Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯଦି ଆପଣଙ୍କ ପାଖରେ ଅଛି ଖାଲି ଜାଗା ବା ଦୋକାନ ତେବେ ଲଗାନ୍ତୁ ATM, ପ୍ରତିମାସରେ ହେବ 70 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର

ଯଦି ଆପଣଙ୍କ ପାଖରେ ଅଛି ଖାଲି ଜାଗା ବା ଦୋକାନ ତେବେ ଲଗାନ୍ତୁ ATM, ପ୍ରତିମାସରେ ହେବ 70 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର

ଜି ବହୁତ ଲୋକ ଜାଣିବାକୁ ଚାହୁଁଛନ୍ତି କି ATM ଲଗାଇବା ପାଇଁ ଆବେଦନ କିପରି କରିବେ କିନ୍ତୁ ଏହା ବିଷୟରେ ତାଙ୍କୁ ଜଣା ନାହିଁ । ଦେଶରେ ATM ର ବହୁତ ଅଭାବ ରହିଛି । ଏହି କାରଣରୁ ଦେଶରେ ATM ଲଗାଉଥିବା କମ୍ପାନୀ ଅଧିକରୁ ଅଧିକ ATM ଲଗାଇବାକୁ ଚାହୁଞ୍ଚନ୍ତି ଯାହା ଦ୍ଵାରା ଅଧିକ ଲୋକ ATM ର ବ୍ୟବହାର କରି ପାରିବେ ଓ ବ୍ୟାଙ୍କରେ ଲାଗୁଥିବା ଭିଡରୁ ବଞ୍ଚି ପାରିବେ ।

ଜଣାଇ ଦେଉଛୁ କି ଦେଶରେ 6100 ଲୋକଙ୍କ ପାଇଁ କେବଳ ଗୋଟିଏ ATM ଅଛି । ଏଥିପାଇଁ ATM ଲଗାଇବା ପାଇଁ ଜାଗାର ଅଭାବ ବଢିବାରେ ଲାଗିଛି ।

ATM ଲଗାଇବା ପାଇଁ 50-80 ବ.ଫୁଟର ଜାଗା ଥିବା ଆବଶ୍ୟକ । ଏହି ସ୍ପେସ ଗ୍ରାଉଣ୍ଡ ଫ୍ଲୋର ବା ଗୁଡ ଭିଜିବିଲିଟି ଜାଗା ହୋଇଥିବା ଆବଶ୍ୟକ । ଏଠାରେ ଆପଣଙ୍କୁ 24 ଘଣ୍ଟା ପାୱାର ସପ୍ଲାଇ ସୁନିଶ୍ଚିତ କରିବାକୁ ପଡିବ । ପ୍ରତ୍ୟେକ ଦିନ ଅତି କମ ରେ 100 ATM ଟ୍ରାଞ୍ଜାକ୍ସନ ର କ୍ଷମତା ଥିବା ଆବଶ୍ୟକ । ATM ଜାଗାରେ କଂକ୍ରିଟ ଛାତ ହୋଇଥିବା ଆବଶ୍ୟକ । ଅନ୍ୟ ATM ଠାରୁ ତାର ଦୂରତା ହାରାହାରି 100 ମିଟର ହୋଇଥିବା ଆବଶ୍ୟକ । ପବ୍ଲିକ ପାଇଁ ସଫା ସୁତୁରା ପରିବେଶ ହୋଇଥିବା ଆବଶ୍ୟକ ।

ଆପଣ ଭାବୁଥିବେ କି ଆପଣ ATM କୁ ଭଡାରେ ରଖିବେ ଓ ଆପଣଙ୍କୁ ଭଡାର ପଇସା ମିଳିବ କିନ୍ତୁ ଏମିତି ନୁହେଁ । ଆପଣଙ୍କୁ ଜଣାଇ ଦେଉଛୁ କି ATM ଲଗାଇବା ପରେ ଟାଟା ଇଣ୍ଡିକ୍ୟାସ ଦ୍ଵାରା ଆପଣଙ୍କୁ ରେଣ୍ଟ ଦିଆଯାଏ ନାହିଁ । ଆପଣଙ୍କୁ ATMରେ ହେଉଥିବା ଟ୍ରାଞ୍ଜାକ୍ସନର ରୁ କମିଶନ ମିଳିବ । ଯେତେ ଅଧିକ ଟ୍ରାଞ୍ଜାକ୍ସନ ହେବ, ସେତେ ଅଧିକ ରୋଜଗାର ହେବ । ଯଦି ପ୍ରତିଦିନ 100 ରୁ ଅଧିକ ଟ୍ରାଞ୍ଜାକ୍ସନ ହେଉଥାଏ ତେବେ ଗୋଟିଏ ମାସର ରୋଜଗାର 70 ହଜାର ପର୍ଯ୍ୟନ୍ତ ହୋଇପାରେ ।

ATM ପାଇଁ ୱେବସାଇଟ ରେ ଏକ ପର୍ସନାଲ ଡିଟେଲ ର ଏକ ଫର୍ମ ଭରି ପଠାଇବାକୁ ହେବ । ATM ଲଗାଇବା ଜାଗାର ଫୋଟୋ ବି ଫର୍ମ ସହିତ ଅପଲୋଡ କରିବାକୁ ହେବ । ଆପଣଙ୍କୁ ଲୋକେସନ ର ଏକ 30-35 ସେକେଣ୍ଡ ର ଏକ ଭିଡିଓ କରି ପଠାଇବାକୁ ହେବ । ଯଦି ଆପଣ ଟାଟା ଇଣ୍ଡିକ୍ୟାସ ରେ ଅନଲାଇନ ଆବେଦନ କରିବାକୁ ଚାହାଁନ୍ତି ତେବେ ରେ କ୍ଲିକ କରି ଅନଲାଇନ ଆପ୍ଲିକେସନ ଫର୍ମ ଭରି ATM ଲଗାଇ ପାରିବେ । ମୁଥୁଟ ATM ପାଇଁ ww.muthootatm.com/suggest-atm.html ରେ ଓ ଇଣ୍ଡିଆ ୱାନ ଏଟିଏମ ପାଇଁ india1atm.in/rent-your-space ରେ କ୍ଲିକ କରି ଅନଲାଇନ ଆପ୍ଲିକେସନ ଫର୍ମ ଭରି ATM ଲଗାଇ ପାରନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha