Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁନିଆ ଛାଡିବା ପୂର୍ବରୁ ଏହି ୨ଟି କାମ କରିବା ପାଇଁ ଚାହୁଁଥିଲେ କାଦର ଖାନ, କିନ୍ତୁ ଅଧୁରା ରହି ଗଲା ତାଙ୍କର ଦୁଇଟି ଯାକ ଇଛା

ଦୁନିଆ ଛାଡିବା ପୂର୍ବରୁ ଏହି ୨ଟି କାମ କରିବା ପାଇଁ ଚାହୁଁଥିଲେ କାଦର ଖାନ, କିନ୍ତୁ ଅଧୁରା ରହି ଗଲା ତାଙ୍କର ଦୁଇଟି ଯାକ ଇଛା

Kalinga News 1 week ago

୩୧ ଡିସେମ୍ବରର ସନ୍ଧ୍ୟାରେ ପାଖାପାଖି ୬ ଟା ସମୟରେ କାଦର ଖାନଙ୍କର ନିଧନ ହୋଇଥିଲା । କାଦର ଖାନ ବଲୀଉଡର ଭିନ୍ନ ଭିନ୍ନ ରୂପରେ ଅଭିନୟ କରିଛନ୍ତି ଏବଂ ସେ ଦର୍ଶକ ମାନଙ୍କୁ ନିଜର ଅଭିନୟ ଦ୍ଵାରା ବହୁତ ହସାଇ ଛନ୍ତି ଏବଂ କିଛି ଅଭିନୟ ଦେଖି ଲୋକମାନେ କାନ୍ଦିଛନ୍ତି । କାଦର ଖାନଙ୍କର ଯାଦୁ ୯୦ ଦଶକରେ ଚାଲୁଥିଲା । କାଦର ଖାନ ଏବଂ ଗୋବିନ୍ଦାଙ୍କର ଯୋଡି ବହୁତ ଲୋକପ୍ରିୟ ହୋଇଥିଲା ।

କିନ୍ତୁ ବର୍ତ୍ତମାନ କାଦର ଖାନ ଆମ ମଧ୍ୟରେ ଆଉ ନାହାନ୍ତି । ବର୍ଷର ପ୍ରଥମ ଦିନରେ ହିଁ ଏହି ଅଶୁଭ ସମାଚାର ମିଳିଥିଲା । ୮୧ ବର୍ଷ ବୟସରେ କାଦର ଖାନଙ୍କର ନିଧନ ହୋଇଥିଲା । ସେ କିଛି ଦିନ ହେବ ନିଜକୁ ଏକୁଟିଆ ଭାବୁ ଥିଲେ ଏବଂ ତାଙ୍କୁ ବହୁତ ଦୁଖ ଥିଲା କି ବଲୀଉଡର ଏତେ ବର୍ଷ କାମ କରିଲା ପରେ ମଧ୍ୟ ତାଙ୍କୁ ଆଜି କେହି ପଚାରୁ ନାହାନ୍ତି । ତାଙ୍କର ଦୁଇଟି ଇଛା ଥିଲା ଯାହାକୁ ସେ ମରିବା ପୂର୍ବରୁ ପୁରା କରିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କର ଏହି ଇଛା ରହିଗଲା ।

ପୁରା କରିବାକୁ ଚାହୁଁଥିଲେ ଏହି ଦୁଇଟି ଇଛା

କାଦର ଖାନଙ୍କର ନିଜର ଗୋଡକୁ ଠିକ କରିବା ପାଇଁ ଯେତେବେଳେ କାନାଡା ଯାଉଥିଲେ ସେତେବେଳେ ଶେଷଥର ତାଙ୍କର କଥାବାର୍ତ୍ତା ଶକ୍ତି କପୁରଙ୍କ ସହ ହୋଇଥିଲା । ସେ ଶକ୍ତି କପୁରଙ୍କୁ କହିଥିଲେ କି ତାଙ୍କର ଇଛା ଥିଲା ସେ ମରିବା ପୂର୍ବରୁ ଥରେ ଭାରତ ଆସିବେ ଏବଂ ଅନ୍ୟ ଇଛାଟି ହେଉଛି ସେ ଜୟା ପ୍ରଦା ଏବଂ ଅମିତାଭ ବଚ୍ଚନଙ୍କୁ ନେଇ ଗୋଟିଏ ଫିଲ୍ମ ତିଆରି କରିବା ପାଇଁ ଚାହୁଁଛନ୍ତି । ସେ ଫିଲ୍ମର ନାମ ବି ଭାବି ରଖିଥିଲେ 'ଜାହିଲ' କିନ୍ତୁ ତାଙ୍କର ଏହି ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା ।

୮୧ ବର୍ଷ ବୟସରେ ହୋଇଥିଲା ନିଧନ

କିଛି ଦିନ ପୂର୍ବରୁ ଯେତେବେଳେ ତାଙ୍କର ଦେହ ଖରାପ ହେବାକୁ ଲାଗିଲା ସେତେବେଳେ ତାଙ୍କୁ ହସ୍ପିଟାଲରେ BIPAP ବେଣ୍ଟିଲେଟର ରେ ରଖା ଯାଇଥିଲା । ଏତିକି ନୁହେଁ ପ୍ରୋଗ୍ରେସିୱ ସୁପ୍ରାନ୍ଯୂକ୍ଲିଯର ପାଲ୍ସୀ ଡିସର୍ଡର ନାମକ ରୋଗ କାରଣରୁ ତାଙ୍କର ମୁଣ୍ଡ କାମ କରିବା ବନ୍ଦ କରି ଦେଲା ଏହା ସହିତ କିଛି ଦିନ ହେବ ତାଙ୍କୁ ନିଶ୍ଵାସ ନେବାକୁ ମଧ୍ୟ ଅସୁବିଧା ହେଉ ଥିଲା । ୮୧ ବର୍ଷ ବୟସରେ ତାଙ୍କୁ କଥାବାର୍ତ୍ତା କରିବାକୁ କଷ୍ଟ ହେଉଥିଲା ।

ସେ କେବଳ ନିଜର ପୁଅ ଏବଂ ବୋହୁର କଥାକୁ ବୁଝି ପାରୁଥିଲେ । ଏହି ରୋଗଟି ଏକ ଅସାମାନ୍ୟ ମସ୍ତିଷ୍କ ବିକାର ଅଟେ ଯାହା ଶରୀରର ଗତି, ଶରୀରର ସନ୍ତୁଳନ, କହିବା, ଖାଇବା, ଦେଖିବା, ମନୋଦଶା ଏବଂ ବ୍ୟବହାର ସହିତ ନିଜର ଭାବନାକୁ ପ୍ରଭାବିତ କରିଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News