Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ

ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ

Indo Kaling Times 3 months ago

ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଆଜି ହେଉଛି । ଏହି ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେଉଛି। ପ୍ରଥମ ଅଧିବେଶନ ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ରେ ଶେଷ ହୋଇଛି। ଦ୍ଵିତୀୟ ଅଧିବେଶନ ଅପରାହ୍ନ ୨ ଟାରୁ ଆରମ୍ଭହୋଇ ୪.୩୦ ରେ ଶେଷ ହେବ ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍.

ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସାଧାରଣ ପରୀକ୍ଷାର୍ଥୀ, ଭିନ୍ନକ୍ଷମ ପରୀକ୍ଷାର୍ଥୀ ଓ ସେମାନଙ୍କ ସହାୟକଙ୍କ ସହ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିଥିଲେ ।

ଏଥିସହିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କୁ ବୁଲି ଦେଖିଥିଲେ । Live CCTV ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିଷଦର ବରିଷ୍ଠ ଅଧିକାରୀମାନଙ୍କ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନକୁ ଅନୁଧ୍ୟାନ କରିଥିଲେ।

ପରିଷଦର ସଭାପତି ଶ୍ରୀକାନ୍ତ ତରାଇଙ୍କ ଉପସ୍ଥିତିରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ, ସମସ୍ତ ୩୧୧ ପରୀକ୍ଷାକେନ୍ଦ୍ରରେ ଲାଗିଥିବା Live CCTV surveillance ଓ digi lock ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।
ଏଥିସହିତ ଟେକ୍ନିକାଲ ଟିମ୍ ଙ୍କ ସହ ଆଲୋଚନା କରି ସଂପୂର୍ଣ୍ଣ ତଥ୍ୟ ଅବଗତ ହୋଇଥିଲେ ।

ସୁଚାରୁରୂପେ ଓ ନିର୍ବିଘ୍ନ ଭାବେ ପରିଚାଳିତ ପରୀକ୍ଷା ବ୍ୟବସ୍ଥାକୁ ଶାସନସଚିବ ପ୍ରଶଂସା କରିଥିଲେ । ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଏହି ସମୟରେ ଉପସ୍ଥିତ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ବାରିକଙ୍କ ସହ ମଧ୍ୟ ପରୀକ୍ଷା ପରିଚାଳନା ବିଷୟରେ ଆଲୋଚନା କରିଥିଲେ ।
ଏହି ସମୟରେ ପରିଷଦର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Editor

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO

Dailyhunt
Disclaimer: This content has not been generated, created or edited by Dailyhunt. Publisher: Indo Kaling Times