Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ ଜିତେନ୍ଦ୍ର କୁମାର  ଗୁପ୍ତା ନିଯୁକ୍ତ

ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନୂତନ ରାଜ୍ୟ ସଭାପତି ଭାବେ ଜିତେନ୍ଦ୍ର କୁମାର ଗୁପ୍ତା ନିଯୁକ୍ତ

Indo Kaling Times 2 weeks ago

ଭୁବନେଶ୍ୱର , ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ରାଜ୍ୟ ସଂଗଠନରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଦଳର ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଜିତେନ୍ଦ୍ର କୁମାର ଗୁପ୍ତାଙ୍କୁ ଓଡ଼ିଶା ପ୍ରଦେସ ର ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏହି ନୂତନ ନିଯୁକ୍ତି ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ଏହି ଅବସର ରେ ଭୁବନେଶ୍ୱରସ୍ଥିତ ହୋଟେଲ କେଶରୀ (ମାଷ୍ଟର କ୍ୟାଣ୍ଟିନ୍ ଛକ) ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ଗୁପ୍ତାଙ୍କୁ ରାଜ୍ୟ କାର୍ଯ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାସହ ଆଗାମୀ ଦିନରେ ଓଡ଼ିଶାରେ ଲୋକ ଜନଶକ୍ତି ପାର୍ଟିର କାର୍ଯ୍ୟଧାରାକୁ ରାଜ୍ୟର ତୃଣମୂଳ ସ୍ତରରେ ଦଳର ସଂଗଠନକୁ ପହଞ୍ଚାଇବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଥିଲେ । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ସୂତାର କହିଥିଲେ ଦଳର ବାର୍ତ୍ତା ଓ ଆଦର୍ଶକୁ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆଗାମୀ ଦିନ ରେ ପ୍ରସ୍ତୁତ କରାଯିବ।

Editor

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO

Dailyhunt
Disclaimer: This content has not been generated, created or edited by Dailyhunt. Publisher: Indo Kaling Times