Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହି ସବୁ ଜିନିଷ ଘର ପାଖରେ ଥିଲେ ଜୀବନରେ ଦେଖାଦିଏ ବହୁତ ସମସ୍ୟା, ଯଦି ଆପଣଙ୍କ ଘର ପାଖରେ ଅଛି ତେବେ କରନ୍ତୁ ଏହି ଉପାୟ

ଏହି ସବୁ ଜିନିଷ ଘର ପାଖରେ ଥିଲେ ଜୀବନରେ ଦେଖାଦିଏ ବହୁତ ସମସ୍ୟା, ଯଦି ଆପଣଙ୍କ ଘର ପାଖରେ ଅଛି ତେବେ କରନ୍ତୁ ଏହି ଉପାୟ

Kalinga News 1 week ago

ଜୀବନ ଅଛି ତେବେ ସମସ୍ୟା ବି ଅଛି । ସମସ୍ତଙ୍କ ଜୀବନରେ ଛୋଟ - ବଡ ସମସ୍ୟା ଲାଗି ରହିଥାଏ । ଦୁନିଆରେ ବୋଧେ ଏମିତି କୌଣସି ବ୍ୟକ୍ତି ଥିବ, ଯାହାର ଜୀବନରେ କୌଣସି ସମସ୍ୟା ନାହିଁ । କିନ୍ତୁ କିଛି ଲୋକଙ୍କ ଜୀବନରେ ସମସ୍ୟା ଆସିବାର କିଛି ସମୟ ପରେ ହିଁ ତାହା ଚାଲି ଯାଇଥାଏ । କିନ୍ତୁ କିଛି ଲୋକଙ୍କ ଜୀବନରେ ସମସ୍ୟା ଆସିଥାଏ କିନ୍ତୁ ତାହ ଯିବାର ନାଁ ବି ଧରେ ନାହିଁ ।

ସେହି କାରଣରୁ ଲୋକମମାନେ ସବୁବେଳେ ଜୀବନରେ ଦୁଃଖ ଭୋଗ କରନ୍ତି ।

ସେମାନେ ବୁଝି ପାରନ୍ତି ନାହିଁ କି କଣ କରିବେ । ଲୋକମାନଙ୍କର ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ଆସିଥାଏ । ଯେମିତି କି ସ୍ୱାସ୍ଥ୍ୟ ସମସ୍ୟା, ଧନର ସମସ୍ୟା, ଘରର ସୁଖ ଶାନ୍ତିର ସମସ୍ୟା, ଅନ୍ୟ ପଟେ ଶତ୍ରୁ ମାନଙ୍କର ଡର ଭଳି ଭିଭିନ୍ନ ପ୍ରକାରର ସମସ୍ୟାରେ ସେମାନେ ଘେରି ରହିଥାନ୍ତି । କେତେକ ଲୋକମାନେ ଏହି ସମସ୍ୟା ଗୁଡିକରେ ଫସି ଯାଇ ନିଜ ମନ ଭିତରେ ଭାଙ୍ଗି ଯାଆନ୍ତି ଏବଂ ଶେଷରେ ନିଜର ଜୀବନକୁ ହିଁ ଶେଷ କରିଦିଅନ୍ତି । ବର୍ତ୍ତମାନ ଆପଣ ଭାବୁଥିବେ କି ଜୀବନରେ ଏତେ ସମସ୍ୟା କେଉଁଠାରୁ ଆସେ ?

ଆପଣଙ୍କୁ କହିଦେଉଛୁ ଯେ ଏହି ସବୁ ସମସ୍ୟା ପ୍ରାୟତଃ ବାସ୍ତୁଦୋଷ ଯୋଗୁ ଆସିଥାଏ । ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ନିଜ ଘରେ ଗଛ ଲଗାଇଥାନ୍ତି । କିନ୍ତୁ ଏହା ଜାଣି ନିଅନ୍ତୁ କି କିଛି ଗଛ ଆପଣଙ୍କର ଘର ପାଇଁ ଭଲ ହୋଇଥାଏ ଏବଂ କିଛି ଗଛ ଆପଣଙ୍କର ଘର ପାଇଁ ଅଶୁଭ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଯେ ଘର ପାଖରେ କେଉଁ କେଉଁ ସବୁ ଗଛ ଲଗାଇବା ଉଚିତ ଏବଂ କେଉଁ କେଉଁ ଗଛ ସବୁ ଲଗାଇବା ଉଚିତ ନୁହେଁ ।

ଘର ପାଖରେ ଯଦି ଥିବ ଏହି ଗଛ ତେବେ ହୋଇଥାଏ ବାସ୍ତୁଦୋଷ

· ଯଦି ଆପଣଙ୍କ ଘରର ଆଖ - ପାଖରେ ଶୁଖି ଯାଇଥିବା କିମ୍ବା ଜଳି ଯାଇଥିବା ଗଛ ଅଛି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ବାସ କରିଥାଏ ।

· ଘରେ ତାଳ ଏବଂ କୌଣସି ତୁଳା ଗଛ ଥିଲେ ତାହା କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ।

· ଘର ସାମ୍ନାରେ ଯଦି ତେନ୍ତୁଳୀ ଗଛ ଅଛି ତେବେ ତାହ ବହୁତ ଅଶୁଭ ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଏଥିରେ ଖରାପ ଆତ୍ମା ବାସ କରିଥାନ୍ତି ।

· ଘରର ଐଶାନ୍ୟ ଏବଂ ପୂର୍ବ ଦିଗରେ ଲମ୍ବା ଗଛ ରହିବା ଉଚିତ ନୁହେଁ । ଏହା ସହିତ ଘରର ଅଗଣାରେ ମଧ୍ୟ ଏହି ଗଛ ଲଗାଇବା ଉଚିତ ନୁହେଁ ।

· ଘରେ କଣ୍ଟା ଥିବା ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାଇବା ଦ୍ଵାରା ଘର ଉପରେ ନକାରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।

ଉପାୟ :

ଯଦି ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖ ପାଖରେ ଏହି ସବୁ ଗଛ ପ୍ରଥମରୁ ହିଁ ଅଛି ତେବେ ଏହାର ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଘରେ ତୁଳସୀ, ଅଶୋକ, ନିମ୍ବ, ଚନ୍ଦନ, ବେଲ କିମ୍ବା ଓସ୍ଥ ଗଛ ଲଗାନ୍ତୁ । ଏହା ଦ୍ଵାରା ବାସ୍ତୁ ଦୋଷ ଏବଂ ଗ୍ରହ ଦୋଷ ଦୂର ହୋଇଯାଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News