Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହା ଅଟେ ଦୁନିଆର ସବୁଠୁ ବଡ କାର, ଏଥିରେ ସ୍ଵୀମିଙ୍ଗ ପୁଲ ଠାରୁ ଆରମ୍ଭ କରି ହେଲୀପ୍ୟାଡ ବି ଅଛି, ଦେଖନ୍ତୁ ଫଟୋ

ଏହା ଅଟେ ଦୁନିଆର ସବୁଠୁ ବଡ କାର, ଏଥିରେ ସ୍ଵୀମିଙ୍ଗ ପୁଲ ଠାରୁ ଆରମ୍ଭ କରି ହେଲୀପ୍ୟାଡ ବି ଅଛି, ଦେଖନ୍ତୁ ଫଟୋ

Kalinga News 1 week ago

କୁହନ୍ତି କି ସ୍ଵପ୍ନ ଦେଖିବାର କୌଣସି ସୀମା ନାହିଁ । ଆମେ ଯେମିତି ଚାହିଁବା ସେମିତି ସ୍ଵପ୍ନ ଦେଖି ପାରିବା । ଏବଂ ତାହାକୁ ପୁରା ମଧ୍ୟ କରି ପାରିବା ଯଦି ତାହା ଆମ ହାତରେ ଥିବ । ପ୍ରାୟତଃ ଲୋକମାନେ ବଡ ବଡ ଜିନିଷର ସ୍ଵପ୍ନ ଦେଖନ୍ତି ଏବଂ ଭାବନ୍ତି କି ତାଙ୍କ ପାଖରେ ବି ଏମିତି ହିଁ ବଡ ବଡ ଜିନିଷ ଥାଉ, କିନ୍ତୁ ମଣିଷର ସବୁ ସ୍ଵପ୍ନ ପୁରା ହୋଇ ନଥାଏ ।

ଆଜି ଆମେ ଆପଣମାନଙ୍କୁ ଏମିତି ହିଁ ଏକ କାର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ସ୍ଵୀମିଙ୍ଗ ପୁଲ ଠାରୁ ଆରମ୍ଭ କରି ହେଲିପ୍ୟାଡ ଭଳି ସବୁ ସୁବିଧା ମିଳିବ ।

ଯାହାର ଆମେ କଥା କହୁଛୁ ତାହାକୁ କୁହାଯାଏ ଲିମୋଜିନ କାର, ଦୁନିଆର କୌଣସି କମ୍ପାନୀର ନାମରେ ଏହି କାରକୁ ତିଆରି କାରାଯାଇପାରେ କାରଣ ଲିମୋଜିନ କାର କୌଣସି କମ୍ପାନୀ କିମ୍ବା ବ୍ରାଣ୍ଡ ନୁହେଁ ଏହା ଏକ କାରର ମଡେଲ ଅଟେ । କହି ପାରିବେ କି ଏହା କାରର ଷ୍ଟାଇଲ ଅଟେ । ଏହି କାର ଆପଣ ନିଜ ଇଚ୍ଛା ଅନୁସାରେ ଯେମିତି ଦରକାର ସେମିତି ବନାଇ ପାରିବେ।

ଏହାର ନାମ ଅଟେ ଆମେରିକନ ଡ୍ରିମ । ଯେଉଁଥିରେ ଆପଣ ନିଜ ପରିବାର ସହିତ ବହୁତ ମଜା ନେଇ ବୁଲି ପାରିବେ । ୧୦୦ ମିଟର ଲାମ୍ବା ଏହି କାରରରେ ୨୬ଟି ଟାୟାର ଲାଗିଛି । ଏହାକୁ ବହୁତ ମଜବୁତରେ ତିଆରି କରାଯାଇଛି । କାରଣ ଏହା ଉପରେ ହେଲିକପ୍ଟର ସହଜରେ ଓହ୍ଲାଇ ପାରିବେ ।

କାରର ଭିତରକୁ ଏକ ଫାଇବ ଷ୍ଟାର ହୋଟଲର ରୁମ ଭଳି ତିଆରି କରାଯାଇଛି । ଯେଉଁଥିରେ ଆପଣ ଏଥିରେ ସ୍ଵୀମିଙ୍ଗ ପୁଲ ବି ପାଇବେ । ଆପଣଙ୍କର ଶୋଇବା ପାଇଁ ମଧ୍ୟ ବିଛଣା ଅଛି । ଏହି କାରର ଆଗରେ ଏବଂ ପଛରେ ଦୁଇଟି ଇଞ୍ଜିନ ଅଛି ।

କାର ବହୁତ ଲମ୍ବା ହୋଇଥିବାରୁ ଏହାକୁ ବୁଲାଇ ହେବ ନାହିଁ । ସେଥିପାଇଁ ଆଗରେ ଏବଂ ପଛରେ ଦୁଇଟି ଇଞ୍ଜିନ ଅଛି ଏବଂ ଏହା ସହିତ ଦୁଇଟି ଡ୍ରାଇବିଙ୍ଗ କେବିନ ମଧ୍ୟ କରାଯାଇଛି । ଯାହା ଦ୍ଵାରା ଏହି କାରକୁ ଆପଣ ଯେଉଁ ଦିଗକୁ ନେବାକୁ ଚାହିଁବେ ନେଇ ଯାଇ ପାରିବେ । ୧୯୮୦ ମସିହାରେ ଗିନିଜ ଓର୍ଲ୍ଡ ରେକର୍ଡ ରେ ମଧ୍ୟ ଏହି କାରର ନାମ ଅଛି । ଆଜି ମଧ୍ୟ ଇତିହାସରେ ଏହି କାର ନାମ ସବୁଠୁ ଲମ୍ବା କାର ରୂପରେ ଅଛି ।

କିନ୍ତୁ ବର୍ତ୍ତମାନ ଏହି କାର କିଛି ଖରାପ ହୋଇ ଯାଇଅଛି । ଯାହାକୁ ପୁଣି ଥରେ ଠିକ କରିବା ପାଇଁ ଚେଷ୍ଟା ଚାଲିଛି । ଏହି କାର ଯଦି ପୁଣି ଥରେ ଠିକ କରାଯାଏ ତେବେ ଆପଣ ବି ଏହି କାରକୁ ପୁଣି ଥରେ ରାସ୍ତାରେ ଚାଲୁଥିବାରେ ଦେଖି ପାରିବେ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News