Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦେଶର ଏକ ଏମିତି ମନ୍ଦିର ଯାହା ସନ୍ତାନ ପ୍ରାପ୍ତି ପାଇଁ ପ୍ରସିଦ୍ଧ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ଦେଶର ଏକ ଏମିତି ମନ୍ଦିର ଯାହା ସନ୍ତାନ ପ୍ରାପ୍ତି ପାଇଁ ପ୍ରସିଦ୍ଧ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

Kalinga News 2 weeks ago

ଭାରତୀୟ ଧର୍ମ ଗୁଡିକରେ ହିନ୍ଦୁମାନଙ୍କର ଉପାସନାସ୍ଥଳକୁ ମନ୍ଦିର କୁହାଯାଏ । କହିବାକୁ ଗଲେ ଲୋକମାନେ ମନ୍ଦିରକୁ ନିଜର ମନର ଶାନ୍ତି ନିମନ୍ତେ ଓ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରି ଦେବା ପାଇଁ ଆସିଥାନ୍ତି । ଏହା ସହିତ ଅନ୍ୟ କେତେକ କାରଣ ପାଇଁ ବି ଲୋକମାନେ ଭଗବାନଙ୍କ ନିକଟକୁ ଆସିଥାନ୍ତି । ଅନ୍ୟ ପଟେ ଭଗବାନ ବି ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି ।

କହିବାକୁ ଗଲେ ଯଦି ଆପଣ ବହୁତ ସମୟ ହେବ ସନ୍ତାନ ପ୍ରାପ୍ତି ପାଇଁ ଏଠି ସେଠି ବୁଲୁଛନ୍ତି ତେବେ ଏହି ଆର୍ଟକୀଲ ଆପଣଙ୍କ ପାଇଁ ଅଟେ ।

ଭାରତରେ ଏମିତି ବହୁତ ଚମତ୍କାରୀ ମନ୍ଦିର ଅଛି କିମ୍ବା କିଛି ସ୍ଥାନ ଅଛି ଯେଉଁଠି ଡାକ୍ତରଙ୍କ ଦ୍ଵାରା ନୁହେଁ ଅଥବା ଭଗବାନଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଖୁସି ଆସି ପାରିବ । ଆପଣଙ୍କୁ କହିଦେଉଛୁ କି ତାମିଲନାଡୁର ବିଲ୍ଲୁପୁରମରେ ସ୍ଥିତ ଇଂଦୁମ୍ବନ ମନ୍ଦିର ବିଷୟରେ କୁହାଯାଏ କି ଏଠି ସନ୍ତାନ ନ ଥିବା ମହିଳାମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।

ମନ୍ଦିରର ପୂଜାରୀ କୁହନ୍ତି କି ଏଠି ଆସୁଥିବା ସବୁ ବ୍ୟକ୍ତିଙ୍କ ପ୍ରାର୍ଥନା ଭଗବାନ ନିଶ୍ଚିତ ଶୁଣିଥାନ୍ତି । ମନ୍ଦିରରେ ଆସୁଥିବା ଭକ୍ତ ନିଜ ସହିତ ଫଳ ବି ଆଣିଥାନ୍ତି । ଯାହା ଭଗବାନଙ୍କ ନିକଟରେ ଅର୍ପଣ କରିବା ଦ୍ଵାରା ତାହା ପ୍ରସାଦ ହୋଇଥାଏ । ପରେ ଏହି ଫଳ ଖାଇବା ଦ୍ଵାରା ଘରର ସମସ୍ତ ଦୁଖ ଦୂର ହୋଇଯାଏ ଓ ଘରେ କେବଳ ଖୁସି ହିଁ ଖୁସି ଆସେ । କେତେ ଥର ଏମିତି ବି ଚମତ୍କାର ହୋଇଛି କି ୧୦ ବର୍ଷ ପୂର୍ବରୁ ହଜିଯାଇଥିବା ବ୍ୟକ୍ତି ବି ଘରକୁ ଫେରି ଆସିଛି ।

କହିବାକୁ ଗଲେ ତାମିଲନାଡୁର ଏହି ମନ୍ଦିର ଏକ କଥାକୁ ନେଇ ବହୁତ ପ୍ରସିଦ୍ଧ ଅଟେ । ଯାହାକି ଏହି ସ୍ଥାନରେ ମିଳୁଥିବା ଏକ ଲେମ୍ବୁ ସହ ଜଡିତ ଅଟେ । ଏହି ମନ୍ଦିରର ଲେମ୍ବୁ ଚମତ୍କାରୀ ଅଟେ ବୋଲି କୁହାଯାଏ । ସବୁଠୁ ବଡ କଥା ଏହା ଅଟେ କି ମନ୍ଦିରର ଏହି ଲେମ୍ବୁ ପାଇଁ ନିଲାମି ଲାଗିଥାଏ । କେତେ ଥର ଗୋଟିଏ ଲେମ୍ବୁକୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ଭକ୍ତମାନଙ୍କ ଦ୍ଵାରା କ୍ରୟ କରାଯାଇଥାଏ ।

ଏହି ଲେମ୍ବୁକୁ ସେହି ଦମ୍ପତି କ୍ରୟ କରିଥାନ୍ତି ଯେଉଁମାନଙ୍କର ସନ୍ତାନ ହୋଇ ନ ଥାଏ । ଏହି ଫଳର ଖାସ କଥା ଏହା ଅଟେ କି ଏହା ବହୁ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ ଓ ଶୁଖି ବି ନ ଥାଏ । ଯେଉନମାନରଙ୍କର ପିଲା ହୋଇ ନଥାଏ ସେମାନେ ଏହାକୁ ଖାଇବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News