Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

Kalinga News 2 weeks ago

ଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଇଛି । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ପଣାସଂକ୍ରାନ୍ତିରେ ଘରେ କିପରି ପ୍ରସ୍ତୁତ କରିବେ ସୁଆଦିଆ ପଣା।

ଆବଶ୍ୟକୀୟ ସାମଗ୍ରୀ

ଗୋଟିଏ ପାଚିଲା ବେଲ, ଚିନି, ଗୋଲମରିଚ ଗୁଣ୍ଡ, ଦହି, ଛେନା, କଦଳୀ, ଅଙ୍ଗୁର, ନଡିଆ, କାଜୁ, କିସମିସ, ।

କିପରି ତିଆରି କରିବେ

ଏକ ପାତ୍ରରେ ଚାରି ଗ୍ଲାସ୍ ପାଣି ନିଅନ୍ତୁ । ଏଥିରେ ଗୋଟିଏ ପାଚିଲା ବେଲକୁ ପକାନ୍ତୁ। ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ଏହାପରେ ଏଥିରେ ସ୍ବାଦନୁଯାୟୀ ଚିନି ମିଶାନ୍ତୁ। ପରେ ଏଥିରେ ଦହି,ଛେନା, ପାଚିଲା କଦଳୀ, ଅଙ୍ଗୁର, ନଡିଆକୁ ଏକାଠି ମିଶାନ୍ତୁ । ଏହାପରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାପରେ ଏକ ଗ୍ଳାସରେ ଏହାକୁ ଦେବା ସହ ଏହାକୁ ସଜାଇବା ପାଇଁ କାଜୁ, କିସମିସ ଏବଂ ଚେରିର ବ୍ୟବହାର କରନ୍ତୁ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News