ବନେଶ୍ୱର- ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳବର୍ତୀ ଅଂଚଳରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ରବିବାର ସକାଳ ୮ଟା ୩୦ ସମୟରେ ସେହି ଅଂଚଳରେ ୨୧.୧ ଡ଼ିଗ୍ରୀ ଉତର ଆକ୍ଷାଂଶ ଏବଂ ୮୭.୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଛି ।
ଏହା ବର୍ତମାନ ଓଡ଼ିଶାର ବାଲେଶ୍ୱର ଠାରୁ ପ୍ରାୟ ୫୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଚାନ୍ଦବାଲି ଠାରୁ ୬୦ କି.ମି. ଉତରପୂର୍ବ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୬୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ ଅବସ୍ଥିତ ।
ଏହା ଆଗାମୀ ୨୪ ଘଂଟା ମଧ୍ୟରେ ପଶ୍ଚିମ- ଉତରପଶ୍ଚିମ ଦିଗକୁ ଗତି କରି ବାଲେଶ୍ୱର ନିକଟବର୍ତୀ ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ ଉତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ପରବର୍ତୀ ୨୪ ଘଂଟା ମଧ୍ୟରେ ଆହୁରି ପଶ୍ଚିମ- ଉତରପଶ୍ଚିମ ଦିଗକୁ ଗତି କରି ଉତର ଓଡ଼ିଶା ଏବଂ ଉତର ଛତିଶଗଡ଼ ଅତିକ୍ରମ କରିବା ନେଇ ସମ୍ଭାବନା ଅଧିକ ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO

