Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇଟି ପିଲାର ପିତାକୁ ପୁଣିଥରେ ବିବାହ କରିବା ପଡିଲା ମହଙ୍ଗା, ଦ୍ଵିତୀୟ ପତ୍ନୀକୁ ଦେବାକୁ ପଡିବ ୬୦ ଲକ୍ଷ ଟଙ୍କା

ଦୁଇଟି ପିଲାର ପିତାକୁ ପୁଣିଥରେ ବିବାହ କରିବା ପଡିଲା ମହଙ୍ଗା, ଦ୍ଵିତୀୟ ପତ୍ନୀକୁ ଦେବାକୁ ପଡିବ ୬୦ ଲକ୍ଷ ଟଙ୍କା

Kalinga News 3 days ago

ଦୁଇଟି ସନ୍ତାନ ଥିବା ଗୋଟିଏ ବ୍ୟକ୍ତିକୁ ଦ୍ଵିତୀୟ ବିବାହ କରିବା ଦ୍ଵାରା ମହଙ୍ଗା ପଡିଲା । ବର୍ତ୍ତମାନ ସେହି ବ୍ୟକ୍ତିକୁ ନିଜର ଘରର ନିଜ ଅଂସକୁ ବିକ୍ରି କରି ୬୦ ଲକ୍ଷ ଟଙ୍କା ଦ୍ଵିତୀୟ ପତ୍ନୀକୁ ଦେବାକୁ ପଡିବ । କହିବାକୁ ଗଲେ ଏହି ଆଦେଶ ନିୟମ ବଦ୍ଧ ଅଟେ । କିନ୍ତୁ ଏହି ଟଙ୍କା ଦ୍ଵିତୀୟ ପତ୍ନୀକୁ ସେତେବେଳେ ହିଁ ମିଳିବ, ଯେତେବେଳେ ସେ ହିନ୍ଦୁ ମ୍ୟାରେଜ ଏକ୍ଟର ଧାରା ୧୩ - ବି ଅନୁସାରେ ନିଜ ମଧ୍ୟରେ କଥାବାର୍ତ୍ତା କରି ଓ ପରସ୍ପର ସହମତି ସହ ସ୍ଵାମୀ ଠାରୁ ଛାଡପତ୍ର ନେବା ପାଇଁ ଏକ ନିର୍ଧାରିତ ସମୟ ମଧ୍ୟରେ କୋର୍ଟରେ ଆବେଦନ ପତ୍ର ଦାୟର କରିବ ।

ଏହା ଛଡା ବର୍ତ୍ତମାନ କୋର୍ଟ ସ୍ଵାମୀକୁ ଚାରି ସପ୍ତାହ ମଧ୍ୟରେ କୋର୍ଟର ରଜିସ୍ଟ୍ରୀରେ ୬ ଲକ୍ଷ ଟଙ୍କା ଜମା କରିବା ପାଇଁ ଆଦେଶ ଦେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ମାମଲା ଦିଲ୍ଲୀର ଅଟେ । ବର୍ଷ ୨୦୦୪ରେ ସେହି ବ୍ୟକ୍ତି ସହ ତାହାର ଦ୍ଵିତୀୟ ପତ୍ନୀର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ବର୍ଷ ମଧ୍ୟରେ ହିଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଗଲା ।

ଏହା ପରେ ପତ୍ନୀ ଘରେଲୁ ହିଂସା ଆଇନ ଧାରା ୧୨ ଅନୁସାରେ ଆବେଦନ ପତ୍ର ଦାୟର କରିଲା ଓ କହିଲା କି ତାକୁ ବୈବାହିକ ଘରେ ନିବାସ ପାଇଁ ଅଧିକାର ଦିଆଯାଉ । ଏହା ପରେ ମହିଳା କୋର୍ଟ ଏହି ଅଧିକାର ସେହି ମହିଳାକୁ ଦେଇ ଦେଲା । କିନ୍ତୁ ଏହି କେସରେ ପୁଣି ଏକ ମୋଢ ଆସିଲା । କହିବାକୁ ଗଲେ ଏହା ମଧ୍ୟରେ ସେହି ସ୍ଵାମୀର ପୂର୍ବ ପତ୍ନୀର ଦୁଇ ସନ୍ତାନ ଜମି ବଣ୍ଟନର ଆବେଦନ ପତ୍ର ଦାୟର କରିଲେ ।

ଏହା ପରେ କୋର୍ଟ ଘରକୁ ତିନି ଭାଗ କରିଦେଲେ । ଯେଉଁଥିରେ ଦୁଇଟି ଭାଗ ଦୁଇ ସନ୍ତାନଙ୍କ ନାମରେ ଓ ଅନ୍ୟ ଏକ ଅଂସ ପିତା ନାମରେ ଆସିଲା । ଯଦି କୋର୍ଟର ଆଦେଶ ବିଷୟରେ କଥାବାର୍ତ୍ତା କରିବା ତେବେ ଜସ୍ଟିସ ଯୁୟୁ ଲଲିତଙ୍କ ପୀଠ ଏହି ଆଦେଶ ମହିଳାର ଅପିଲ ଉପରେ ଦେଇଛନ୍ତି । କୋର୍ଟ ଆଦେଶ ଦେଲା କି ଘର ବିକ୍ରି କରିବାର କାର୍ଯ୍ୟ ତିନି ମାସ ମଧ୍ୟରେ ହୋଇଯିବା ଦରକାର ଓ ପୁରା ଟଙ୍କା ଅର୍ଥାତ ପାଖପାଖି ୨.୫ କୋଟି ଟଙ୍କା ଶୀର୍ଷ କୋର୍ଟର ରଜିସ୍ଟ୍ରୀ ଜମା ହେବା ଦରକାର ।

ଏଥିରୁ ୬୦ ଲକ୍ଷ ଟଙ୍କା ତଲାକ ନେବା ସ୍ଥିତିରେ ଥିବା ପତ୍ନୀକୁ ଦିଆଯିବ ଓ ବାକି ଟଙ୍କା ଦୁଇ ସନ୍ତାନ ମଧ୍ୟରେ ବାଣ୍ଟି ଦିଆଯିବ । କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହି ଟଙ୍କାରୁ କିଛି ବି ପିତାକୁ ମିଳିବ ନାହିଁ । ତାକୁ କେବଳ ଦ୍ଵିତୀୟ ପତ୍ନୀ ଠାରୁ ଛାଡପତ୍ର ହିଁ ମିଳିବ । କୋର୍ଟ କହିଲା କି ପତ୍ନୀକୁ ୨ ସପ୍ତାହ ମଧ୍ୟରେ ଛାଡପତ୍ରର ଆବେଦନ ପତ୍ର ଦାୟର କରିବା ପରେ ୮ ସପ୍ତାହ ମଧ୍ୟରେ ଘର ଖାଲି କରି ଘରର ସମସ୍ତ କାଗଜପତ୍ର ସ୍ଵାମୀକୁ ଦେବାକୁ ପଡିବ ।

ଯାହା ଦ୍ଵାରା ସ୍ଵାମୀ ତାକୁ ବିକ୍ରି କରି ପାରିବ । ଏହା ସହିତ ଛାଡପତ୍ରର ଆବେଦନ ପତ୍ର ଦାୟର କରିବା ଉପରେ ଦ୍ଵିତୀୟ ପତ୍ନୀକୁ ୬ ଲକ୍ଷ ଟଙ୍କା ଭରଣ ପୋଷଣ ପାଇଁ ଦିଆଯିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News