ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଂଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ପାଂଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ । ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କେଂଟନମେଂଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଂଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ବୈଠକରେ ଶ୍ରୀ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ବିନୋଦ କୁମାର ପଲ୍, ସଚିବ (ସ୍ୱାସ୍ଥ୍ୟ ଗବେଷଣା) ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର (ପ୍ରଫେସର) ସୁନୀଲ କୁମାର, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ସୁଶ୍ରୀ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ) ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ସମୀକ୍ଷା ବୈଠକରେ ଯେଉଁ ପାଂଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ଯୋଗୁ ଉତ୍ପନ୍ନ ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ତଥା ଚାଲେଞ୍ଜର ମୁକାବିଲା । ଏହିସବୁ ରାଜ୍ୟମାନଙ୍କରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି ।
କୋଭିଡ଼ ଜନିତ ପରିସ୍ଥିତିର ମୁକାବିଲା ସକାଶେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ତଥା କ୍ଲିନିକାଲ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ନିମନ୍ତେ ସଂପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ମାନଙ୍କୁ କାର୍ଯ୍ୟ ଆଧାରିତ ପେମେଂଟ ପ୍ରଦାନ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ମାନଙ୍କରେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଏଏନଏମ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ କୁହାଯାଇଛି । ଏଥିପାଇଁ ରାଜ୍ୟମାନଙ୍କ ଏନଏଚଏମ ପାଣ୍ଠିକୁ ଉପଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଛି । ଏହା ଅତିରିକ୍ତ, କେନ୍ଦ୍ର ସରକାର ନିକଟରେ ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେଉଁଥିରେ ଏମବିବିଏସ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସେବାକୁ ଚିକିତ୍ସାସେବାରେ ଉପଯୋଗ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏବେ ସୁଦ୍ଧା ନିଟ୍ ପରୀକ୍ଷା ଦେବାକୁ ଅଛି (ଯାହାକି ଘୁଂଚାଇ ଦିଆଯାଇଛି) ସେମାନଙ୍କ ସେବା; ଫାଇନାଲ୍ ବର୍ଷର ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା; ଏବଂ ଇଂଟର୍ଣ୍ଣମାନଙ୍କ ସେବାକୁ କୋଭିଡ଼ ସଂପର୍କୀତ ଚିକିତ୍ସା ସେବା ପାଇଁ ଉପଯୋଗ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଆଜିଠାରୁ ଆରମ୍ଭ କରି, ଦେଶର ସମସ୍ତ ଜିଲ୍ଲା ଯେଉଁଠାରେ କରୋନା ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିଛି ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍ ସାଇଟ୍ରେଚ ପ୍ରଦର୍ଶିତ କରାଯାଇଛି । ଏହି ତାଲିକା ପରିବର୍ତ୍ତନଶୀଳ ଏବଂ ନିୟମିତ ଆଧାରରେ ଏହାକୁ ଅପ୍େଡଜଟ୍ କରାଯିବ । ସଂପୃକ୍ତ ରାଜ୍ୟମାନେ ସେହିସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ, ସଂକ୍ରମିତ ଲୋକଙ୍କୁ ଘରେ ସଙ୍ଗରୋଧ ବାସ, କୌଣସି ସ୍ଥାନରେ ଅଯଥାରେ ଭିଡ଼ ନଜମାଇବା ଓ ଲୋକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବ ସେଭଳି କାର୍ଯ୍ୟକୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ । ଏହା ବ୍ୟତୀତ ଅନ୍ୟାନ କେଂଟନମେଂଟ୍ କାର୍ଯ୍ୟ ଆଦି ମଧ୍ୟ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରାଜ୍ୟ ଭିତରେ ଲୋକମାନଙ୍କ ଚଳାଚଳ ଉପରେ ମଧ୍ୟ କଡ଼ାକଡ଼ି ଭାବେ ନିଷେଧାଦେଶ ଜାରି କରିବା ନିମନ୍ତେ କୁହାଯାଇଛି । ଏହି ସମୟକୁ ହସପିଟାଲରେ ସଂସାଧନ ବୃଦ୍ଧି ଯେଉଁଥିରେ ଅସ୍ଥାୟୀ ହସପିଟାଲ ନିର୍ମାଣ ହୋଟେଲମାନଙ୍କୁ ହସପିଟାଲରେ ପରିଣତ କରିବା ନିମନ୍ତେ ଅଧିଗ୍ରହଣ ଓ କ୍ଷେତ୍ରୀୟ ହସପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରାଜ୍ୟମାନଙ୍କୁ ଏହା ନିର୍ଦ୍ଦିଷ୍ଟ ଭାବେ ସୂଚୀତ କରାଯାଇଛି ଯେ ଗତ ବର୍ଷ ସେମାନଙ୍କୁ ଏକ ଆଡଭାଇଜରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ହସପିଟାଲରେ ଦାଖଲ ହୋଇଥିବା ରୋଗୀମାନଙ୍କ କ୍ଲିନିକାଲ ପରିଚାଳନା ନିମନ୍ତେ ଅକ୍ସିଜେନ୍ ବ୍ୟବହାରର ସାମଗ୍ରିକ ନିୟମାବଳୀ ସୂଚୀତ କରାଯାଇଥିଲା । ଏହା ପ୍ରତ୍ୟେକ ରାଜ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ବିଭିନ୍ନ ବର୍ଗର ରୋଗୀମାନଙ୍କ ସକାଶେ ହସପିଟାଲରେ କ୍ଲିନିକାଲ କେୟାର ସକାଶେ ଅକ୍ସିଜେନ୍ ଆବଶ୍ୟକର ମାତ୍ରା ଭିନ୍ନ ହୋଇଥାଏ ଯାହାକି ଏହି ଆଡ଼ଭାଇଜରୀରେ ସୂଚୀତ କରାଯାଇଥିଲା । କେତେକ ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବିଧିବଦ୍ଧ ଭାବେ ପାଳନ କରିବା ସକାଶେ ରାଜ୍ୟମାନଙ୍କୁ ପୁଣି ଥରେ ସୂଚୀତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ପିଏସଏ ପ୍ଲାଂଟ୍ ସ୍ଥାପନ ନିମନ୍ତେ, ୧୦୦୦ ପିଏସଏ ପ୍ଲାଂଟ୍ ନିମନ୍ତେ ସାରା ଦେଶରେ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜ୍ୟମାନଙ୍କୁ ଏଭଳି ପିଏସଏ ପ୍ଲାଂଟ୍ ନିମନ୍ତେ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥଞ ମନ୍ତ୍ରଣାଳୟ, ଡିଆରଡ଼ିଓ ଏବଂ ସିଏସଆଇଆର ରାଜ୍ୟମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବେ ।
ଏହି ସମୀକ୍ଷା ବୈଠକରେ ଆହୁରି ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ ପ୍ରତି ବାସରେ କେନ୍ଦ୍ରୀୟ ଡ୍ରଗ୍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ଆହରଣ କରିବେ । ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଆହରଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ । ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ । ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଞ୍ଜୁରୀ ଟିକାର ୫୦% ଆହରଣ କରିବା ସହିତ ରାଜ୍ୟମାନଙ୍କୁ ସେସବୁ ଉପଲବ୍ଧ କରାଇବେ ଯାହାକି ପୂର୍ବଭଳି ସଂପୂର୍ଣ୍ଣ ରୂପେ ମାଗଣାରେ ଯୋଗାଇ ଦିଆଯିବ । ବୈଠକରେ ଦର୍ଶାଯାଇଥିଲା ଯେ କେଉଁମାନେ ଦ୍ୱିତୀୟ ଡୋଜ୍ କୋଭିଡ଼ ଟିକା ପାଇବେ ତାହାକୁ ରାଜ୍ୟମାନେ କୌଣସି ମତେ ଅଣଦେଖା କରିବେନାହିଁ । ରାଜ୍ୟମାନଙ୍କୁ ଟିକା ଯୋଗାଣରେ, ୭୦% ପ୍ରତିଶତ ଟିକା ଦ୍ୱିତୀୟ ଡୋଜ୍ ଭାବେ ଯୋଗାଇ ଦିଆଯିବ , ଯଦ୍ୟପି ୩୦% ଟିକା ପ୍ରଥମ ଡୋଜ୍ ପାଇଁ ସଂରକ୍ଷିତ ରଖାଯିବ ।
ବୈଠକରେ ଡକ୍ଟର ଭି କେ ପଲ୍ ଏହି ପ୍ରସଙ୍ଗ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ୱର ସହ ପରାମର୍ଶ ଦେଇଥିଲେ ଯେ ସେମାନେ ହସପିଟାଲର ସାମର୍ଥ୍ୟ ଓ କ୍ଲିନିକାଲ ପରିଚାଳନା କ୍ଷମତାକୁ ବୃଦ୍ଧି କରିଚାଲିବା ଦରକାର । ଏଥି ମଧ୍ୟରେ ଆମ୍ବୁଲାନ୍ସ ସେବାର ସଫଳ ପରିଚାଳନା, ଜିଲ୍ଲାମାନଙ୍କରେ ଟେଷ୍ଟିଂ ସୁବିଧା ଯାହାକି ଜାତୀୟ ହାରଠାରୁ ଅଧିକ ହେବା ଆବଶ୍ୟକ । କେନ୍ଦ୍ର ସରକାରଙ୍କ ନୂତନ ପରିବର୍ଦ୍ଧିତ ବ୍ୟବସ୍ଥା ଅନୁସାରେ ଏଚଆରକୁ ବୃଦ୍ଧି କରାଯିବା ଉପରେ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ସେହିଭଳି ଟେଲିମେଡ଼ିସିନ୍ ସେବାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ଏ ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେଂଟନମେଂଟ ବ୍ୟବସ୍ଥା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ ଅନୁପାଳନ ନିମନ୍ତେ କୁହାଯାଇଛି ।
ସେହିଭଳି ଆଇସିଏମଆରର ମହା ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଂଶୋଧିତ ଟେଷ୍ଟିଂ ନିୟମାବଳୀ ଅନୁସାରେ ଟେଷ୍ଟିଂ ସାମଗ୍ରୀ ଯଥା ଆରଟି- ପିସିଆର ପଜିଟିଭ୍ ଚିହ୍ନଟକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଓହରାଇ ଅଣାଯିବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ମାତ୍ରା ୧୦% ଉପରେ ରହିଛି ସେଠାରେ ଲକ୍ଡାରଉନ୍ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ସେଠାରେ ଆରଟି ପିସିଆର ଟେଷ୍ଟିଂ, ଟିକାକରଣ ଏବଂ ମେଡ଼ିକାଲ କାର୍ଯ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଡକ୍ଟର ପଲ୍ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏନସିଡ଼ିସିର ନିର୍ଦ୍ଦେଶକ ଏହି ସମୀକ୍ଷା ବୈଠକରେ ଅବସ୍ଥା ବିଗିଡ଼ିବା ପୂର୍ବରୁ ଯଥାଶୀଘ୍ର କୋଭିଡ଼ କେଶ୍କୁସ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ୧୦% ରୁ ଅଧିକ ସଂକ୍ରମଣରେ ଥିବା ଜିଲ୍ଲାମାନଙ୍କୁ କେଂଟନମେଂଟ୍ ଜୋନ୍ ଅଧୀନରେ ଆଣିବା ନିମନ୍ତେ ସେ ମତ ପୋଷଣ କରିଥିଲେ । ଟେଷ୍ଟିଂ ସଂସାଧନ ବୃଦ୍ଧି ଦ୍ୱାରା ଲୋକମାନଙ୍କର କୋଭିଡ଼ ପରୀକ୍ଷା ସହଜରେ କରାଯାଇପାରିବ ବୋଲି ସେ କହିଥିଲେ ।
40183
SHARES
Share on Facebook Tweet Follow us Share Share Share Share Share
40183
SHARES
Share on Facebook Tweet Follow us Share Share Share Share Share
Share on Facebook
Tweet
Follow us
Share
Share
Share
Share
Share
