Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଥରେ ଗୋଟିଏ ଗ୍ରାମର ଗ୍ରାମବାସୀମାନେ ସାପକୁ ମାରୁଥିଲେ, ସେହି ସମୟରେ ସେଠି ଏକ ସନ୍ୟାସୀ ଆସିଲେ ଏବଂ ଆଉ ତାପରେ ହେଲା କିଛି ଏମିତି..

ଥରେ ଗୋଟିଏ ଗ୍ରାମର ଗ୍ରାମବାସୀମାନେ ସାପକୁ ମାରୁଥିଲେ, ସେହି ସମୟରେ ସେଠି ଏକ ସନ୍ୟାସୀ ଆସିଲେ ଏବଂ ଆଉ ତାପରେ ହେଲା କିଛି ଏମିତି..

ପ୍ରାୟତଃ ବଡ ଲୋକମାନେ ପିଲାମାନଙ୍କୁ କାହାଣୀ ଶୁଣାଇଥାନ୍ତି । ଏବଂ ସବୁ କାହାଣୀର ଶେଷରେ କିଛି ନା କିଛି ଶିଖିବାକୁ ମିଳେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ପୁରାତନ ଯୁଗର କାହାଣୀ ନେଇ ଆସିଛୁ । କାହାଣୀ ବହୁତ ପୁରୁଣା ଅଟେ କିନ୍ତୁ ତାହାର ଶିକ୍ଷା ଆପଣଙ୍କ କାମରେ ଆସିପାରେ । ତେବେ ଚାଳନ୍ତୁ କାହାଣୀ ଆରମ୍ଭ କରିବା ।

ପୁରୁଣା ସମୟରେ ଗ୍ରାମରେ ପ୍ରାୟତଃ ସାପ ଦେଖାଯାଇଥାଏ, ଯେଉଁଥିରେ ସାପକୁ ଗ୍ରାମର ଲୋକମାନେ ମାରି ଦିଅନ୍ତି । ଏମିତିରେ ଥରେ ଗୋଟିଏ ଗ୍ରାମର କିଛି ଲୋକମାନେ ଗୋଟିଏ ସାପକୁ ମାରୁଥିଲେ, କିନ୍ତୁ ସେହି ସମୟରେ ସେଠି ଗୋଟିଏ ସନ୍ୟାସୀ ଆସି ସେହି ସାପକୁ ନ ମାରିବା ପାଇଁ କହିଲେ । ଏହା ପରେ ଲୋକମାନେ କହିଲେ କି ଯଦି ଆମେ ଏହି ସାପକୁ ନ ମାରିବା ତେବେ ସେ ଆମକୁ ମାରିଦେବ । ସେଥିପାଇଁ ନିଜର ପ୍ରାଣ ବଞ୍ଚାଇବା ପାଇଁ ଏହି ସାପକୁ ମାରିବାକୁ ହିଁ ପଡିବ ।

ଗ୍ରାମବାସୀମାନେ ସାପକୁ ମାରିବା ପାଇଁ ପୁରା ରେଡି ହୋଇ ଥିଲେ, କିନ୍ତୁ ସନ୍ୟାସୀ ତାଙ୍କୁ ବୁଝାଇଲେ କି ଯଦି ଆପଣମାନେ ସାପକୁ ମାରିବେ ନାହିଁ ତେବେ ସେ ବି ଆପଣଙ୍କୁ ଆକ୍ରମଣ କରିବ ନାହିଁ । ସନ୍ୟାସୀର କଥା ଶୁଣି ଗ୍ରାମବାସୀ ମାନେ ସାପକୁ ଛାଡିଦେଲେ ଏବଂ ସାପ ସେହି ଜାଗରୁ ଚାଲିଗଲା । ଅନ୍ତତଃ ସନ୍ୟାସୀ କାରଣରୁ ସେହି ସାପର ଜୀବନ ବଞ୍ଚିଗଲା ଏବଂ ସେ ସ୍ଵତନ୍ତ୍ର ହୋଇଗଲା ।

ସକାଳେ ଯେତେବେଳେ ସନ୍ୟାସୀ ସ୍ନାନ କରିବା ପାଇଁ ନଦୀକୁ ଯାଉଥିଲେ, ତେବେ ସେହି ରାସ୍ତରେ ଗୋଟିଏ ସାପ ଫଣା ଟେକି ବସିଥିଲା । ଅନ୍ଧକାର ହୋଇଥିବାରୁ କିଛି ଦେଖା ଯାଉ ନଥିଲା, କାରଣ ସେ ସକାଳୁ ସକାଳୁ ସ୍ନାନ କରିବା ପାଇଁ ଯାଉଥିଲେ । ଏମିତିରେ ସେ ସାପକୁ ହଟାଇବା ପାଇଁ ଚେଷ୍ଟା କରିଲେ, କିନ୍ତୁ ସାପଟି ତାଙ୍କ ଆଗରୁ ହଟିଲା ନାହିଁ । ଏହାପରେ ସେ ନିଜର ରାସ୍ତା ବଦଳି ସ୍ନାନ କରିବାକୁ ଗଲେ ।

ସ୍ନାନ କରି ଫେରିବା ରାସ୍ତାରେ ଦେଖିଲେ କି ଯେଉଁ ରାସ୍ତାରେ ସାପଟି ବସିଥିଲା ସେହି ଜାଗରୁ କିଛି ଆଗରେ ଏକ ଗାତ ଥିଲା ଯେଉଁଥିରେ ସେ ପଡି ଯାଇଥାନ୍ତେ । ସନ୍ୟାସୀ ଏହାସବୁ ଦେଖି ବୁଝି ପାରିଲେ ଏବଂ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ ଏବଂ ଆପଣ ମୋର ଜୀବନ ବଞ୍ଚାଇବା ପାଇଁ ସାପକୁ ପାଠାଇ ଥିଲେ ।

ଏହି କାହାଣୀରୁ ଏହି ଶିକ୍ଷା ମିଳିଲାକି ଯେ କୌଣସି ପ୍ରାଣିକୁ ସାହାର୍ଯ୍ୟ କରିଲେ ତାହାର ଫଳ ସବୁବେଳେ ଭଲ ହିଁ ମିଳିଥାଏ । ଯଦି ଆପଣ କାହା ସହିତ ଭଲ କରୁଛନ୍ତି ତେବେ ଭଗବାନ ଆପଣଙ୍କୁ ଭଲ ଫଳ ହିଁ ଦେବେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha