ହୋମ
ଟିକା ନିଅନ୍ତୁ ହୋଟେଲରେ ଖାଇବା ନେଇ ରିହାତି ପାଆନ୍ତୁ !

ମହାମାରୀ କରୋନା ସାରା ବିଶ୍ୱର ସାମାଜିକ ଚାଲିଚଳଣୀ , ଅର୍ଥନୀତୀ ଏବଂ ଜନସାଧାରଣଙ୍କ ଜୀବନକୁ ହରଡଘଣାରେ ପକାଇ ଦେଇଥିବା ବେଳେ , ଏହି ମହାମାରୀରୁ ବର୍ତ୍ତିବା ପାଇଁ ଅନେକ ଦେଶ ବର୍ତ୍ତମାନ ବିଭିନ୍ନ ପ୍ରକାର ଟିକା ଉପଲବ୍ଧ କରାଇଲେଣି ..।। ଏହି ଅଦୃଶ୍ୟ ଭୂତାଣୁ ବିରୁଦ୍ଧରେ ଲଢିବା ପାଇଁ ଏବେ ଟିକା ଉପଲବ୍ଧ ହେଉଥିବା ସମୟରେ ଏହି ଟିକାକୁ ନେଇ ଅନେକ କ୍ଷେତ୍ରରୁ ବିରୋଧାଭାସ ଆସୁଛି ..।।
ଅନେକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ଗୁଜବ ମଧ୍ୟ ପ୍ରଚାର କରାଯାଉଛିକି ଏହି ଟିକା ଫଳପ୍ରଦ ନୁହଁ ବୋଲି ..।। ତେବେ ଟିକାକୁ ନେଇ ପ୍ରତ୍ୟକ ଦେଶ ତାର ନାଗରିକମାନଙ୍କୁ ସ୍ପଷ୍ଟ ସୂଚନା ଦେଇ କହିଛିକି ଟିକା ଫଳପ୍ରଦ ତେଣୁ ଜନସାଧାରଣ ନଡରି ଟିକା ନେବାକୁ ଆଗେଇ ଆସନ୍ତୁ ..।। ଏହି ଟିକାକରଣ କ୍ଷେତ୍ରରେ ଦୁବାଇରେ ଜନସାଧାରଣଙ୍କୁ ଉତ୍ସାହିତ କରିବା ପାଇଁ ସେଠାକାର କିଛି ହୋଟେଲ ଆଗେଇ ଆସିଛନ୍ତି ..।।
ହୋଟେଲ ତରଫରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛିକି , ଯେଉଁମାନେ ଉତ୍ସାହର ସହ ଟିକା ନେବେ ସେମାନଙ୍କୁ ଉପରୋକ୍ତ ହୋଟେଲ ତରଫରୁ ରିହାତି ପ୍ରଦାନରେ ଖାଦ୍ୟ ଯୋଗାଇ ଦିଆଯିବ ..।। ଦୁବାଇର କିଛି ହୋଟେଲ ମାନଙ୍କର ଏପରି କାର୍ଯ୍ୟକୁ କେତେକ ମହଲରୁ ପ୍ରଶଂସା କରାଯାଉଛି ..।।
Post Your View