ହୋମ
ରହସ୍ୟ ଘେରରେ ଝରାଫୁଲର ମୃତ୍ୟୁ

କେତେ ନୂଶଂସ ପଲାଟି ଗଲାଣି ଏ ସମାଜ । କେଉଁଠି ବି ସୁରକ୍ଷୀତ ନାହାନ୍ତି ଝିଅ । କେବେ ତାଙ୍କ ସହିତ ଗଣଦୁର୍ଷ୍କମ ହେଉଛି ତ ଆଉ କେବେ ଅଜଣା ଲୋକଙ୍କ ହାତରେ ତାଙ୍କର ମୃତ୍ୟୁ ଘଟୁଛି । ସବୁ ବେଳେ ବାପା, ମା ଚାହିଁ ଥାନ୍ତି ନିଜ ଝିଅକୁ କିପରି ସୁରକ୍ଷିତ ରଖିବେ କିନ୍ତୁ ଏ ସମାଜ କେବେ ବି ଝିଅଙ୍କୁ ସୁରକ୍ଷିତ ରଖିବାକୁ ଦେବନାହିଁ । ଗୋଟିଏ ଝିଅ ନିଜ ବାପା ଓ ମାଙ୍କ ପାଖରୁ ନିଜର ପାଠପଢା ବା ସମାଜରେ ନିଜର କିଛି ପରିଚୟ ସୃଷ୍ଟି କରିବାକୁ ଆସିଥାଏ । କିନ୍ତୁ କ'ଣ ଏ ସମାଜ ତାକୁ ନିଜ ଗୋଡରେ ଠିଆ ହୋଇ କିଛି କରିବାର ଅନୁମତି ଦେବ ?ସାଧାରଣରେ ଗୋଟିଏ ପ୍ରଶ୍ନ ନାରୀ ମା ଓ ଝିଅ ବା ସ୍ତ୍ରୀ କିନ୍ତୁ ସେହି ନାରୀ କ'ଣ ଏ ସମାଜରେ ବଞ୍ଚିପାରିବ ? ଝରାଫୁଲ ପାଠପଢିବା ପାଇଁ ଆସିଥିଲା ନିଜ ଘର ଛାଡି ଭୁବନେଶ୍ୱର । ସେ କ'ଣ ଜାଣିଥିଲା ଏ ଦିନ ତା ପାଇଁ ଅନ୍ତିମ ଦିନ ହେବ ।
କିନ୍ତୁ କରୋନା ମହାମାରୀ ସମୟରେ ନିଜ ବାପା,ମା,ଭାଇ ସହିତ ଅନେକ ସମୟ ବିତେଇବା ପରେ ନିଜର ଉର୍ଜ୍ଜଳ ଭବିଶ୍ୱତ ପାଇଁ ଆସିଥିଲା ଭୁବନେଶ୍ୱର ପାଠପଢିବାକୁ ।
Post Your View