Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘରେ ପାଆନ୍ତୁ ରେଷ୍ଟୁରାଣ୍ଟ ଭଳି ସ୍ବାଦ, ପ୍ରସ୍ତୁତ କରନ୍ତୁ କାଜୁ କୋରମା

ଘରେ ପାଆନ୍ତୁ ରେଷ୍ଟୁରାଣ୍ଟ ଭଳି ସ୍ବାଦ, ପ୍ରସ୍ତୁତ କରନ୍ତୁ କାଜୁ କୋରମା

Kalinga News 4 months ago

ଆବଶ୍ୟକୀୟ ସାମଗ୍ରୀ

କାଜୁ - ୫୦ ଗ୍ରାମ

କାଜୁ - ୧୦,୧୨ଟି ମସଲାରେ ପେଶିବା ପାଇଁ

କ୍ରୀମ-୧୦୦ ଗ୍ରାମ

ଟମାଟୋ- ୪ (୨୫୦) ଗ୍ରାମ

ଅଦା - ୧ ଇଞ୍ଚ

କଞ୍ଜା ଲଙ୍କା - ୧

ଗରମ ମସଲା- ୧/୪ ଛୋଟ ଚାମଚ

ଲାଲ ଲଙ୍କା- ୧/୪ ଛୋଟ ଚାମଚ

ହଳଦୀ ପାଉଡର-୨-୩ ବଡ ଚାମଚ

ହେଙ୍ଗୁ- ୧ ଚୁଟକି

ଜୀରା- ୧/୪ ଛୋଟ ଚାମଚ

ଧନିଆ ପାଉଡର-ଏକ ଛୋଟ ଚାମଚ

ଗରମ ମସଲା-ବଡ ଅଳେଇଚ-୧,ଲବଙ୍ଗ-୨, କଳା ମରୀଚ-୬ରୁ୭ଟି, ଡାଲଚିନି-୨ରୁ୩

ତେଲ-୨ରୁ୩ ବଡ ଚାମଚ

ଲୁଣ- ଏକ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

କାଜୁ କୋରମା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟୋ,କଞ୍ଚା ଲଙ୍କା,ଅଦା ଏବଂ କାଜୁକୁ ପେଶି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ପ୍ୟାନ ଗରମ କରି ସେଥିରେ ତେଲ ଢ଼ାଳନ୍ତୁ। ଗରମ ତେଲରେ କାଜୁ ପକାଇ ସୁନେଲି ରଙ୍ଗ ହେବା ଯାଏଁ ଛାଣନ୍ତୁ। ଏହାକୁ ଛାଣି ଅଲଗା ରଖନ୍ତୁ। ଏବେ ତେଲରେ ଜୀରା ପକାନ୍ତୁ ଏବଂ ସେଥିରେ ହେଙ୍ଗୁ,ହଳଦି ପାଉଡର,ଗରମ ମସଲା,ବଡ ଅଳେଇଚକୁ ପକାଇ ସାମାନ୍ୟ ଭାଜନ୍ତୁ। ଏବେ ଟମାଟୋ,କାଜୁ,କଞ୍ଚା ଲଙ୍କା,ଅଦାର ପେଷ୍ଟ ପକାନ୍ତୁ।

ମସଲାକକୁ ଚାମଚରେ ଭଳଭାବେ ଚଲାନ୍ତୁ। ଏଥିରେ ଲାଲ ଲଙ୍କା ମିଶାନ୍ତୁ। ଏବେ ଏଥିରେ ଗରମ ମସଲା,କ୍ରୀମ ଏବଂ ଅଧା କପ ପାଣି ମିଶାଇ ଗ୍ରେବି ପ୍ରସ୍ତୁତ କରନ୍ତୁ। ନିଜ ପସନ୍ଦ ଅନୁସାରେ ଗ୍ରେବିକୁ ପତଳା କିମ୍ବା ଗାଢ଼ା ବନାନ୍ତୁ। ଗ୍ରେବି ଫୁଟିଗଲା ପରେ ଏଥିରେ ଧନିଆ ପତ୍ର, ଲୁଣ ଏବଂ କାଜୁ ମିଶାନ୍ତୁ। ଏହାକୁ କିଛି ସମୟ ପାଇଁ ଢ଼ାଙ୍କି ଦିଅନ୍ତୁ। ଏବେ ଆପଣଙ୍କର କାଜୁ କୋରମା ପ୍ରସ୍ତୁତ ହୋଇଯାଇଛି।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News