Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତୀୟ ସେନାର ସେହି ଯାଂବାଜ ଅଫିସର ଯାହାର ଜିଦ୍ଦି ଆଗରେ ଇନ୍ଦିରାଙ୍କୁ ବି ନଇଁବାକୁ ପଡିଥିଲା. ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଭାରତୀୟ ସେନାର ସେହି ଯାଂବାଜ ଅଫିସର ଯାହାର ଜିଦ୍ଦି ଆଗରେ ଇନ୍ଦିରାଙ୍କୁ ବି ନଇଁବାକୁ ପଡିଥିଲା. ଆସନ୍ତୁ ଜାଣିବା ତାଙ୍କ ବିଷୟରେ

Kalinga News 1 week ago

ନ୍ଧିରା ଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଥିଲେ ଏବଂ ତାଙ୍କୁ ଆଇରନ ଲେଡି ମଧ୍ୟ କୁହା ଯାଉଥିଲା । ଏକ ଏମିତି ନେତା ଯାହାକୁ ପାକିସ୍ତାନ ବି ଡରୁ ଥିଲା । ସେହି ସମୟରେ ଏମିତି ଜଣେ ବ୍ୟକ୍ତି ଥିଲା ଯିଏକି ଇନ୍ଧିରା ଗାନ୍ଧୀ ସାମ୍ନାନାରେ ନିଜର ଜିଦ୍ଦି ଦେଖାଇ ଥିଲେ ଏବଂ ନିଜର କଥାକୁ ରାଜି ମଧ୍ୟ କରାଇ ନେଇଥିଲେ ।

ସେହି ବ୍ୟକ୍ତି ଯିଏକି ଇନ୍ଧିରା ଗାନ୍ଧୀଙ୍କ ସାମ୍ନାରେ ବସି ତାଙ୍କର ପ୍ରସ୍ତାବକୁ ଖାରଜ କରି ଦେଇଥିଲେ ଏବଂ ଇନ୍ଧିରା ଗାନ୍ଧୀଙ୍କୁ ତାଙ୍କର କଥା ମାନିବାକୁ ପଡିଥିଲା । କେବେବି କାହା ମୁହଁରୁ ନା ନ ଶୁଣିଥିବା ଇନ୍ଧିରା ଗାନ୍ଧୀ ସେହି ସମୟରେ ସେହି ବ୍ୟକ୍ତିଙ୍କ ଠାରୁ ନା ଶୁଣିଥିଲେ ଏବଂ ତାଙ୍କୁ ମାନିଥିଲେ ମଧ୍ୟ । ସେହି ବ୍ୟକ୍ତି ଅଟନ୍ତି ମାର୍ଶଲ ମାନେକଶ । ଯାହାକୁ ଭାରତୀୟ ସେନାର ସିଂହ ବୋଲି ମଧ୍ୟ କୁହାଯାଏ ।

ସୈମ ମାନକେଶ ଥିଲେ ସମସ୍ତଙ୍କର ଚହିତା

ଭାରତୀୟ ସେନାର ସେ ସବୁଠୁ ଚହିତା ଜେନେରାଲ ଥିଲେ । ଏହାର କାରଣ ଥିଲା କି ସେ କେବେ ବି ନିଜ ପଦବୀକୁ ନେଇ ଗର୍ବ କରୁ ନଥିଲେ ନା କେବେ କାହାକୁ ନିଜ ଠୁ ଛୋଟ ଭାବୁଥିଲେ । ସେ ସମସ୍ତଙ୍କୁ ଭଲ ପାଉଥିଲେ ଏବଂ ସମସ୍ତଙ୍କ ସହିତ ମିଶି ରହୁଥିଲେ । ଖବର ଆସୁଛି ଯେ ଜଲ୍ଦି ହିଁ ତାଙ୍କ ଉପରେ ଫିଲ୍ମ ତିଆରି ହେବାର ଅଛି ।

ମାନକେଶ ୩ ଏପ୍ରିଲ ୧୯୧୪ ରେ ପଞ୍ଜାବର ଅମୃତସରରେ ଜନ୍ମ ଗ୍ରହଣ କରିଥିଲେ । ସେ ଚାରି ଦଶକ ଭାରତୀୟ ସେନାରେ କାମ କରିଥିଲେ । ସେହି ସମୟରେ ସେ ୫ ଟି ଯୁଧ୍ୟରେ ସାମିଲ ଥିଲେ । ମାନକେଶ ନିଜର ସୈନିକ ଜୀବନ ପ୍ରଥମେ ବ୍ରିଟିଶ ଇଣ୍ଡିଆନ ଆର୍ମିରୁ ଆରମ୍ଭ କରିଥିଲେ । ୧୯୭୧ ମସିହାରେରେ ହୋଇଥିବା ଯୁଧ୍ୟରେ ତାଙ୍କର ମୁଖ୍ୟ ଭୂମିକା ଥିଲା ।

ଇନ୍ଧିରାଙ୍କ ପ୍ରସ୍ତାବରେ କରିଥିଲେ ମନା

ଗୋଟିଏ ଇଣ୍ଟରଭିୟୁରେ ମାନକେଶ କହିଲେ କି ସେ ଜୁନ ୧୯୭୨ ମସିହାରେ ରିଟାୟାର ହୋଇ ଯାଇଥିଲେ ଏବଂ ୩ ଜାନୁୟାରୀ ୧୯୭୩ରେ ତାଙ୍କୁ ଭାରତୀୟ ସେନାର ଫିଲ୍ଡ ମାର୍ସଲ ଭାବେ ନିଯୁକ୍ତି ଦିଆ ଯାଇଥିଲା । ଆଗକୁ ଇନ୍ଧିରା ଗାନ୍ଧୀଙ୍କ ବିଷୟରେ କହଲିଲେ କି ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପାକିସ୍ତାନ ପାଇଁ ଚିନ୍ତିତ ଥିଲେ । ସେ ସେଥିପାଇଁ ୨୭ ଏପ୍ରିଲରେ ଏକ ବୈଠକ ଡକାଇ ଥିଲେ ।

ଯେଉଁଥିରେ ମାନକେଶ ବି ସାମିଲ ଥିଲେ । ଇନ୍ଧିରା ଗାନ୍ଧୀ ନିଜର ପ୍ରସ୍ତାବ ରଖି କହିଲେ କି ପୂର୍ବ ପାକିସ୍ତାନ ସହ ଯୁଧ୍ୟ କରିବାକୁ ପଡିବ । କିନ୍ତୁ ସେ ତାଙ୍କର ଏହି କଥାକୁ ବିରୋଧ କଲେ । ମାନକେଶ କହିଲେ କି ବର୍ତ୍ତମାନ ଆମେ ଏହି ଯୁଧ୍ୟ ପାଇଁ ପ୍ରସ୍ତୁତ ନାହୁଁ ।

ଯୁଧ୍ୟ ପାଇଁ ମାଗିଲେ ସମୟ

ଏହା ପ୍ରଥମ ଥର ଥିଲା ଯେଉଁଠି ପିଏମଙ୍କର କୌଣସି କଥାକୁ ବିରୋଧ କରାଯାଇଥିଳୀ, ଏହା ପୂର୍ବରୁ ଏମିତି କେବେବି ହୋଇନଥିଲା ଯେ ସେ କହିଥିବା କଥାକୁ କେହି କାଟି ପାରିବେ । ସେ ତାଙ୍କୁ ଏହାର କାରଣ ପଚାରିଲେ । ସେ କହିଲେ କି ବର୍ତ୍ତମାନ ସୈନିକମାନେ ଏକତ୍ରିତ ହୋଇ ନାହାନ୍ତି । ଏବଂ ସୈନିକ ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ମିଳିନାହିଁ । ସେଥିପାଇଁ ପ୍ରଥମେ ସୈନିକମାନଙ୍କୁ ଏକତ୍ରିତ କରିବାକୁ ପଡିବ ଏବଂ ତାଙ୍କୁ ପ୍ରଶିକ୍ଷଣ ଦେବାକୁ ପଡିବ । ଯେତେବେଳେ ଯୁଧ୍ୟର ସମୟ ଆସିବ ସେ ନିଜେ କହିବେ । କିଛି ମାସ ପରେ ସେ ସୈନିକମାନଙ୍କୁ ଏକାଠି କରିଲେ ଏବଂ ତାଙ୍କୁ ପ୍ରଶିକ୍ଷଣ ଦେଇ ଯୁଧ୍ୟ ପାଇଁ ପ୍ରସ୍ତୁତ କରାଇଲେ ଏବଂ ଯୁଧ୍ୟ କୁ ୧୪ ଦିନ ମଧ୍ୟରେ ହିଁ ଶେଷ କରିଥିଲେ । ଏବଂ ଜିତି ଥିଲେ ମଧ୍ୟ।

ମାନକେଶ ଗୋଟେ ଗୁଣ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ସେ ନିଜ ସିପାହୀ ମନକୁ ନାହୁତ ଭଲ ପାନ୍ତି ଏବଂ ତାଙ୍କର ସୁଖ ଦୁଃଖ ରେ ସବୁବେଳେ ତାଙ୍କ ସାଥ ଦିଅନ୍ତି। ଏହି ସବୁ ଗୁଣ ପାଇଁ ଲୋକମାନେ ତାଙ୍କୁ ବହୁତ ଭଲ ପାଉଥିଲେ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News