Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯେତେବେଳେ ନିଜେ ମହାଦେବ ଭକ୍ତକୁ ବଞ୍ଚାଇବା ପାଇଁ ପହଞ୍ଚିଲେ ହସ୍ପିଟାଲରେ, ଡାକ୍ତରଙ୍କ ଉଡିଗଲା ହୋସ

ଯେତେବେଳେ ନିଜେ ମହାଦେବ ଭକ୍ତକୁ ବଞ୍ଚାଇବା ପାଇଁ ପହଞ୍ଚିଲେ ହସ୍ପିଟାଲରେ, ଡାକ୍ତରଙ୍କ ଉଡିଗଲା ହୋସ

ଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଚମତ୍କାରି ଘଟଣା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ଅଛି ତେବେ ଶତୃ କଣ ମୃତ୍ୟୁ ବି ସେହି ଭକ୍ତର କିଛି କରି ପାରିବ ନାହିଁ । କିଛି ଏହିଭଳି ହିଁ ଚମତ୍କାର ଭଗବାନ ଶିବ ଅସଲ ଜୀବନରେ ବି ଦେଖାଇଲେ । ଏହା ଏକ ସତ୍ୟ ଘଟଣା ଅଟେ । ଏହା ହିମାଞ୍ଚଳ ପ୍ରଦେଶର ନିବାସୀ ଭୋଳା ସିଂହର କାହାଣୀ ଅଟେ ।

ଭୋଳା ସିଂହ କୁହନ୍ତି କି ମୋ ପିତା ଭଗବାନ ଶିବଙ୍କ ବଡ ଭକ୍ତ ଅଟନ୍ତି । ଆମେ ପିଲାଦିନୁ ହିଁ ଦେଖି ଆସିଛୁ କି ସେ ସବୁଦିନ ସକାଳୁ ଉଠି, ଆମ ଘର ଠାରୁ କିଛି ହିଁ ଦୂରରେ ଥିବା ଶିବ ମନ୍ଦିରକୁ ପୂଜା କରିବା ପାଇଁ ଯାଆନ୍ତି । ଶିବ ରାତ୍ରି ଓ ଦାନ ସେବା ଇତ୍ୟାଦି କାର୍ଯ୍ୟରେ ତ ସେ ଆଗକୁ ଆସି ଯୋଗ ଦାନ ଦେଉଥିଲେ । ସେ ନିଜ ପାଇଁ ଏକ ନିୟମ କରି ନେଇଥିଲେ କି ପରିସ୍ଥିତି କେମିତି ବି ହେଉ ସେ ସବୁଦିନ ଯାଇ ଶିବଙ୍କ ପୂଜା କରିବେ । କେତେ ଥର ସେ ଅସୁସ୍ଥ ଥିବା ସତ୍ବେ ବି ଆମେ ତାଙ୍କୁ ଶିବ ମନ୍ଦିର ଯାଉଥିବାର ଦେଖିଛୁ ।

କହିବାକୁ ଗଲେ ଏହି ଘଟଣା କିଛି ହିଁ ଦିନ ପୂର୍ବର ଅଟେ । ସେହି ସମୟରେ ମୁଁ କଲେଜରେ ପଢୁଥିଲି ଓ ଆମ ଘରେ କେବଳ ବାପା ହିଁ ରୋଜଗାର କରୁଥିଲେ ଓ ସେ ଯେତିକି ଆୟ କରୁଥିଲେ ସେଥିରେ କେବଳ ଆମେ ଦୁଇ ବେଳାର ହିଁ ଖାଦ୍ୟ ଖାଇ ପାରୁଥିଲୁ । ଏହା ପରେ ଦିନେ ଅଫିସ ରୁ ଫେରି ବାପା କିଛି ଗଛ ଲଗାଉ ଥିଲେ । ସେହି ସମୟରେ ଅଚାନକ ତାଙ୍କୁ ହୃଦଘାତ ହେଲା ।

ଏହା ପରେ ମୁଁ ଗ୍ରାମବାସୀମାନଙ୍କ ସାହାର୍ଯ୍ୟରେ ବାପାଙ୍କୁ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରି ଦେଲି । ଏହା ପରେ ଡାକ୍ତରମାନେ ବାପାଙ୍କ ହାର୍ଟ ଅପରେସନ କରିବା ପାଇଁ କହିଲେ । କିନ୍ତୁ ଏଥିପାଇଁ ପ୍ରଚୁର ଟଙ୍କା ଦରକାର ଥିଲା । ଏହା ପରେ ମୁଁ ଓ ମୋର ମା ଚିନ୍ତାରେ ପଡି ଗଲୁ । କାରଣ ଆମ ପାଖରେ ଏତେ ଟଙ୍କା ନ ଥିଲା । ଏହା ମଧ୍ୟରେ ମା କେବଳ ଭଗବାନଙ୍କୁ ହିଁ ମନେ ପକାଉ ଥିଲେ ।

ଏହି ସମୟରେ ଅଚାନକ ଜଣେ ଡାକ୍ତର ଆସିଲେ ଓ କହିଲେ କି ଆମେ ଆପଣଙ୍କ ପିତାଙ୍କ ଅପରେସନ କରିବାକୁ ଯାଉଛୁ । ମୁଁ ତାଙ୍କୁ ଫିସ କଥା ପଚାରିଲି, ତେବେ ଡାକ୍ତର କହିଲେ କି ଆପଣ ଫିସ କଥା ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କ ପିତାଙ୍କ ଫିସ ଭର୍ତ୍ତି ହୋଇ ଯାଇଛି । ମୁଁ ଡାକ୍ତରଙ୍କ ଏହି କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଓ ମୋ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବାକୁ ଲାଗିଲା ।

କିନ୍ତୁ ସେହି ସମୟରେ ମୋର ପୁରା ଧ୍ୟାନ କେବଳ ପିତାଙ୍କ ଅପରେସନ ଉପରେ ଥିଲା । ପିତାଙ୍କ ଅପରେସନ ସଫଳ ରହିଲା । କିନ୍ତୁ ଯେତେବେଳେ ସାହାର୍ଯ୍ୟ କରିଥିବା ସେହି ବ୍ୟକ୍ତି ବିଷୟରେ ଜଣା ପଡିଲା ଓ ପିତା ସୁସ୍ଥ ହେବା ପରେ ସେ ଯେଉଁ କଥା ଆମକୁ କହିଲେ ତାହା ମୋତେ ପୂରାପୂରି ଆଶ୍ଚର୍ଯ୍ୟ କରି ଦେଲା ।

ଅପରେସନ ସଫଳ ହେବା ପରେ ଯେତେବେଳେ ମୁଁ ଡାକ୍ତରଙ୍କୁ ସେହି ବ୍ୟକ୍ତି ବିଷୟରେ ପଚାରିଲି ତେବେ ସେ ତାଙ୍କର ନାମ ରୁଦ୍ର ସିଂହ କହିଲେ ଓ ଯେତେବେଳେ ମୁଁ ତାଙ୍କ ସହିତ ସାକ୍ଷାତ କରିଲି ତେବେ ତାଙ୍କ ଚେହେରାରେ ଏକ ଅଲଗା ତେଜ ଥିଲା । ସେ କହିଲେ କି ମୁଁ ତୁମର ପିତାଙ୍କ ବନ୍ଧୁ ଅଟେ ଓ ଆମେ ଦୁଇ ଜଣ ବହୁତ ଘନିଷ୍ଠ ବନ୍ଧୁ ଅଟୁ । କିନ୍ତୁ ମୁଁ ସେହି ସମୟରେ ଆଶ୍ଚର୍ଯ୍ୟ ଥିଲି କାରଣ ପିତା କେବେ ବି ତାଙ୍କ ବନ୍ଧୁଙ୍କ ବିଷୟରେ କିଛି ବି କହି ନ ଥିଲେ ଓ କିନ୍ତୁ ସେହି ସମୟରେ ମୁଁ ଧନ୍ୟବାଦ କହିଲି ।

ଏହା ପରେ ଯେତେବେଳେ ପିତା ସୁସ୍ଥ ହୋଇ ଘରକୁ ଆସିଲେ ତେବେ ପିତା ମୋତେ ଓ ମା'କୁ ନିଜ ପାଖକୁ ଡାକି କହିଲେ କି ଯେତେବେଳେ ସେ ସେହି ଦିନ ଗଛ ଲଗାଉ ଥିଲେ ତେବେ ଅଚାନକ ତାଙ୍କୁ ଚାରିଆଡୁ ଅନ୍ଧାର ନଜର ଆସିଲା ଓ ସବୁକିଛି ସେହି ଅନ୍ଧାରରେ ଗାୟବ ହୋଇ ଯାଉଥିଲା । ତେବେ ସେହି ଅନ୍ଧାରରେ ଏକ ବିଶାଳକାୟ ଓ ଭୟଙ୍କର ମଇଁଷି ମୋ ଆଡକୁ ଆସୁଥିଲା ଓ ଏ ବହୁତ ହିଁ କ୍ରୋଧିତ ଥିଲା ଓ ମୁଁ ଜାଣି ପାରିଲି କି ମୋର ଅନ୍ତିମ ସମୟ ନିକଟତ୍ତର ହୋଇ ଯାଇଛି ଓ ଶେଷ ସମୟରେ ଭଗବାନ ଶିବଙ୍କୁ ମନେ ପକାଇଲି ।

ସେହି ସମୟରେ ହଠାତ ଏକ ଧଳା ରଙ୍ଗର ବଳଦ ଆସି ସେହି ମଇଁଷିକୁ ଧକା ମାରିଲା ଓ ମଇଁଷି ପଡିଗଲା । ଏହା ପରେ ସେହି ବଳଦ ମଇଁଷିକୁ ମାରି ମାରି ମୋ ଠାରୁ ଦୂର କରି ଦେଲା ଓ ଏହା ପରେ ସେ ମୋ ପାଖକୁ ଆସି ମୋତେ ଦେଖିବାକୁ ଲାଗିଲା । ଏହା ପରେ ଅଚାନକ ମୋର ଆଖି ଖୋଲିଗଲା ଓ ମୁଁ ନିଜକୁ ହସ୍ପିଟାଲରେ ପାଇଲି ଓ ସେ କହିଲେ କି ଯଦି ସେ ମଇଁଷି ନ ଥାନ୍ତା ତେବେ ମୁଁ ଆଜି ଜୀବିତ ନ ଥାନ୍ତି ।

ଏହା ପରେ ମୁଁ ପିତାଙ୍କୁ ଫିସ ବାଲା କଥା ବି କହିଲି ଓ କହିଲି କି କୌଣସି ରୁଦ୍ର ସିଂହ ନାମକ ବ୍ୟକ୍ତି ଆପଣଙ୍କ ଫିସ ଦେଇଛନ୍ତି । ଏହା ପରେ ପିତା ଖୁସିରେ କହିଲେ କି ପୁଅ ସେ ଆଉ କେହି ନୁହନ୍ତି ସେ ଭଗବାନ ଶିବ ଅଟନ୍ତି କାରଣ ମହାଦେବଙ୍କ ଅନ୍ୟ ଏକ ନାମ ରୁଦ୍ର ଅଟେ ଓ ସେହି ଦିନ ଯେଉଁ ଧଳା ବଳଦ ମୋର ରକ୍ଷା କରିଲା ସେ ବି ଶିବଙ୍କ ବାହନ ନନ୍ଦୀ ଥିଲେ । ପିତାଙ୍କ ଏହି କଥା ଶୁଣି ସେହି ଦିନ ଠାରୁ ମୋର ଭଗବାନ ଶିବଙ୍କ ପ୍ରତି ଶ୍ରଦ୍ଧା ଆହୁରି ବି ବଢିଗଲା । ଏହା ହିଁ ଥିଲା ଶିବଙ୍କ ଚମତ୍କାର ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha