Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଳ ପାଇଁ ରାମବାଣ ସିଝା ଯାଇଥିବା ଚା' ପତି, ଫିଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଫାଇଦା

ବାଳ ପାଇଁ ରାମବାଣ ସିଝା ଯାଇଥିବା ଚା' ପତି, ଫିଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଫାଇଦା

Kalinga News 2 weeks ago

କାଳେ ଚା' ପିଇବାକୁ କିଏ ବା ଭଲ ନ ପାଏ । ପ୍ରାୟ ଅଧିକାଂଶ ଲୋକ ଚା' ପିଉଥିଲେ ମଧ୍ୟ ସିଝା ଚା' ପତିକୁ ବେକାର ଭାବି ଫିଙ୍ଗି ଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଫିଙ୍ଗୁଥିବା ଚା' ପତି କେତେ ଉପକାରୀ । ଆସନ୍ତୁ ଜାଣିବା ଏହି ଚା' ପତିର କ'ଣ ରହିଛି ଫାଇଦା ।

ସନ୍‌ ବର୍ଣ୍ଣ ଦୂର କରେ : ଫିଙ୍ଗୁଥିବା ଚା' ପାଉଚ୍‌ କୁ ସନ୍‌ ବର୍ଣ୍ଣ ଜାଗାରେ ବ୍ୟବହାର କରି କଳା ପଡ଼ିଥିବା ସମସ୍ୟାକୁ ଦୂର କରିପାରିବେ ।

ଏଥିପାଇଁ କିଛି ବ୍ୟବହାର ହୋଇଥିବା ଚା' ପାଉଚ୍‌କୁ ଥଣ୍ଡା ପାଣିରେ ବୁଡ଼ାଇ ସନ୍‌ ବର୍ଣ୍ଣ ସ୍ଥାନରେ ହାଲ୍‌କା ଭାବେ ଲଗାଇ ଧରନ୍ତୁ । ୧୦ ୧୫ ମିନିଟ୍‌ ପରେ ଏହାକୁ କାଢ଼ି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ସନ୍‌ ସ୍କ୍ରିନ ଲୋସନ ପରି କାମ କରିଥାଏ । ଏହା ସନ୍‌ ବର୍ଣ୍ଣ ଦ୍ୱାରା ଖରାପ ହୋଇଥିବା ଚର୍ମକୁ ସଫା କରି ପୋଷଣ ଦେଇଥାଏ । ମୁହଁର ବ୍ରଣ, ଦାଗ ଓ ଚିହ୍ନ ସମସ୍ୟା ଦୂର କରିବା ସହ ଦିନ ସାରା ଚର୍ମକୁ ତାଜା ରଖିଥାଏ ।

ଆଖି ତଳ କଳା ସର୍କଲ ଭଲ କରିଥାଏ : ଏହାଦ୍ୱାରା ଆଖିର ଆଖପାଖରେ ପଡିଥିବା କଳା ଦାଗ ବା ଡାର୍କ ସର୍କଲ୍‌ ଦୂର କରିଥାଏ । ଏଥିପାଇଁ ବ୍ୟବହୃତ ଚା' ପାଉଚ୍‌କୁ ୧୦ ମିନିଟ୍‌ ଫ୍ରିଜ୍‌ରେ ରଖନ୍ତୁ । ପରେ ଏହାକୁ ଆଣି ଆଖି ଉପରେ ପ୍ରାୟ ୧୦/୧୫ ମିନିଟ୍‌ ପର୍ଯ୍ୟନ୍ତି ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏହାଦ୍ୱାରା ଆଖି ତଳ ଡାର୍କ ସର୍କଲ୍‌ ଭଲ ହେବା ସହ ଆଖିକୁ ଥଣ୍ଡା ମିଳିଥାଏ ।

ବାଳକୁ ସୁସ୍ଥ ରଖେ : ବାଳର ଉଜ୍ଜଳତା ଫେରାଇ ଆଣିବାକୁ ବ୍ୟବହୃତ ଗ୍ରୀନ୍‌ ଚା' ପାଉଚ୍‌(ବ୍ୟାଗ୍‌) ଭଲ କାମ କରେ । ଏଥିପାଇଁ ପ୍ୟାନ୍‌ରେ କିଛି ଚା' ପାଉଚକୁ ପାଣି ଦେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ ବାଳ ମୂଳ ଓ ବାଳର ସବୁଆଡେ ଲଗାନ୍ତୁ । ୧୦/୧୫ ମିନିଟ୍‌ ପରେ ଏହାକୁ ସାମ୍ପୋରେ ଧୋଇ ନିଅନ୍ତୁ । ଏହାଦ୍ୱାରା ବାଳ ନରମ ହେବା ସହ ଲମ୍ବା, କଳା ଓ ଗହବା ହୋଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News