Saturday, 02 Jan, 12.51 pm ଝର୍କା ଓଡିଶା

ହୋମ
୮୬ବର୍ଷ ବୟସରେ ଆଖି ବୁଜିଲେ କଂଗ୍ରେସ ନେତା ବୁଟା ସିଂହ

୮୬ ବର୍ଷ ବୟସରେ ଆଖି ବୁଜିଲେ କଂଗ୍ରସେ ନେତା ତାଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ବୁଟା ସିଂହ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୩୪ ମାର୍ଚ୍ଚ ୨୨ରେ ଜଳନ୍ଧର ଜିଲ୍ଲାର ମୁସ୍ତାପାପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବୁଟା ସିଂହ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୁଟା ସିଂହ ଜବାହରଲାଲ୍ ନେହେରୁ ପ୍ରଧାନମନ୍ତ୍ରିତ୍ୱ ସମୟରୁ ବୁଟା ସିଂହ କଂଗ୍ରେସ ପାର୍ଟି ସହ ସପୃକ୍ତ ଥିଲେ ।

ଏବଂ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଅତି ନିକତର ଥିଲେ ବୋଲି କୁହାଯାଏ । ବୁଟା ସିଂହ ପ୍ରଥମ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢିବା ପାରେ ଭାରତୀୟ ଜାତୀୟ କଂଗ୍ରେସର ନେତା ଭାବେ ୧୯୬୦ ମସିହାରେ ଯୋଗ ଦେଇଥିଲେ । ୧୯୬୨ ମସିହାରେ ରାଜସ୍ଥାନର ସାଧନା ନିର୍ବାଚନ ମଣ୍ଡଳିରୁ ସିଂହ ପ୍ରଥମେ ଭାରତୀୟ ସଂସଦର ତୃତୀୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ଆହୁରି ମଧ୍ୟ ବୁଟା ସିଂହ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସହିତ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ । ନ୍ୟାସନାଲ କମିସନ୍ ଫର୍ ସିଡ୍ୟୁଲଡ୍ କାଷ୍ଟ ର ସଭାପତି ୨୦୦୭ ରୁ ୨୦୧୦ ଯାଏଁ ଥିଲେ । ସେ ଖାଲି ଜଣେ ରାଜନେତା ଥିଲେ ତାନୁହେଁ ତାଙ୍କର ପୁସ୍ତକ ଲେଖିରେ ବହୁ ରୁଚି ରଖୁଥିଲେ 'ପଞ୍ଜାବୀ ସ୍ପିକିଙ୍ଗ୍ ଟେଷ୍ଟ୍‌' ନାମକ ପୁସ୍ତକ ରଚନା କରିଥିଲେ । ବୁଟା ସିଂହଙ୍କ ଦେହାନ୍ତ କଂଗ୍ରେସ ପାଇଁ ବଡ କ୍ଷତି ହୋଇଛି ବୋଲି କୁହାଯାଉଛି ।

Post Your View

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Jharka Odisha
Top