ହିନ୍ଦୁ ପରମ୍ପରା ଅନୁଯାୟୀ ହୋଲି ଦିନ କରାଯାଇଥିବା କିଛି କାମ ଦ୍ବାରା ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରିବ। ଏପରିକି ଏହା ଦ୍ବାରା ଆପଣଙ୍କୁ କାମରେ ସଫଳତା ମଧ୍ୟ ମିଳିବ। ହୋଲିରେ କରାଯାଇଥିବା କିଛି ଉପାୟ ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଆର୍ଥିକ ଅଭାବକୁ ଦୂର କରିବାକୁ ଚାହୁଁଥିଲେ, ହୋଲି ପୂର୍ଣ୍ଣିମା ରାତିରେ ଚନ୍ଦ୍ରଦୟ ପରେ ନିଜ ଘର ଛାତରେ ଯେଉଁଠାରେ ଚନ୍ଦ୍ର ଦେଖାଯାଉଛନ୍ତି ସେଠାରେ ଠିଆ ହୋଇଯାଆନ୍ତୁ।
ଏହାପରେ ରୁପାର ପ୍ଳେଟରେ ଘିଅ ଦୀପ ଜାଳିବା ସହ ଚନ୍ଦ୍ରଙ୍କର ପୂଜା କରନ୍ତୁ। ଏହାପରେ ଚନ୍ଦ୍ରଙ୍କୁ କ୍ଷୀର ଏବଂ ଅନ୍ୟନ୍ୟ ଧଳା ରଙ୍ଗର ପ୍ରସାଦ ଭୋଗ ଚଢ଼ାନ୍ତୁ।
ଏହାପରେ ଚନ୍ଦ୍ରଙ୍କ ନିକଟରେ ଆର୍ଥିକ ଅଭାବ ଦୂରର ବିନିତି କରିବା ସହ ଭୋଗକୁ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଅନୁଭୂତ କରିବେ କି ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଛି। ଖାଲି ସେତିକି ନୁହଁ ଅଯଥା ହେଉଥିବା ଆପଣଙ୍କ ଧନହାନି ମଧ୍ୟ କମ ହୋଇଥାଏ।
Kalinga News

