଏ। ଏପରି ସମସ୍ୟା ହେଲେ ମହିଳାଙ୍କ ସ୍ତନରେ ଯନ୍ତ୍ରଣା ହେବା ସହ ଫୁଲିଥାଏ। କିନ୍ତୁ ଯଦି ଆପଣ ଏହି ସମସ୍ୟାରୁ ନିଜକୁ ବଞ୍ଚାଇ ରଖିବାକୁ ଚାହୁଛନ୍ତି ତେବେ କେତେକ ଘରୋଇ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଆପଣ କିପରି ଏପରି ସମସ୍ୟାରୁ ନିଜକୁ ମୁକ୍ତି ରଖିପାରିବେ….

- ଆପଣ ସବୁଦିନ ରସୁଣ ଖାଇବା ଉଚିତ। ରସୁଣରେ ଅନେକ ରୋଗର ସମାଧାନ ଲୁଚି ରହିଛି। ଏହାକୁ ଖାଇବା ଦ୍ୱାରା ସ୍ତନ କ୍ୟାନସର ଆଶଙ୍କା କମ୍‌ ହୋଇଥାଏ।

- ଲୁଣ, ଶୁଣ୍ଠି, ଶମି, ମୂଳା, ସୋରିଷ ସମାନ ମାତ୍ରାରେ ମିଶାଇ ଏହାକୁ ଗୁଣ୍ଡ କରିଦିଅନ୍ତୁ। ଏବେ ଏହାକୁ ନେଇ ଗରମ କରି ୧୦- ୧୫ ମିନିଟ୍‌ ଫୁଲିଥିବା ସ୍ଥାନରେ ସେକ୍‌ ଦିଅନ୍ତୁ।

- ଆପଣ ପ୍ରତିଦିନ ଅଙ୍ଗୁର ଖାଆନ୍ତୁ କିମ୍ବା ଡାଳିମ୍ବ ଜୁସ୍‌ ପିଇବା ଉଚିତ। ଏହି ଫଳ କ୍ୟାନସରକୁ ବଢିବାକୁ ଦିଏନାହିଁ। ଏହି ଫଳ ମଧ୍ୟ ଆପଣଙ୍କ ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ।

- ପୋଇ ପତ୍ରକୁ ପେଷ୍ଟ କରି ଏହାର ଲେପ ସେହି ସ୍ଥାନରେ ଲଗାନ୍ତୁ। ଏପରି କଲେ ମଧ୍ୟ ସ୍ତନ କ୍ୟାନସର ସମ୍ଭାବନା କମ୍‌ ହୋଇଥାଏ।

- ଗୋଟେ ଗ୍ଲାସ ପାଣିରେ ଗ୍ରୀନ ଟିକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ତା' ପରେ ଏହାକୁ ପିଅନ୍ତୁ। ଏହା ସ୍ତନ କ୍ୟାନସର ପାଇଁ ଫାଇଦାଯୁକ୍ତ।

- ଯଦି ଆପଣଙ୍କ ସ୍ତନରେ ଏମିତି କିଛି ସମସ୍ୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha