Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୩ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ଏହି ବର୍ଷ

୧୩ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ଏହି ବର୍ଷ

Kalinga News 1 week ago

ମୂଳ ଅଙ୍କ ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ତାରିଖର ଯୋଗ ରହିଥାଏ। ଅର୍ଥାତ ଯେଉଁ ତାରିଖରେ ଆପଣଙ୍କର ଜନ୍ମ ହୋଇଥାଏ, ସେହି ତାରିଖର ଯୋଗକୁ ମୂଳ ଅଙ୍କ କୁହାଯାଇଥାଏ। ଯଦି ଆପଣଙ୍କ ଜନ୍ମ ୧ ରୁ ୯ ତାରିଖ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କ ମୂଳ ଅଙ୍କ ସେହି ଅଙ୍କ ହୋଇଥାଏ। ସେହିଭଳି ୧୦ ରୁ ୩୧ ତାରିଖ ମଧ୍ୟରେ ଜନ୍ମ ହୋଇଥିଲେ ଏହି ଦୁଇ ଅଙ୍କର ଯୋଗ ହିଁ ଆପଣଙ୍କ ମୂଳ ଅଙ୍କ ଦର୍ଶାଇଥାଏ।

ଯେପରି ଆପଣଙ୍କ ଜନ୍ମ ଯଦି ୨୪ ତାରିଖରେ ହୋଇଥାଏ ତେବେ ମୂଳ ଅଙ୍କ ୬ ହୋଇଥାଏ।

ଏହି ମୂଲ୍ୟାଙ୍କରେ ପ୍ରଭାବିତ ଜାତକ ଅତ୍ୟନ୍ତ ସାହାସୀ ଏବଂ ବୁଦ୍ଧିମାନ ହୋଇଥାନ୍ତି। ଭାଗ୍ୟର ଉନ୍ନତିରେ ଏହି ଅଙ୍କ ବାଧକ ସାଜିଥାଏ। ଏହି ଜାତକ ଥିବା ବ୍ୟକ୍ତିମାନେ କୌଣସି କାର‌୍ୟ୍ୟକୁ ବଡ଼ ଆଗ୍ରହର ସହ ଆରମ୍ଭ କରିଥାନ୍ତି। କିନ୍ତୁ ବହୁତ ଜଲଦି ସେହି କାର୍ଯ୍ୟରୁ ତାଙ୍କର ମୋହ ଭଙ୍ଗ ହୋଇଯାଇଥାଏ। ଏହି କାରଣରୁ ଜୀବନରେ ସଫଳତା ବିଳମ୍ବରେ ପ୍ରାପ୍ତ ହୋଇଥାଏ।

ଏହି ବର୍ଷ ପାଇ ପାରିବେ ସଫଳତା

-ଚଳିତ ବର୍ଷ କର୍ମ କ୍ଷେତ୍ରରେ ବ୍ୟସ୍ତ ରହିବା ଦ୍ବାରା ପ୍ରୟାସରେ ଅନୁକୂଳ ସଫଳତା ପାଇପାରିବେ।

-ସମାଜିକ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ।

-ବିକାଶରେ ନୂତନ ମାର୍ଗ ପାଇବା ସହ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିପାରିବେ।

-କୋର୍ଟ କଚେରୀ ମାମଲା ଅନୁକୂଳ ରହିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ପାଇପାରିବେ।

-ଚଳିତ ବର୍ଷ ଏହି ଜାତକର ବ୍ଯକ୍ତିମାନେ ଘର ବା ଜମି କିଣି ପାରିବେ।

-ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ହେବ।

-ସେହିପରି ଛାତ୍ର-ଛାତ୍ରୀମାନେ ଇଞ୍ଜିନିୟରିଂ, ପୋଲିସ, ସେନା, ଓକିଲ, ଅବକାରୀ ବିଭାଗ, ନଗର ପାଳିକା, ସାମାଜିକ କାର୍ଯ୍ୟ ଆଦି କ୍ଷେତ୍ରରେ ସଫଳତା ପାଇପାରିବେ।

-ମେସିନ, ଲୁହା, ସିମେଣ୍ଟ ଗୋଦାମ ନିର୍ମାଣ ସାମଗ୍ରୀ ଆଦି ସହ ଜଡ଼ିତ ଥିବା ବ୍ୟବସାୟୀମାନେ ଉତ୍ତମ ଧନ ଲାଭ କରିପାରିବେ।

-ସରକାରୀ ବା ଘରୋଇ କାର‌୍ୟ୍ୟ କ୍ଷେତ୍ରରେ ସେବାରତ ଥିବା କର୍ମଚାରୀମାନଙ୍କ ପ୍ରମୋସନ ହେବ । ଚଳିତ ବର୍ଷ ସ୍ବାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ରଖନ୍ତୁ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News