Wednesday, 27 Jan, 7.53 pm ଝର୍କା ଓଡିଶା

ହୋମ
' ଅତିବଡୀ ସମ୍ମାନ' ପାଇବେ ରାମଚନ୍ଦ୍ର ବେହେରା

ବରିଷ୍ଠ କଥାକାର ରାମଚନ୍ଦ୍ର ବେହେରା ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'ଅତିବଡୀ ସମ୍ମାନ' (2020) ପାଇଁ ମନୋନୀତ ହୋଇଛନ୍ତି! ଡ. ରାମଚନ୍ଦ୍ର ବେହେରା (୧୯୪୫) ଓଡ଼ିଆ ସାହିତ୍ୟର ଜଣେ ଦିଗ୍‍ଗଜ କଥାପୁରୁଷ। ମାଟିଠୁ ଆକାଶ, ମନଠୁ ଭୁବନ, ମନ୍ତ୍ରଠୁ ଯନ୍ତ୍ରଯାଏଁ ବ୍ୟାପ୍ତ ତାଙ୍କ କଥା ପରିଧି। ଖାଲିଆଖିରେ ଧରା ପଡ଼ୁନଥିବା ଘଟଣାକୁ ରସାଳ ଗପରେ ରୂପାନ୍ତରିତ କରିବା ଓ ଗପଟେ କହିବା ବାହାନାରେ ସମାଜର ଛାତିରେ ମସ୍ତବଡ଼ ବିଧାଟେ ମାରିବା କଳାରେ ସେ ଅଦ୍ୱିତୀୟ।

ପ୍ରକାଶିତ କ୍ଷୁଦ୍ରଗଳ୍ପ: ଦ୍ୱିତୀୟ ଶ୍ମଶାନ, ଅଚିହ୍ନା ପୃଥିବୀ, ଅବଶିଷ୍ଟ ଆୟୁଷ, ଓଁକାର ଧ୍ୱନି, ମହାକାବ୍ୟର ମୁହଁ, ବଂଚିରହିବା, ସବୁଜିମାର ପରମାୟୁ, ବଡ଼ ମାୟାବୀ ଜୀବ, ଶୁଭାନନ୍ଦର ଗୀତ, ବିପର୍ଯ୍ୟୟର ନକ୍‍ସା, ଭଗ୍ନାଂଶର ସ୍ୱପ୍ନ, ଫଟାକାନ୍ଥର ଗଛ ।

ଉପନ୍ୟାସ: ମରୀଚିକାର ମହକ, ନିଖୋଜ ଅପରାଧୀ, ଚିହ୍ନାଅଚିହ୍ନା, ଧୂସର ସୂର୍ଯ୍ୟାସ୍ତ, ଅଭିନୟର ପରିଧି, ମୁକ୍ତିର ରୂପରେଖ, ମୁଁ ଫେରିଆସିଛି, ମନିକା ଏବେ କେଉଁଠି, ଦୁଆର ଟପିଲେ ବାଟ, କିପରି ନିଆଯାଏ ନିଷ୍ପତ୍ତି, ପାଦତଳର ମାଟି, ରାତିର ଶେଷ ପୃଷ୍ଠା, କୋଟିବସ୍ତ୍ର, ବଟ ବୈକୁଣ୍ଠ, ଜୀବନ ପାତ୍ର, ଏଇଠି ଆକାଶ।

ପୁରସ୍କାର: ସାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀୟ ଭାଷା ପରିଷଦ ସମ୍ମାନ (କଲିକତା) ଏବଂ ଆହୁରି ଅନେକ।

ସଂପ୍ରତି ସେ ସପରିବାର କେନ୍ଦ୍ରାପଡ଼ାଠାରେ ଅବସ୍ଥାନ କରୁଛନ୍ତି ।

Post Your View

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Jharka Odisha
Top