Dailyhunt
ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେବ, Home remedy

ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେବ, Home remedy

Kalinga News 1 week ago

ନ୍ଧୁଗଣ ସୁନ୍ଦର ଦାନ୍ତ ଦ୍ଵାରା ଆମ ମୁଖମଣ୍ଡଳ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ତେଣୁ ଧଳା ତଥା ମୋତି ପରି ଚମକୁଥିବା ଦାନ୍ତ କାହାକୁ ଅବା ପସନ୍ଦ ନଥାଏ । ଦାନ୍ତ ସୁନ୍ଦର ହୋଇବା ସହ ସୁସ୍ଥ ରହିବା ମଧ୍ୟ ନିହାତି ଆବଶ୍ୟକ । କାରଣ ବହୁତ ଲୋକ ଏହି ଦାନ୍ତ ଜନିତ ପ୍ରୋବ୍ଲେମ ପାଇଁ ବହୁ ଚିନ୍ତାରେ ରହୁଛନ୍ତି । ତେଣୁ ଯଦି ଆପଣ ନିଜ ଦାନ୍ତକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ଚାହୁଁଛନ୍ତି ।

ତେବେ ଏଥିପାଇଁ ବହୁତ ଭଲ ହୋମ ରେମିଡି ଆଜି ଆପଣଙ୍କୁ କହିବୁ ।

ପ୍ରଥମେ ଆପଣ ଏକ ପାତ୍ରରେ 1 ରୁ 2 ଚାମଚ ସୋରିଷ ତେଲ ନିଅନ୍ତୁ । ତାପରେ ସେଥିରେ ଚିମୁଟାଏ ହଳଦୀ ଆଡ୍ କରନ୍ତୁ । ଶେଷରେ ଆପଣ ଚିମୁଟାଏ ଲୁଣ ସେଥିରେ ଆଡ୍ କରନ୍ତୁ । ତାପରେ 3 ଟି ଯାକ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଆପଣ ଏହି ପେଷ୍ଟଟିକୁ ନିଜ ଆଙ୍ଗୁଠି ସହାୟତାରେ ନେଇ ନିଜ ଦାନ୍ତ ଓ ମାଢିରେ ଭଲ ଭାବେ ଘଷନ୍ତୁ । ଏଥିଦ୍ଵାରା ଆପଣଙ୍କୁ ବାରମ୍ବାର କ୍ଯାଭିଟି କି କୌଣସି ପ୍ରକାର ଦାନ୍ତ ଯନ୍ତ୍ରଣା ଭୋଗିବାକୁ ପଡିବନି । ସପ୍ତାହକୁ 1 ରୁ 2 ଥର ଏହି ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦାନ୍ତକୁ ଭଲ ଭାବେ ଘଷନ୍ତୁ ।

ଆପଣଙ୍କ ଦାନ୍ତ ସୁସ୍ଥ ରହିବା ସହ ମୁଖରୁ କୌଣସି ପ୍ରକାର ଖରାପ ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ । ଦାନ୍ତକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ଆପଣଙ୍କ ପାଇଁ ଆଉ ଏକ ବହୁତ ଭଲ ହୋମ ରେମିଡି ନେଇ ଆସିଛୁ । ସେଥିପାଇଁ ଆପଣ ଏକ ପାତ୍ରରେ ଅଧ ଚାମଚ ଘଷି ପାଉଁଶ ରଖନ୍ତୁ । ଗୋବରରୁ ଯେଉଁ ଘଷି ପାଉଁଶ ବାହାରେ ସେହି ପାଉଡରକୁ ଏଥିରେ ବ୍ୟବହାର କରିବେ ।

ତାପରେ ସେଥିରେ ଚିମୁଟାଏ ଫିଟିକିରୀ ଗୁଣ୍ଡ ଓ ଚିମୁଟାଏ ଲୁଣକୁ ଆଡ୍ କରନ୍ତୁ । ତାପରେ ସେହି ପାଉଡରକୁ ମିକ୍ସ କରି ସେହି ପାଉଡରରେ ଆପଣ ଦାନ୍ତ ଘଷନ୍ତୁ । ଏହି ପାଉଡରରେ ଯଦି ଆପଣ ଦାନ୍ତ ଘାସିବେ । ତେବେ ଆପଣଙ୍କ ଦାନ୍ତରେ କେବେବି ପୋକ ଲାଗିବ ନାହିଁ । ଏହାଛଡା କଳା କି ହଳଦିଆ ପଡିଯାଇଥିବା ଦାନ୍ତ ମଧ୍ୟ ଏହି ପାଉଡରକୁ ନେଇ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ଧୀରେ ଧୀରେ ଧଳା ହେବାକୁ ଲାଗିଥାଏ ।

ଦାନ୍ତ ବହୁତ ଦିନ ପର୍ଯ୍ୟନ୍ତ ସୁନ୍ଦର ରହିବା ସହ ସୁସ୍ଥ ମଧ୍ୟ ରହିଥାଏ । ଯାହା ଫଳରେ କି ଆପଣଙ୍କୁ ବାରମ୍ବାର ଦାନ୍ତ ଜନିତ ସମସ୍ଯାରେ ପୀଡିତ ହୋଇ ଦାନ୍ତ ଯନ୍ତ୍ରଣା ଭୋଗିବାକୁ ପଡିବ ନାହିଁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News